ଜର୍ମାନୀର ଜିଦି ଝିଅ : ବାଇକ୍ ଉପରେ ବିଶ୍ୱ ଭ୍ରମଣର କାହାଣୀ

40

lee rickଅନେକ ଲୋକ ଜୀବନ ପାଇଁ ଚାକିରୀ କରନ୍ତି । ହେଲେ ଚାକିରୀ ଛାଡି ଜୀବନ ଖୋଜୁଥିବା ଲୋକଙ୍କ କଥା କେବେ ଶୁଣିଛନ୍ତି । ଏମିତି ଜଣେ ଚରିତ୍ର ଏବେ ସାରା ବିଶ୍ୱକୁ ଶୁଣାଉଛି ଏକ ଜିଦି ଝିଅର କାହାଣୀ । ଜର୍ମାନୀର ଲି ରିକ୍ । ଯାହାଙ୍କ ମନ ଭରୁନଥିଲା ବିଭିନ୍ନ ଦେଶର ମାନଚିତ୍ରକୁ ଗ୍ଲୋବରେ ଦେଖି । ଇଚ୍ଛା ଥିଲା ଦିନେ ରାଜକୁମାରୀ ଭଳି ଘୂରି ବୁଲିବେ ରାଇଜରୁ ରାଇଜ । ବୟସ ବଢୁଥିଲା,ଇଚ୍ଛା ବଢୁଥିଲା । ପାଠ ପଢା ସାରି ଚାକିରୀ କଲେ । ହେଲେ ଚାକିରୀରେ ମନ ମାନି ନଥିଲା । କିଛି ବର୍ଷ ପରେ ଚାକିରୀ ଛାଡି ବିଶ୍ୱ ବୁଲିବାକୁ ବ୍ଲୁ ପ୍ରିଂଟ ପ୍ରସ୍ତୁତ କଲେ।

lee rickମନପସନ୍ଦର ଦେଶ ବୁଲିବାକୁ ଘରେ ବସି ପ୍ରସ୍ତୁତ କଲେ ରୁଟଚାର୍ଟ । ଆଉ ୨୦୧୫ରେ ବାଇକ୍ ଧରି ବାହାରି ପଡିଲେ ବିଶ୍ୱ ଭ୍ରମଣରେ । ଧୂଳି-ଧୂଆଁକୁ ପଛରେ ପକାଇ ମାଡି ଚାଲିଲେ ଦେଶରୁ ଦେଶ । ଅପରିଚିତ ଜାଗାରେ ଅଚିହ୍ନା ମଣିଷଙ୍କ ଭିଡ଼ । କାହା ସହ କିଛି ମୁହୂର୍ତ, ପରମ୍ପରା ଚାଲିଚଳନୀର ଅନୁଶୀଳନ । ବର୍ଷକ ଭିତରେ ବୁଲି ସାରିଲେଣି ୪ଟି ଦେଶ । ଆସନ୍ତାବର୍ଷ ସୁଦ୍ଧା ସବୁଦେଶ ବୁଲି ସେ ଫେରିଯିବେ ନିଜ ଜନ୍ମମାଟି ଜର୍ମାନୀକୁ।

ଅଦ୍ଭୁତ ନିଶାରେ ରିକ୍ । କାଲୁଆ ଥଣ୍ଡା ହେଉ ୪୦ ଡିଗ୍ରୀର ତାତି । ରିକଙ୍କ ଜିଦି ଆଗରେ ହାର୍ ମାନିଛି ସବୁ ପ୍ରତିକୂଳ ପରିସ୍ଥିତି । ଆଉ ଖଟାମିଠା ଅନୁଭୂତିକୁ ସ୍ଥାନ ଦେଇଛନ୍ତି ନିଜ ବ୍ଲଗ୍ ଗୋ ଟୁ ଗୋରେ ।