ବାପାଙ୍କୁ ଝିଅର ଶେଷ ଫୋନ୍

87

ଆଖି ଆଗରେ ମୃତ୍ୟୁ । କିନ୍ତୁ ବଂଚିବାର ବ୍ୟାକୁଳତା । ମରିବା ପୂର୍ବର ଶେଷ କଲ୍ । ବାଂଲାଦେଶ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ତାରିସି ଜୈନ, ମୃତ୍ୟୁ ପୂର୍ବରୁ କରିଥିଲେ ଫୋନ୍ । ସବୁ ଦିନ ପାଇଁ ଆଖି ବୁଜି ଦେବା ପୂର୍ବରୁ ତାଙ୍କ ବାପାଙ୍କୁ ଆତଙ୍କବାଦୀଙ୍କ ବର୍ବରତା ନେଇ ବିକଳ ହୋଇ ବର୍ଣ୍ଣନା କରିଥିଲେ ।

special report - daughter's last phone call to father

ଗୁଲସନ୍ କାଫେ ରେଷ୍ଟୁରାଂଟର ଏକ ଟଇଲେଟ୍ । କିଛି ବନ୍ଧୁଙ୍କ ସହ ଲୁଚି ରହିଥିଲେ ତାରିସି ଜୈନ । ଆଖି ଆଗରେ ଚାଲିଥିଲା ଅନ୍ଧାଧୁନ ଗୁଳିଚାଳନା । ବଂଚିବାର ଆଶା କ୍ଷୀଣ । କୌଣସି ଉପାୟ ନପାଇ ଜୀବନ ବିକଳରେ ନିଜ ବାପାଙ୍କୁ ଫୋନ୍ କରିଥିଲେ ତାରିସି । “ହେଲୋ  ବାପା ,ରେଷ୍ଟୁରାଂଟରେ ଆତଙ୍କବାଦୀ ପଶି ଆସିଛନ୍ତି । ମୁଁ କିଛି ସାଙ୍ଗଙ୍କ ସହ ଟଇଲେଟରେ ଲୁଚି ରହିଛି । ଲାଗୁଛି, ଜଣ ଜଣ କରି ଆମକୁ ମାରିଦେବେ । ମୋତେ ବହୁତ ଭୟ ଲାଗୁଛି, ଲାଗୁନି ମୁଁ ଏଠାରୁ ବଂଚି ଯାଇପାରିବି ‘ ।

02girl1ବାପା ସଂଜୀବ ଜୈନ କିଛି ବୁଝିବା ପୂର୍ବରୁ କଟିଗଲା ଫୋନ୍ । ରେଷ୍ଟୁରାଂଟ୍ ବାହାରେ ଥିବା ବାପା ନିରୁପାୟ । ଆତଙ୍କୀଙ୍କ ଆକ୍ରମଣରୁ ଝିଅକୁ ବଂଚାଇବା ଥିଲା ଅସମ୍ଭବ । ଆଉ ଶେଷରେ ଆତଙ୍କୀଙ୍କ ଗୁଳିରେ ଟଳିପଡ଼ିଲେ ତାରିସି । ଝିଅର ବିକଳ ସ୍ୱର ସ୍ତବ୍ଧ କରି ଦେଇଥିଲା ବାପାଙ୍କୁ ।

କାଲିଫର୍ଣ୍ଣିଆରେ ଅର୍ଥନୀତି ପାଠ ପଢ଼ୁଥିବା ତାରିସି ବାଂଲାଦେଶ ବ୍ୟାଙ୍କରେ ଇନଟନସିପ୍ ପାଇଁ ଢ଼ାକାରେ ପହଂଚିଥିଲେ । ବାପାଙ୍କ ସହ ସାଙ୍ଗ ହୋଇ ଫେରିଥାନ୍ତେ ନିଜ ଘର ଫିରୋଜାବାଦର ସୁହାଗ ନଗର । ଯୋଜନା ଥିଲା ଘରେ ଗୋଟିଏ ଫ୍ୟାମିଲି ଗେଟଟୁଗେଦର ହେବ । ଆତଙ୍କବାଦୀଙ୍କ ଆକ୍ରମଣରେ ଚାଲିଗଲା ଜୀବନ । ହେଲେ ତାରିସିଙ୍କ ବାପାଙ୍କ ପାଖକୁ ଆସିଥିବା ଫୋନ୍ କଲର ଶେଷ କିଛି ଶବ୍ଦ ହୁଏତ ଏବେବି ତାଙ୍କ କାନରେ ପିଟି ହେଉଥିବ ନିଶ୍ଚୟ ।