ବନ୍ୟା ସ୍ଥିତି ନେଇ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣପୁଦ ସେଠୀଙ୍କ ଅଧ୍ୟକ୍ଷତାରେ ବସିଲା ବୈଠକ !

41

କନକ ବ୍ୟୁରୋ : ପ୍ରବଳ ବର୍ଷା ଯୋଗୁଁ ରାୟଗଡାରେ ବନ୍ୟା ପରିସ୍ଥିତି । ରାୟଗଡା ଜିଲ୍ଲାର କଲ୍ୟାଣସିଂପୁର ଓ ରାୟଗଡା ବ୍ଲକରେ ବନ୍ୟା ପରିସ୍ଥିତି ଉପରେ ସତର୍କ ନଜର ରଖିଛନ୍ତି ସରକାର । ବନ୍ୟା ସ୍ଥିତିକୁ ନେଇ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣପୁଦ ସେଠୀଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି । ବନ୍ୟା ପ୍ରଭାବିତ ଅଂଚଳରେ ରିଲିଫ ସାମଗ୍ରୀ ପହଂଚାଇବାକୁ ଗୁରୁତ୍ୱ ଦିଆଯାଇଛି ।

ରାୟଗଡାର ୧୦ଟି ଜାଗାର ୩ହଜାର ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବା ସହ ପାଣି ଟ୍ୟାଙ୍କ ପଠାଯିବ ବୋଲି ଏସଆରସି ସୂଚନା ଦେଇଛନ୍ତି । ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ ଓ ଓଡ୍ରାଫ ଟିମ୍ ନିୟୋଜିତ ଅଛନ୍ତି । କଳାହାଣ୍ଡିରେ ପ୍ରବଳ ବର୍ଷା ଯୋଗୁଁ ୫ଟି ଗାଁ ପ୍ରଭାବିତ ହୋଇଛି । କଳାହାଣ୍ଡିର ୨ଟି ରୁଟରେ ଗମନାଗମନ ବାଧାପ୍ରାପ୍ତ ହୋଇଛି ।

ସେପଟେ ଗଜପତିରେ ମଧ୍ୟ ବର୍ଷା ଯୋଗୁଁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ କୁହାଯାଇଥିବା ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତ । ଦିନକ ପାଇଁ ସ୍କୁଲ ଓ ଅଙ୍ଗନୱାଡିି କେନ୍ଦ୍ରକୁ ବନ୍ଦ କରାଯାଇଛି । ତେବେ ସଂଧ୍ୟା ସୁଦ୍ଧା ସ୍ଥିତିରେ ସୁଧାର ଆସିବ ବୋଲି ଏସଆରସି କହିଛନ୍ତି । ଲଗାଣ ବର୍ଷା ଯୋଗୁଁ କଟକ ଓ ଭୁବନେଶ୍ୱରରେ ମଧ୍ୟ ସ୍ଥିତି ବେହାଲ ହୋଇଛି । ଭୁବନେଶ୍ୱରରେ ୨ଟି ଓ କଟକର ୫ଟି ସ୍ଥାନରେ ଜଳ ନିଷ୍କାସନ ବ୍ୟବସ୍ଥା କରାଯାଇଛି । ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।