ବାସ୍ତବ ଜୀବନରେ ମଧ୍ୟ ଠେକୁଆକୁ ମାତ୍ ଦେଲା କଇଁଛ ! ଭାଇରାଲ୍ ହେଲା ଭିଡିଓ

68

ପିଲାଦିନେ ଆପଣ ଠେକୁଆ ଏବଂ କଇଁଛ ଉପରେ ଆଧାରିତ ଗୋଟିଏ କାହାଣୀ ପଢିଥିବେ ଓ ଶୁଣିଥିବେ ନିଶ୍ଚୟ । ଯେଉଁଥିରେ ଗୋଟିଏ ଠେକୁଆ ଏବଂ କଇଁଛ ମଧ୍ୟରେ ଦଉଡା ପ୍ରତିଯୋଗୀତା ମାଧ୍ୟମରେ ଜିତିବାର ସର୍ତ୍ତ ଲାଗିଥାଏ । ଠେକୁଆ ନିଜର ଦୌଡିବାର କ୍ଷମତା ଉପରେ ବହୁତ ଗର୍ବ ଥାଏ । ସେ ଭାବୁଥିଲା କି ସେ କଇଁଛକୁ କିଛି ମୁହୂର୍ତ୍ତ ମଧ୍ୟରେ ହରାଇ ଦେବ । କଇଁଛକୁ ମଧ୍ୟ ଏସମସ୍ତ ବିଷୟରେ ଜଣାଥିଲା । କିନ୍ତୁ ସେ ହାର ମାନିନଥିଲା । କିଛି ସମୟ ପରେ ଦୁହେଁ ଦୌଡିବା ଆରମ୍ଭ କରିଥିଲେ ଏବଂ ଠେକୁଆ ପ୍ରଥମ ପର୍ଯ୍ୟାୟରେ ହିଁ କଇଁଛଠାରୁ ଆଗେଇ ଯାଇଥିଲା ଆଉ କଇଁଛ ଥିଲା ଖୁବ୍ ପଛରେ ।

ତେବେ କଇଁଛକୁ ନିଜଠାରୁ ବହୁତ ପଛରେ ଥିବାର ଦେଖି ଠେକୁଆ କିଛି ସମୟ ପାଇଁ ବିଶ୍ରାମ ନେବାକୁ ଚିନ୍ତା କରିଥିଲା ଆଉ ବିଶ୍ରାମ ନେଉ ନେଉ ଶୋଇପଡିଥିଲା । କିନ୍ତୁ ତାକୁ ଜଣା ନଥିଲା କି କଇଁଛ ଇତି ମଧ୍ୟରେ ତାଠାରୁ ଆଗକୁ ଚାଲି ଯାଇଥିଲା । ଯେତେବେଳେ ଠେକୁଆର ନିଦ ଭାଙ୍ଗିଥିଲା ସେତେବେଳକୁ ସବୁ ସରିଯାଇଥିଲା ଅର୍ଥାତ୍ କଇଁଛ ପହଂଚି ଯାଇଥିଲା ବିଜୟର ପାଦ ଦେଶରେ ।

ଠେକୁଆ ଯେତେ ପ୍ରୟାସ କରିଥିଲେ ମଧ୍ୟ କଇଁଛ ପାଖରେ ପହଂଚି ପାରିନଥିଲା ଆଉ କବଁଛଟି ଜିତି ଯାଇଥିଲା । ପରେ ଠେକୁଆକୁ ନିଜର ଭୁଲର ଅନୁଭବ ହୋଇଥିଲା । ଠେକୁଆର ଗୋଟିଏ ମାତ୍ର ଭୁଲ୍ ପାଇଁ ତାକୁ ପରାଜୟର ମୁହଁ ଦେଖିବାକୁ ପଡିଥିଲା ।

ଏହାସହ ମଧ୍ୟ ପଢନ୍ତୁ- ମାଡି ଆସୁଛି ବଡ଼ ବିପଦ ! ଜୁନ୍ ୩୦ରେ ପୃଥିବୀ ସହ ମୁହାଁମୁହିଁ ହୋଇପାରେ କ୍ଷୁଦ୍ରଗ୍ରହ, କଣ ରହିପାରେ ପ୍ରଭାବ

ତେବେ ଏଠାରେ ଆମେ ଏହି କାହାଣୀ ଆଲୋଚନା କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା, ନିଜ ଶକ୍ତି ବା କ୍ଷମତାକୁ ନେଇ କେବେ ଗର୍ବ କରିବା ଉଚିତ ନୁହେଁ ଏବଂ କଇଁଛଠାରୁ ଏହା ପ୍ରେରଣ ମିଳିଥାଏ କି ଆମକୁ ନିଜର କାମ ସଂପୂର୍ଣ୍ଣ ପରିଶ୍ରମତାର ସହ କରିବା ଉଚିତ । ସଫଳତା ନିଶ୍ଚୟ ମିଳିବ । କିନ୍ତୁ ରିୟଲ୍ ଲାଇପରେ ମଧ୍ୟ କଇଁଛ ଯଦି କୌଣସି ଠେକୁଆକୁ ପରାସ୍ତ କରିଦିଏ ତେବେ ତାହା ମୁସ୍କିଲ୍ ଅଟେ । କିନ୍ତୁ ଏହା ବାସ୍ତବରେ ଘଟିଛି ଏବଂ ଯାହାକୁ ଦେଖିବାକୁ ଅନେକ ଦର୍ଶକମାନେ ମଧ୍ୟ ଉପସ୍ଥିତ ଥିଲେ । ତେବେ ଦେଖନ୍ତୁ ଏହି ଭିଡିଓ-