ମାତ୍ର ୩୩ ଟଙ୍କାରେ ମିଳୁଛି ୧ଜିବି ୩ଜି/୪ଜି ଡାଟା !

33

ଜିଓ, ଏୟାରଟେଲ୍, ଆଇଡିଆ, ଭୋଡାଫୋନ ଏବଂ ବିଏସଏନଏଲ ଭଳି ନାମୀଦାମୀ ଟେଲିକମ୍ କଂପାନୀମାନଙ୍କର ଫ୍ରି-ଡାଟା ପ୍ଲାନର ଫଣ୍ଡାକୁ ଆପଣେଇଛି ରିଲାଏନ୍ସ କମ୍ୟୁନିକେସନ (ଆରକମ୍) । ଏହି ସମସ୍ତ କଂପାନୀମାନଙ୍କୁ ଟକ୍କର ଦେବାକୁ ଆରକମ୍ ଲଂଚ କରିଛି ଏକ ଶସ୍ତା ଡାଟା ପ୍ଲାନ । ଯାହାକି ମାତ୍ର ୩୩ ଟଙ୍କାରେ ଉପଲବ୍ଧ । ଆଉ ଏହି ପ୍ଲାନ ଆଧାରରେ ମିଳୁଛି ଡାଟା ସହିତ ଭଏସ୍ କଲିଂର ସୁବିଧା ଏବଂ ଏହି ପ୍ଲାନର ଦାମ୍ ଭିନ୍ନ ଭିନ୍ନ ସ୍ଥାନରେ ଅଲଗା ମଧ୍ୟ ହୋଇପାରେ । ତେବେ ଏ ସଂପର୍କରେ ସୂଚନା କଂପାନୀ ଟୁଇଟ୍ କରି ଜଣାଇଛି ।

ଏହି ପ୍ଲାନଟି କେବଳ ପ୍ରିପେଡ ୟୁଜର୍ସଙ୍କ ପାଇଁ ହିଁ ଉଦ୍ଦିଷ୍ଟ । ଏହି ପ୍ଲାନ ଆଧାରରେ ୧ ଘଂଟା ପର୍ଯ୍ୟନ୍ତ କୌଣସି ବି ନେଟୱର୍କରେ ଅନଲିମିଟେଡ୍ କଲିଂ ସହିତ ୧ଜିବି ୩ଜି/୪ଜି ଡାଟା ସୁବିଧା ଦିଆଯାଇଛି । ତେବେ ଏହି ପ୍ଲାନର ବୈଧତା ରହିଛି ୨ ଦିନ ।

ଏହା ପୂର୍ବରୁ ଆରକମ୍ ଦୁଇଟି ପ୍ଲାନ ତଥା ୧୪୭ ଟଙ୍କିଆ ଏବଂ ୧୯୩ ଟଙ୍କିଆ ପ୍ଲାନ ଲଂଚ କରିସାରିଛି । ଏହି ପ୍ଲାନ ଆଧାରରେ ପ୍ରତିଦିନ ୧ଜିବି ଡାଟା ମିଳିବ । ଯାହାର ବୈଧତା ରହିଛି ୨୮ ଦିନ । ଏବଂ ଏହି ପ୍ଲାନକୁ ଦେଶର ସମସ୍ତ ବ୍ୟକ୍ତି ଏହାର ଲାଭ ଉଠାଇ ପାରିବେ । ବର୍ତ୍ତମାନ ଏହି ପ୍ଲାନରେ କଲିଂର ସୁବିଧା ଦିଆଯାଇନାହିଁ । ସେହିପରି ୧୯୩ ଟଙ୍କିଆ ପ୍ଲାନରେ ମଧ୍ୟ ୨୮ ଦିନର ପର୍ଯ୍ୟନ୍ତ ପ୍ରତିଦିନ ୧ଜିବି ଡାଟା ମିଳିବ ଏବଂ ଏହି ପ୍ଲାନ ଆଧାରରେ ପ୍ରତିଦିନ ମିଳିବ ୩୦ ମିନିଟ୍ ଭଏସ କଲିଂ ।

ଏଠାରେ ଆମେ କହି ରଖୁଛି କି, କିଛି ଦିନ ତଳେ ଆରକମ୍ ଏକ ୩୬୫ ଟଙ୍କିଆ ଡାଟା ପ୍ଲାନ ଲଂଚ କରିଥିଲା । ଯାହାକି କେବଳ ୨ଜି ପ୍ରି-ପେଡ୍ ୟୁଜର୍ସଙ୍କ ପାଇଁ ଉଦ୍ଦିଷ୍ଟ । ଏହି ପ୍ଲାନ୍ ମୁତାବକ ମାତ୍ର ୩୬୫ ଟଙ୍କାରେ ୩୬୫ ଦିନ ପର୍ଯ୍ୟନ୍ତ ପ୍ରତିଦିନ ମିଳିବ ୧ଜିବି ଡାଟା । ଆଉ ଏହି ପ୍ଲାନଟି ମଧ୍ୟ ଭିନ୍ନ ଭିନ୍ନ ସ୍ଥାନ ପାଇଁ ଅଲଗା ଅଟେ । ଯେପରିକି ଏହି ପ୍ଲାନ୍ ଚେନ୍ନାଇରେ ମାତ୍ର ୩୮୨ ଟଙ୍କାରେ ଉପଲବ୍ଧ । ଯେଉଁଥିରେ କି ୩୮୨ ଦିନ ପର୍ୟ୍ୟନ୍ତ ୩୮୨ ଜିବି ଡାଟା ମିଳିବ, ସେହିପରି ଆନ୍ଧ୍ର ପ୍ରଦେଶରେ ୩୬୫ ଟଙ୍କାରେ ଉପଲବ୍ଧ ।

ସୌଜନ୍ୟ: ଅମର ଉଜାଲା