ବେରୋଜଗାରୀଙ୍କ ପାଇଁ ଖୁସି ଖବର: ୧୦ମ ପାସଙ୍କ ପାଇଁ ଆରବିଆଇରେ ନିଯୁକ୍ତି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି, ତୁରନ୍ତ କରନ୍ତୁ ଆବେଦନ

217

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ତରଫରୁ ସିକ୍ୟୁରିଟି ଗାର୍ଡ ପଦବୀରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପଦବୀ ପାଇଁ ଆରବିଆଇର ଆଧିକାରୀକ ୱେବସାଇଟ୍ ଡବ୍ଲୁଡବ୍ଲୁ ଡଟ୍ ଆରବିଆଇ ଡଟ୍ ଓଆରଜି ଡଟ୍ ଇନକୁ ଯାଇ କରିପାରିବେ । ଏହି ନିଯୁକ୍ତି ଦେଶର ପାଖାପାଖି ୧୮ଟି ସହର ପାଇଁ ଜାରି କରାଯାଇଛି । ଅନଲାଇନ ଆବେଦନ କରିବାର ଶେଷ ତାରିଖ ୩୦ ନଭେମ୍ବର , ୨୦୧୮ ରହିଛି । ଅନଲାଇନ ଫିସ ପେମେଂଟ ମଧ୍ୟ ୩୦ ନଭେମ୍ବର ୨୦୧୮ ସୁଦ୍ଧା କରିପାରିବେ । ଏହି ପଦବୀ ଉପରେ ନିଯୁକ୍ତି ଦେଶର ୧୮ଟି ସହରରେ କରାଯିବ । ତେବେ ସବୁଠାରୁ ଅଧିକ ନିଯୁକ୍ତି ମୁମ୍ବାଇରେ କରାଯିବ ।

ସହର ଅନୁସାରେ ବିବରଣୀ

ପଟନା-୧୩

ଲକ୍ଷ୍ନୌ –୦୯

କାନପୁର-୧୨

ଜୟପୁର-୧୬

ଦିଲ୍ଲୀ-୦୫

ଚଣ୍ଡିଗଡ-୦୭

ଅହ୍ଲାବାଦ-୧୧

ଭୋପାଳ-୦୭

ମୁମ୍ବାଇ-୮୦

ଶିକ୍ଷାଗତ ଯୋଗ୍ୟତା-

ଇଚ୍ଛୁକ ଆଶାୟୀପ୍ରାର୍ଥୀ କୌଣସି ବି ମାନ୍ୟତା ପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ୧୦ମ ପାସ କରିଥିବା ଜରୁରୀ । ଧ୍ୟାନ ରଖିବେ କି, ସ୍ନାତକ କିମ୍ବା ଏହାଠୁ ଅଧିକ ଯୋଗ୍ୟତା ରଖିଥିବା ଯୁବକ-ଯୁବତୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ ନାହିଁ ।

ବୟସ ସୀମା-

ଆଶାୟୀ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ୨୫ ବର୍ଷରୁ ଅଧିକ ନହେବା ଦରକାର । ଆରକ୍ଷିତ ବର୍ଗର ଆଶାୟୀପ୍ରାର୍ଥୀଙ୍କୁ ସର୍ବାଧିକ ବୟସ ସୀମାରେ ନିୟମାନୁସାରେ ଛାଡ ମିଳିବ । ତେବେ ବୟସ ଗଣନା ୧ ନଭେମ୍ବର,୨୦୧୮ ଆଧାରରେ କରାଯିବ ।

ଚୟନ ପ୍ରକ୍ରିୟା-

ଆଶାୟୀ ପ୍ରାର୍ଥୀଙ୍କର ସର୍ବପ୍ରଥମେ ଅନଲାଇନ ଲିଖିତ ପରୀକ୍ଷା ହେବ । ଏହାପରେ ସର୍ଟଲିଷ୍ଟ ଆଶାୟୀ ପ୍ରାର୍ଥୀଙ୍କର ଫିଜିକାଲ ଟେଷ୍ଟ ହେବ । ତେବେ ଫିଜିକାଲ ଟେଷ୍ଟ କେବଳ କ୍ୱାଲିଫାଇ କରିବାକୁ ପଡିବ । ଏହାର ନମ୍ବର ଫାଇନାଲ ମେରିଟିରେ ଯୋଡା ଯିବ ନାହିଁ । ଫାଇନାଲ ମେରିଟି ଲିଷ୍ଟ ଅନଲାଇନ ଲିଖିତ ପରୀକ୍ଷା ଆଧାରରେ ହେବ ।