ଟ୍ରେନରେ ଏସି ଖରାପ ହେତୁ ଭାରତୀୟ ରେଳବାଇ ଯାତ୍ରୀଙ୍କୁ ଦେବ ୧୨,୦୦୦ଟଙ୍କାର କ୍ଷତିପୂରଣ

37

କର୍ଣ୍ଣାଟକ ରାଜ୍ୟ ଉପଭୋକ୍ତା ଅଭିଯୋଗ ନିବାରଣ ଆୟୋଗ ରେଳରେ ଏସି ଖରାପ ହେବା ହେତୁ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିବା ଜଣେ ୫୮ବର୍ଷିଅ ଯାତ୍ରୀଙ୍କୁ ୧୨,୦୦୦ଟଙ୍କା କ୍ଷତିପୂରଣ ଦେବା ପାଇଁ ଭାରତୀୟ ରେଳକୁ ନିର୍ଦ୍ଦେଶ ଦେଇଛନ୍ତି । ଦକ୍ଷିଣ-ପଶ୍ଚିମ ରେଲେଓ୍ଵ ଏହି କ୍ଷତିପୂରଣ ବାବଦକୁ ୧୦,୦୦୦ ଟଙ୍କା ଓ ୨,୦୦୦ଟଙ୍କାର ଟିକେଟ ରିଫଣ୍ଡ ସହିତ ଯାତ୍ରୀଙ୍କୁ ମୋଟ ୧୨,୦୦୦ଟଙ୍କା ଫେରସ୍ତ କରିବ ।

ସୂଚନାଯୋଗ୍ୟ, ୨୦୧୫ ମାର୍ଚ୍ଚ ୯ ତାରିଖରେ ଡ. ଶେଖର ଏସ୍. ଏ ମଇସୁରେନ୍ ବେଙ୍ଗାଲୁରୁରୁ ମହୀଶୁର ଟିପୁ ସୁପରଫାଷ୍ଟ ଏକ୍ସପ୍ରେସରେ ଯାତ୍ରା କରୁଥିଲେ । ୩ ଘଣ୍ଟାର ଏହି ଯାତ୍ରା ସମୟରେ ଟ୍ରେନରେ ଏସି ଖରାପ ହେତୁ ଡ.ଶେଖରଙ୍କୁ ନିଶ୍ୱାସ ନେବାରେ ବହୁ ଅସୁବିଧା ପରିଲକ୍ଷିତ ହୋଇଥିଲା ବୋଲି ସେ ଅଭିଯୋଗ କରିଥିଲେ । ଏହାପରେ ରେଲବାଇ ଏସି ଠିକ କରିବା ପାଇଁ ଜଣେ ମସ୍ତ୍ରୀଙ୍କୁ ପଠାଇଥିଲେ, କିନ୍ତୁ ସେ ଏସି ଠିକ୍ କରି ପାରି ନଥିଲେ । ଏହି କାରଣରୁ ୩ଘଣ୍ଟା ଧରି ବିନା ଏସିରେ ଶେଖରଙ୍କୁ ଯାତ୍ରା କରିବାକୁ ପଡ଼ିଥିଲା ।

ଏହାପରେ ଶେଖର ରାଜ୍ୟ ଉପଭୋକ୍ତା ଅଭିଯୋଗ ନିବାରଣ ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲେ । ଶେଖରଙ୍କ ବୟସ ତଥା ଯାତ୍ରା ସମୟରେ ହୋଇଥିବା ତାଙ୍କର ଅସୁବିଧାକୁ ଦୃଷ୍ଟିରେ ରଖି ଏହି ଶୁଣାଣି କରିଛନ୍ତି ଆୟୋଗ । ୪ସପ୍ତାହ ମଧ୍ୟରେ କ୍ଷତିପୂରଣ ବାବଦକୁ ୧୨,୦୦୦ଟଙ୍କା ଶେଖରଙ୍କୁ ଫେରସ୍ତ କରିବାକୁ ରେଲବାଇକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ପୂର୍ବରୁ ଶେଖର ଏହି ଅଭିଯୋଗ ନେଇ ଜିଲ୍ଲା ଉପଭୋକ୍ତା ଅଦାଲତଙ୍କ ପାଖକୁ ମଧ୍ୟ ଯାଇଥିଲେ ।