ଖୁସିଖବର: ବେରୋଜଗାରୀଙ୍କୁ ଚାକିରୀ ଦେବେ ସରକାର, ମୋଦି ଆଣିଲେ ନୂଆ ଯୋଜନା

86

ଆପଣ ଯଦି ନିଜର ଏକ ବ୍ୟବସାୟ ଆରମ୍ଭ କରିବାକୁ ମନବଳାଇଛନ୍ତି ତେବେ ଏଥିପାଇଁ ଆପଣଙ୍କୁ ସହଯୋଗ କରିବେ ମୋଦି ସରକାର । ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ ବେରୋଜଗାରୀ ପ୍ରୋତ୍ସାହନ ଯୋଗ୍ୟତା (PMRPY)ଆଧାରରେ ଲୋକଙ୍କୁ ସହାୟତା ମିଳିବ । ଚଗଜଚଣ ଆଧାରରେ ନୂଆ ବ୍ୟବସାୟରେ କାମ କରୁଥିବା କର୍ମଚାରୀଙ୍କ ଉଭୟ ଇପିଏଫ ଏବଂ ଇପିଏସର ନିଯୁକ୍ତିକର୍ତାଙ୍କ ୧୨ ପ୍ରତିଶତର ଯୋଗଦାନ ତିନି ବର୍ଷ ପର୍ଯ୍ୟନ୍ତ ସରକାର ବହନ କରିବେ ।

ପ୍ରଧାନମନ୍ତ୍ରୀ ବେରୋଜଗାର ପ୍ରତ୍ସାହନ ଯୋଜନା ଦେଶର ସେହି ସବୁ ପଢା ଲେଖା ଜାଣିଥିବା ଯୁବକ-ଯୁବତୀଙ୍କ ହିସାବରେ ପ୍ରସ୍ତୁତ କରାଯାଇଛି, ଯେଉଁମାନେ କି ଏଯାବତ୍ ବେରୋଜଗାର ଅଛନ୍ତି । ଯଦି ଆପଣ ବି ନିଜର ଏକ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଆପଣଙ୍କର କାମ ପାଇଁ ଉଭୟ ଇପିଏଫ ଏବଂ ଇଏସଆଇର ରକମ ସରକାରଙ୍କଠାରୁ ସହାୟତା ରୂପରେ ମିଳିପାରେ । ଏଯାବତ୍ PMRPYରେ ୩୧ ଲକ୍ଷ ଲାଭାର୍ଥୀ ଔପଚାରିକ ଭାବରେ ରୋଜଗାରରେ ସାମିଲ ହୋଇସାରିଛନ୍ତି । ଯାହା ଉପରେ ସରକାରଙ୍କ ତରଫରୁ ୫୦୦ କୋଟି ଟଙ୍କାରୁ ଅଧିକ ଯୋଗଦାନ ହୋଇଛି ।

କିଭଳି ଉଠାଇପାରିବେ PMRPY ଲାଭ

• ଇପିଏଫଓ ସହିତ ରେଜିଷ୍ଟର୍ଡ ସମସ୍ତ କାରବାରକୁ ଏଥିପାଇଁ ଲେବୁଲ ଆଇଡେଂଟିଫିକେଶନ ନମ୍ବର ତଥା ଏଲଆଇଏନ ନେବାକୁ ପଡିଥାଏ ।

• ଏଲଆଇଏନ ନେବା ପାଇଁ ଆପଣ https://shramsuvidha.gov.in ସାଇଟର ସହାୟତା ନେଇପାରିବେ ।

• ନୂଆ କର୍ମଚାରୀଙ୍କ ନିକଟରେ ଆଧାର ସହ ଜଡିତ ୟୁନିଭର୍ସାଲ ଆକାଉଂଟ ନମ୍ବର ଥିବା ନିହାତି ଜରୁରୀ ।

• ନୂଆ କର୍ମଚାରୀଙ୍କର ମାସିକ ଦରମା ୧୫ ହଜାର ଟଙ୍କାରୁ ବି ଅଧିକ ହୋଇଥିବା ଦରକାର ।

• ଆପଣଙ୍କ ଉଦ୍ୟୋଗ ୧ ଏପ୍ରିଲ ୨୦୧୬ ପରେ ଇପିଏଫଓ ନିକଟରେ ରେଜିଷ୍ଟର ହେବା ଦରକାର ।

• ଏଥିରେ ଇପିଏଫ ଯୋଗଦାନ ରୂପରେ ଆପଣଙ୍କୁ ବେତନର ୩.୬୭ ପ୍ରତିଶତ ପ୍ରତିମାସ ଜମା କରିବାକୁ ହେବ ।

• ଏଥିପାଇଁ କର୍ମଚାରୀଙ୍କ ଯୋଗଦାନ ଇପିଏଫରେ କରିବାକୁ ହେବ ।

ଏହା ଅନୁସାରେ ଇପିଏଫଓରେ ଆକାଉଂଟ ଖୋଲୁଥିବା ନୂଆ କର୍ମଚାରୀଙ୍କ ପାଇଁ ଇପିଏସରେ ବେତନର ୮.୩୩ ପ୍ରତିଶତ ଯୋଗଦାନ ସରକାର କରିବେ । ଏଥିରେ ଏସଏମଇ ସେକ୍ଟରେ ନୂଆ କର୍ମଚାରୀ ରଖିବା ଏବଂ ତାଙ୍କୁ ପିଏଫର ଲାଭ ଉପଲବ୍ଧ କରାଇବାରେ ନିଯୁକ୍ତିକର୍ତାଙ୍କୁ ରୁଚି ବଢିବ ।

ଯୋଗ୍ୟତା

• ଏହି ଯୋଜନାର ଲାଭ ପାଇବା ପାଇଁ ଆପଣଙ୍କର ବୟସ ୧୮ରୁ ୩୫ ବର୍ଷ ଭିତରେ ହୋଇଥବା ଦରକାର । ମହିଳା, ଏସସି/ଏସଟି, ପୂର୍ବତନ ସୈନିକ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ୧୦ ବର୍ଷ ବୟସ ଛାଡ ।

• ସେହିପରି ଉତର-ପୂର୍ବ ରାଜ୍ୟମାନଙ୍କର ନାଗରିକଙ୍କ ପାଇଁ ବୟସ ସୀମା ୧୮ରୁ ୪୦ ରଖାଯାଇଛି ।

• ଆପଣଙ୍କ ଶିକ୍ଷାଗତ ଯୋଗ୍ୟତା ଅତି କମରେ ୧୦ ପାସ୍ ହେବା ଦରକାର ।

• ପତି/ପତ୍ନୀ ଏବଂ ବାପାମାଆ ସହିତ ଆବେଦକଙ୍କ ମୋଟ ବାର୍ଷିକ ଆୟ ୧ ଲକ୍ଷରୁ ଅଧିକ ହୋଇନଥିବା ଦରକାର ।

ଏଠାରେ ଆମେ କହି ରଖୁଛୁ କି, ପୂର୍ବରୁ ସରକାର ଗାରମେଂଟ ସେକ୍ଟରର ନୂଆ ବ୍ୟବସାୟ ପାଇଁ ନିଯୁକ୍ତିକର୍ତାଙ୍କୁ ଉଭୟ ଇପିଏଫ ଏବଂ ଇପିଏସର ମୋଟ ୧୨ ପ୍ରତିଶତ ଯୋଗଦାନ ନିଜ ତରଫରୁ କରିବାକୁ ଘୋଷଣା କରିଥିଲେ । ଯାହାକୁ ପରବର୍ତ୍ତୀ ସମୟରେ ସବୁ କ୍ଷେତ୍ରରେ ଲାଗୁ କରିଦିଆଯାଇଛି ।