ମାତ୍ର ୨୦ ଟଙ୍କା ଦେଇ ପୋଷ୍ଟ ଅଫିସରେ ଖୋଲନ୍ତୁ ଖାତା: ଘରେ ବସି ପାଆନ୍ତୁ ଟଙ୍କା ଉଠାଣ ସହ ଟ୍ରାନ୍ସଫର ଭଳି ଅନେକ ସୁବିଧା

181

ନିକଟରେ ଆରମ୍ଭ ହୋଇଯାଇଛି ପୋଷ୍ଟ ଅଫିସର ନୂଆ ଇଣ୍ଡିଆ ପୋଷ୍ଟ ପେମେଂଟ ବ୍ୟାଙ୍କିଂ ସର୍ଭିସ । ଏହି ନୂଆ ବ୍ୟାଙ୍କରେ ଆପଣ ଆପଣଙ୍କର ଘରେ ବସି ହିଁ ସମସ୍ତ ସର୍ଭିସର ଫାଇଦା ଉଠାଇପାରିବେ । ଏଥିରେ ତିନି ପ୍ରକାରର ଖାତାର ଖୋଲିବାର ସୁବିଧା ରହିଛି । ଯଥା- ରେଗ୍ୟୁଲାର ସେଭିଂ , ବେସିକ୍ ସେଭିଂ ଏବଂ ଡିଜିଟାଲ ସେଭିଂ ଖାତା । ଏଥିରେ ଆପଣଙ୍କୁ ଟଙ୍କା ଟ୍ରାନ୍ସଫର, ଡାଏରେକ୍ଟ ବେନିଫିଟ ଟ୍ରାନ୍ସଫର , ବିଲ ଏବଂ ୟୁଟିଲିଟି ପେମେଂଟ ଭଳି ସୁବିଧାଗୁଡିକ ବି ଦିଆଯିବ । ତେବେ ଆସନ୍ତୁ ଜାଣିବା ଏସଂପର୍କରେ..

ରେଗ୍ୟୁଲାର ସେଭିଂ ଖାତା-

ଏହି ଖାତା ଜିରୋ ବାଲାନ୍ସରେ ଖୋଲି ପାରିବେ । ଏହାକୁ ଖୋଲିବା ପାଇଁ ଆପଣଙ୍କୁ ମାତ୍ର ୨୦ ଟଙ୍କା ଦେବାକୁ ପଡିବ । ଏଥିରେ ସର୍ବନିମ୍ନ ବାଲାନ୍ସ ମେଂଟେନ କରିବାକୁ ଆଉ ଆବଶ୍ୟକତା ପଡିବ ନାହିଁ । ୧୦ ବର୍ଷରୁ ଅଧିକ ବର୍ଷ ବୟସର କୌଣସି ବି ବ୍ୟକ୍ତି କେଓାଇସି ସହିତ ଏହି ଖାତାକୁ ଖୋଲି ପାରିବେ । ଏହି ଖାତାରେ ଆପଣ ଯେତେବେଳେ ଚାହିଁବେ ଟଙ୍କା ଜମା କରିପାରିବେ । ଏଥିରେ ଟଙ୍କା ଉଠାଇବା ପାଇଁ ବି କୌଣସି ସୀମା ଧାର୍ଯ୍ୟ କରାଯାଇନାହିଁ ।
ସୁବିଧା

ଏହି ଖାତା ସହ ଜଡିତ ଭିନ୍ନ ଭିନ୍ନ ପ୍ରକାରର ସେବା ପାଇବା ପାଇଁ କୌଣସି ଡେବିଟ କାର୍ଡ କିମ୍ବା ଚେକ ବୁକ ମିଳିନଥାଏ । କେବଳ କରେଂଟ ଆକାଉଂଟ ସହିତ ଚେକ ବୁକର ସୁବିଧା ରହିଛି । ବିନା କୌଣସି କ୍ୟୁଆର କାର୍ଡ ପ୍ରୋଭାଇଡ କରାଯିବ ନାହିଁ । ଏହି ଖାତାର ନମ୍ବର ମନେ ରଖିବା ପରିବର୍ତ୍ତେ ଖାତାକୁ ବ୍ୟବହାର କରିବାର ସହଜ ଏବଂ ସୁବିଧାଜନକ ତରିକା ଅଟେ । ଏଥିରେ ଆପଣଙ୍କୁ ଆପଣଙ୍କର ପାସୱାର୍ଡ ବି ମନେ ରଖିବାକୁ ଆବଶ୍ୟକତା ପଡିବ ନାହିଁ । ଟ୍ରାନକସନରେ ବାୟୋମେଟ୍ରିକ ଆଇଡେଂଟିଫିକେସନ ବ୍ୟବହାର କରାଯାଇଥାଏ । ଏହାଦ୍ୱାରା ଫିଙ୍ଗରପ୍ରିଂଟ କିମ୍ବା ଆଖିର ଡୋଳାର ବ୍ୟବହାର ହୋଇଥାଏ ।

ଏହି କାର୍ଡ ଜରିଆରେ ଆପଣ ଟ୍ରାନଜାକସନ, ମନି ଟ୍ରାନ୍ସଫର, ବିଲ ପେମେଂଟ , କ୍ୟାସଲେସ ସପିଂ ଭଳି ସୁବିଧାଗୁଡିକର ଲାଭ ଉଠାଇପାରିବେ । କ୍ୟୁଆର କାର୍ଡ ହଜି ଗଲେ କିମ୍ବା ଚୋରି ହୋଇଗଲେ ବି ଖାତାରୁ ଟଙ୍କା ସୁରକ୍ଷିତ ରହିବ । କାହିଁକି ନା ପ୍ରତିଟି ଟ୍ରାନଜାକସନ ବାୟୋମେଟ୍ରିକ ଜରିଆରେ ଭେରିଫାଏ ହୋଇଥାଏ ।

ଘରକୁ ଆସିବ ଡାକବାଲା-

ଆଇପିପିବିରେ ଖାତା ଖୋଲିଲେ କିମ୍ବା ଅନ୍ୟ ବ୍ୟାଙ୍କିଂ ସେବା ପାଇଁ ଆପଣଙ୍କୁ ଘରୁ ବାହାରିକାବୁ ବି ପଡିବ ନାହିଁ । କାହିଁକି ନା ଏହି କାମ ଆପଣ ଘରେ ବସି ବି କରିପାରିବେ । ଏହି ସେବା ଯୋଗାଇ ଦେବା ପାଇଁ ଆପଣଙ୍କ ନିକଟରେ ଗ୍ରାମୀଣ ଡାକ ସେବକ ତଥା ଜିଡିଏସ କିମ୍ବା ପୋଷ୍ଟମ୍ୟାନ ପହଂଚିଯିବେ । ବିନା କୌଣସି ଅତିରିକ୍ତ ଫିସରେ ଏମାନେ ଘରେ ଆସି ଖାତା ଖୋଲିବେ । ଖାତା ଖୋଲିବା ଉପରେ ତାଙ୍କୁ ଫଣ୍ଡ ଟ୍ରାନ୍ସଫର, ନକଦୀ ଜମା ଏବଂ ଉଠାଣ, ବିଲ ପେମେଂଟ କରିବାକୁ ଇତ୍ୟାଦି କହିପାରିବେ ।

ଏଥିପାଇଁ ଆପଣ ଯୋଗାଯୋଗ କେନ୍ଦ୍ର ୧୫୫୨୯୯ରେ କଲ କରି ଆପଏଂଟମେଂଟ ବୁକ କରନ୍ତୁ- ଯେଉଁଥିରେ ସୂଚନା ପାଇଁ ଏକ ଏସଏମଏସ ପଠାଯିବ-ପ୍ରତିନିଧୀଙ୍କୁ ଆପଣ କଲ କରିଥିବାର କାରଣ ଜଣାନ୍ତୁ- ସେବା ପାଇବା ପାଇଁ ଡୋରଷ୍ଟେପ ପ୍ରତିନିଧୀଙ୍କୁ ନିଜର କ୍ୟୁଆର କାର୍ଡ ଦେଖାନ୍ତୁ କିମ୍ବା ଆକାଉଂଟ ନମ୍ବର ବା ମୋବାଇଲ ନମ୍ବର ଉପଲବ୍ଧ କରାନ୍ତୁ ।
ବେସିକ ସେଭିଂ ଖାତା

ଏହି ଖାତା ପୋଷ୍ଟ ଅଫିସରର ରେଗ୍ୟୁଲାର ଆକାଉଂଟ ଭଳି ହିଁ ହୋଇଥାଏ । କ୍ୟୁଆର କାର୍ଡର ବ୍ୟବହାର ଭଳି ସମସ୍ତ ଫିଚର ରହିଥାଏ । ତେବେ ଏଥି ମଧ୍ୟରୁ ମାସକୁ କେବଳ ଚାରି ଥର ହିଁ ଟଙ୍କା ଉଠାଇ ପାରିବେ ।

ଡିଜିଟାଲ ସେଭିଂ ଖାତା-

ଆଇପିପିବିରେ ଯେଉଁ ତିନୋଟି ପ୍ରକାରର ସେଭିଂ ଆକାଉଂଟ ଖୋଲି ପାରିବେ, ସେଥି ମଧ୍ୟରୁ ଡିଜିଟାଲ ସେଭିଂ ଗୋଟିଏ । ଏହାକୁ ଆଣ୍ଡ୍ରଏଡ ଫୋନରେ ଆଇପିପିବି ମୋବାଇଲ ଆପ ଜରିଆରେ ଖୋଲିପାରିବେ । ୧୮ ବର୍ଷରୁ ଅଧିକ କୌଣସି ବି ବ୍ୟକ୍ତି , ଯେଉଁମାନଙ୍କ ନିକଟରେ ଆଧାର ଏବଂ ପାନ କାର୍ଡ ଥିବ, ସେମାନେ ଏହି ଖାତାକୁ ଖୋଲି ପାରିବେ । ଏହି ଖାତାରେ ବର୍ଷକୁ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରଖିବାର ଅନୁମତି ରହିଛି । ଏହି ଖାତା ଜରିଆରେ ଆପଣ ତୁରନ୍ତ ଫଣ୍ଡ ଟ୍ରାନ୍ସଫର କରିପାରିବେ । ଫଟାଫଟ ବିଲ ଇତ୍ୟାଦି ପେମେଂଟ ବି କରିପାରିବେ ।