ଦେଶର ଦ୍ୱିତୀୟ ସର୍ବଶ୍ରେଷ୍ଠ ସରକାରୀ ବ୍ୟାଙ୍କ ତଥା ପଂଜାବ ନ୍ୟାସନାଲ ବ୍ୟାଙ୍କରେ ଯଦି ଆପଣ ସେଭିଂ ଆକାଉଂଟ ରହିଛି ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । କାରଣ ବ୍ୟାଙ୍କ ନିଜ ମୋବାଇଲ ବ୍ୟାଙ୍କିଂ ସର୍ଭିସକୁ ପୂର୍ବପେକ୍ଷା ଆହୁରୀ ସହଜ କରିଦେଇଛି । ଏବେ ଆପଣ ବିନା ଲାଇନରେ ଘରେ ବସି କେବଳ ଗୋଟିଏ ଏସଏମଏସ ଜରିଆରେ କୌଣସି ବି ସମୟରେ ଖାତାରେ ଥିବା ବାଲାନ୍ସ ସଂପର୍କରେ ଜାଣିପାରିବେ । ମିନି ଷ୍ଟେଟମେଂଟ ମଧ୍ୟ ବାହାର କରିପାରିବେ । ଚେକର ଷ୍ଟାଟସ ଜାଣିପାରିବେ । ଏଥିସହିତ ହିଁ ଚେକର ପେମେଂଟ ମଧ୍ୟ ରୋକିପାରିବେ । ଆପଣଙ୍କୁ ଏଠାରେ ଆମେ କହି ରଖୁଛୁ କି, ଏସମସ୍ତ ସୂଚନା ପିଏନବିର ଆଧିକାରୀ ୱେବସାଇଟରେ ଉପଲବ୍ଧ ।
ଏସଏମଏସ ବ୍ୟାଙ୍କିଂ
ଏସଏମଏସ ଆଲର୍ଟ ପାଇଁ ରେଜିଷ୍ଟେସନ କରନ୍ତୁ
ପିଏନବିର କୌଣସି ବି ନିକଟତମ ଶାଖାକୁ ଯାଆନ୍ତୁ ଏବଂ ନିଜ ମୋବାଇଲ ନମ୍ବରକୁ ଖାତାରେ ରେଜିଷ୍ଟେସନ କରନ୍ତୁ ।
ଏସଏମଏସ ଜରିଆରେ କରିପାରିବେ ଏହି ସମସ୍ତ କାମ
କୌଣସି ବି ସମୟରେ ଖାତାରେ ଥିବା ବାଲାନ୍ସ ଜାଣନ୍ତୁ, ମିନି ଷ୍ଟେଟମେଂଟ ପାଆନ୍ତୁ, ଚେକର ସ୍ଥିତି ଜାଣନ୍ତୁ, ଚେକର ପେମେଂଟ ରୋକନ୍ତୁ ଏବଂ ଫଣ୍ଡରେ ନିଜେ ଟ୍ରାନ୍ସଫର କରନ୍ତୁ । ଲାଭ ଉଠାଇବା ପାଇଁ , ନିଦିଷ୍ଟ କିୱାର୍ଡ ସହିତ ଏସଏମଏସ ବ୍ୟାଙ୍କିଂ ନମ୍ବର ୫୬୦୭୦୪୦ରେ ଏସଏମଏସ ପଠାନ୍ତୁ ।
ଏସଏମଏସ ଜରିଆରେ ବ୍ୟାଙ୍କି କରିବାର ତରିକା
ଶେଷ ଜମାରାଶି ସଂପର୍କରେ ଜାଣିବା ପାଇଁ
For Balance Inquiry)
BAL /space/ 16 digit Account Number
e.g: BAL 015300XXXXXXXXXX
ମିନି ଷ୍ଟେଟମେଂଟ ସଂପର୍କରେ ଜାଣିବା ପାଇଁ
MINSTMT /space/ 16 digit Account Number
e.g. MINSTMT 015300XXXXXXXXXX
ଫଣ୍ଡ ଟ୍ରାନ୍ସଫର ପାଇଁ
SLFTRF /space/ FROM A/C /space/ TO A/C /space/ AMOUNT
e.g. SLFTRF 015300YYYYYYYYYY 015300XXXXXXXXXX 100
ଚେକ୍ ଷ୍ଟାଟସ ପାଇଁ
CHQINQ /space/ CHEQUE NUMBER /space/ ୧୬ ଟିକିଆ ଆକାଉଂଟ ନମ୍ବର
e.g. CHQINQ 123456 015300XXXXXXXXXX
ଚେକ୍ ପେମେଂଟ ରୋକିବା ପାଇଁ
STPCHQ /space/ CHEQUE NO. /space/ ୧୬ ଟିକିଆ ଆକାଉଂଟ ନମ୍ବର
e.g. STPCHQ 123456 015300XXXXXXXXXX
Comments are closed.