ବିଜେପି କାର୍ଯ୍ୟାଳୟରେ ଦୀର୍ଘ ୭ଘଂଟା ଧରି ବସି ରହିଲେ ମୋଦିଙ୍କ ପତ୍ନୀ ! ନା ଆସିଲେ ମନ୍ତ୍ରୀ ନା ହିଁ କୌଣସି ଅଧିକାରୀ , ଜାଣନ୍ତୁ କାହିଁକି

55

ନାରୀଙ୍କୁ ବେଶି ପ୍ରାଥମିକତା ଦେଉଥିବା ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ବାସ୍ତବରେ ନାରୀଙ୍କୁ କେତେ ସମ୍ମାନ ଦିଅନ୍ତି ତାହା ଆପଣ ନିମ୍ନରେ ଆଲୋଚନା ହୋଇଥିବା ଘଟଣାରୁ ଜାଣିପାରିବେ ।

କିଛିଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପତ୍ନୀ ଯଶୋଦାବେନ ମଧ୍ୟପ୍ରଦେଶର ଶୋଓପୁର ଯାଇଥିଲେ । ପିଏମଙ୍କର ପତ୍ନୀଙ୍କୁ ଯେଉଁ ସମ୍ମାନ ମିଳିବା ଉଚିତ, ତାର ଗୋଟିଏ ଭାଗ ବି ଯଶୋଦାବେନଙ୍କୁ ମିଳିନଥିଲା । ଘଂଟେ କି ଦୁଇ ଘଂଟା ନୁହେଁ ପାଖାପାଖି ୭ଘଂଟାରୁ ଅଧିକ ସମୟ ଯଶୋଦାବେନ ବିଜେପିର କାର୍ଯ୍ୟାଳୟରେ ଥିବା ପ୍ରତିକ୍ଷାଳୟର ଏକ କୋଠରି ମଧ୍ୟରେ ଏକାକୀ ବସି ରହିଥିଲେ ।

ଏପରିକି ତାଙ୍କର ହାଲଚାଲ ପଚାରି ବୁଝିବାକୁ କଲେକ୍ଟର-ଏସପିକୁ ଛାଡନ୍ତୁ ଜଣେ ସାଧାରଣ କର୍ମଚାରୀଟିଏ ବି ଆସିନଥିଲେ ଆଉ ସବୁସୀମା ସେତେବେଳେ ଟପି ଯାଇଥିଲା ଯେତେବେଳେ ବିଜେପିର ଜଣିଏ ହେଲେ ବି ନେତା ଯଶୋଦାବେନ ବସିଥିବା ପ୍ରକୋଷ୍ଠ ମଧ୍ୟକୁ ଆସିନଥିଲେ । କାରଣ, ଅନ୍ୟ ସମୟରେ ବିଜେପି କାର୍ଯ୍ୟାଳୟରେ ନେତାମାନଙ୍କୁ ସୁଅ ଛୁଟିଥାଏ । ମାତ୍ର ଯଶୋଦାବେନ ଥିବା ଅବସ୍ଥାରେ କୌଣସି ହେଲେବି ନେତା ସେଠାକୁ ଆସିନଥିଲେ ।

ମିଳିଥିବା ସୂଚନା ଅନୁସାରେ, ଗତ ମଙ୍ଗଳବାର ସଂଧ୍ୟାରେ ଶୋଓପୁରର କୃଷ୍ଣା ପ୍ୟାଲେସରେ ଏକ ସମାରୋହ ଆୟୋଜନ କରାଯାଇଥିଲା ଆଉ ଏଥିରେ ମୋଦିଙ୍କ ପତ୍ନୀ ତଥା ଯଶୋଦାବେନଙ୍କୁ ମୁଖ୍ୟ ଅତିଥି ଭାବରେ ଆମନ୍ତ୍ରିତ କରାଯାଇଥିଲା । ଯେଉଁଥିପାଇଁ ସେ ସକାଳ ୧୦ଟା ୧୫ରେ ଆସି ସେଠାରେ ପହଂଚିଯାଇଥିଲେ । ଏହାପରେ ଯଶୋଦବେନ ସିଧା ବିଜେପି କାର୍ଯ୍ୟାଳୟର ପ୍ରତୀକ୍ଷାଳୟର କୋଠରୀ ନମ୍ବର ୨ରେ ପହଂଚିଥିଲେ । ଆଉ ଏହି କୋଠରୀ ମଧ୍ୟରେ ସେ ସାରା ଦିନ ବସି ରହିଥିଲେ ସୁଦ୍ଧା କେହି ଜଣିଏ ଆସି ତାଙ୍କୁ ପାଣି ଗିଲାସେବି ଯାଚି ନଥିଲେ । ତେବେ ଏବେ ପ୍ରଶ୍ନ ଉଠୁଛି କି, ଦେଶର ପ୍ରଧାନମନ୍ତ୍ରୀ ବୁଲାଉଥିବା ଏବଂ ନାରୀଙ୍କୁ ଅଧିକ ଗୁରୁତ୍ୱ ଦେଉଥିବା ମୋଦି ଏବଂ ତାଙ୍କର ନେତାମନ୍ତ୍ରୀମାନେ କଣ ସତରେ ନାରୀମାନଙ୍କ ପ୍ରତି ଏତେ ଯତ୍ନବାନ ଅଟନ୍ତି । କାରଣ, ଯଶୋଦାବେନ ଜଣେ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ହୋଇ ସୁଦ୍ଧା ଯଦି ତାଙ୍କୁ ଉପଯୁକ୍ତ ସମ୍ମାନ ମିଳିପାରୁନାହିଁ ତେବେ ଜଣେ ସାଧାରଣ ମହିଳାଙ୍କୁ କିବା ସମ୍ମାନ ମିଳିବ ।