ପ୍ରଧାନମନ୍ତ୍ରୀ କିଷାନ ଯୋଜନା: ସରକାରଙ୍କ ପକ୍ଷରୁ ଜାରି ହେଲା ଗାଇଡଲାଇନ୍, ଏହି ଦସ୍ତାବିଜ ନଥିଲେ ଚାଷୀଙ୍କୁ ମିଳିବନି ଟଙ୍କା

667

ଫେବୃଆରୀ ପହିଲାରେ ଉପସ୍ଥାପନା ହୋଇଥିବା କାମଚଳା ତଥା ଅନ୍ତରୀଣ ବଜେଟରେ ରହିଥିଲା ଚାଷୀଙ୍କ ପାଇଁ ଖୁସି ଖବର । ପ୍ରଧାନମନ୍ତ୍ରୀ କିସାନ ଯୋଜନାରେ ୨ ହେକ୍ଟରରୁ କମ ଜମି ଥିବା ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ଦିଆଯିବା ନେଇ ଘୋଷଣା କରାଯାଇଛି । ଚାଷୀଙ୍କୁ ଖୁସି କରିବା ପାଇଁ ସରକାର ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ କିଷାନ୍ ଯୋଜନା । ଏହି ଯୋଜନାରେ ବର୍ଷକୁ ୬ ହଜାର ଟଙ୍କା ଯିବ ଚାଷୀଙ୍କ ବ୍ୟାଙ୍କ୍ ଖାତାକୁ । ୨ ହେକ୍ଟର ଅର୍ଥାତ୍ ୫ ଏକରରୁ କମ୍ ଜମି ଥିବା ଚାଷୀଙ୍କୁ ଏହି ସହାୟତା ମିଳିବ । ହେଲେ ସରକାରଙ୍କ ପକ୍ଷରୁ ଦିଆଯିବାକୁ ଥିବା ଏହି ଆର୍ଥିକ ସହାୟତା ପାଇବାକୁ ହେଲେ ଚାଷୀଙ୍କ ନିକଟରେ ଆଧାର ଥିବା ଜରୁରୀ । ତେବେ ପ୍ରଥମ କିସ୍ତି ପାଇଁ ଆଧାର ନମ୍ବର ଦେବା ବାଧ୍ୟତାମୂଳକ କରାଯାଇନାହିଁ । ଏଠାରେ ଆମେ କହି ରଖୁଛୁ କି, ପ୍ରଥମ କିସ୍ତି ଅନୁସାରେ ଚାଷୀଙ୍କୁ ୨ ହଜାର ଟଙ୍କାର ଆର୍ଥିକ ସହାୟତା ମିଳିବ । ଏହି ଯୋଜନା ଅନୁସାରେ ଚାଷୀଙ୍କୁ ୩୧ ମାର୍ଚ୍ଚ ସୁଦ୍ଧା ଟଙ୍କା ପ୍ରଦାନ ଦିଆଯିବ ।

କେନ୍ଦ୍ରୀୟ କୃଷି ମନ୍ତ୍ରାଳୟ ତରଫରୁ ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଥିବା ଚିଠିରେ କୁହାଯାଇଛି କି, ପ୍ରଥମ କିସ୍ତି ପାଇବା ପାଇଁ ଆଧାର ନମ୍ବର ଥିବା ବାଧ୍ୟତାମୂଳକ ନୁହେଁ ।ଏହାର ବିକଳ୍ପରେ ଡ୍ରାଇଭିଂ ଲାଇସେନ୍ସ, ଭୋଟ ପରିଚୟ ପତ୍ର, ରୋଜଗାର କାର୍ଡ କିମ୍ବା କେନ୍ଦ୍ର ସରକାରଙ୍କ ତରଫରୁ ଜାରି ହୋଇଥିବା କୌଣସି ବି ପରିଚୟ ପତ୍ରକୁ ଆଧାର କରି ପ୍ରଥମ କିସ୍ତି ଦିଆଯାଇପାରେ । ସେହିପରି ଦ୍ୱିତୀୟ ଏବଂ ଶେଷ କିସ୍ତି ପାଇଁ ଆଧାର ନମ୍ବର ବାଧ୍ୟତାମୂଳକ ହେବ । ଯୋଗ୍ୟ ଚାଷୀଙ୍କର ଯେଭଳି ପୁନରାବୃତ୍ତି ନ ହେଉ ଏଥିପାଇଁ କୃଷି ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ସୁନିଶ୍ଚିତ କରିବାକୁ କୁହାଯାଇଛି । ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି କି, ସେମାନେ ଗାଁରେ ଲାଭାର୍ଥି କ୍ଷୁଦ୍ର ଏବଂ ମାର୍ଜିନାଲ କୃଷକଙ୍କର ଏକ ଡାଟାବେସ୍ ପ୍ରସ୍ତୁତ କରିବାକୁ । ଯେଉଁଥିରେ ଚାଷୀଙ୍କର ପୂରା ବିବରଣୀ ତଥା ଚାଷୀଙ୍କ ନାମ, ଲିଙ୍ଗ, ଜାତି , ଆଧାର , ବ୍ୟାଙ୍କ ଖଖାତା ନମ୍ବର ଏବଂ ମୋବାଇଲ ନମ୍ବର ସଂଗ୍ରହ କରିବାକୁ କୁହାଯାଇଛି ।

Source:The Indian Express

ଉଲ୍ଲେଖ ଥାଉ କି, ଏହି ଯୋଜନାରେ ବର୍ଷକୁ ୬ ହଜାର ଟଙ୍କା ଚାଷୀଙ୍କ ବ୍ୟାଙ୍କ୍ ଖାତାକୁ ପଠାଯିବ । ୨ ହେକ୍ଟର ଅର୍ଥାତ୍ ୫ ଏକରରୁ କମ୍ ଜମି ଥିବା ଚାଷୀଙ୍କୁ ଏହି ସହାୟତା ମିଳିବ । ତେବେ ପ୍ରଥମ କିସ୍ତିରେ ୨ହଜାର ଟଙ୍କା ତୁରନ୍ତ ଦିଆଯିବ । ୧ ଡିସେମ୍ବର ୨୦୧୮ରୁ ପିଛିଲା ଭାବେ ଏହି ଟଙ୍କା ମିଳିବ । ୧୨କୋଟି କୃଷକ ପରିବାର ଏଥିରୁ ସିଧା ଲାଭ ପାଇବେ । ଏଥିପାଇଁ ବାର୍ଷିକ ୭୫ହଜାର କୋଟି ଟଙ୍କା ସରକାର ଖର୍ଚ୍ଚ କରିବେ ।