ଆପଣଙ୍କ ଝିଅର ମାଗଣାରେ ହେବ ୧୧ ହଜାର ଟଙ୍କାର ଏଫଡି । ଜାଣନ୍ତୁ ଆବେଦନ କରିବାର ପୂରା ପ୍ରକ୍ରିୟା

37

ଆପଣଙ୍କ ଝିଅ ପାଇଁ କରିପାରିବେ ମାଗଣାରେ ୧୧ ହଜାର ଟଙ୍କାର ଫିକ୍ସ ଡିପୋଜିଟ୍ । ତେବେ ପ୍ରତ୍ୟେକ ଶିଶୁ କନ୍ୟାର ବାପା-ମାଆଙ୍କୁ ଏହି ଉପହାର ଦେଉଛି ହେଲଥ କେୟାର ସେକ୍ଟରରେ କାମ କରୁଥିବା କଂପାନୀ ତଥା ‘Oxxy’ । Oxxy କହିଛି କି, ଦେଶରେ ଜନ୍ମ ହେଉଥିବା ନବଜାତ ଶିଶୁଙ୍କ ନାଁରେ ୧୧ ହଜାର ଟଙ୍କାର ଫିକ୍ସ ଡିପୋଜିଟ୍ (ଏଫଡି) କରିବ । ଯାହାର ଉଦ୍ଦେଶ୍ୟ ହେଲା, ଦେଶରେ ଲିଙ୍ଗାନୁପାତ ଅନ୍ତରକୁ କମ କରିବା ଏବଂ ଜନ୍ମ ନେଇଥିବା ଝିଅର ଶିକ୍ଷା ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ସହାୟତା କରିବ । Oxxy ତରଫରୁ ଜାରି ହୋଇଥିବା ବୟାନରେ କୁହାଯାଇଛି କି, ଅକ୍ସି ‘ଶିଶୁକନ୍ୟା ବିକାଶ’ କାର୍ଯ୍ୟକ୍ରମ ଆଧାରରେ ସାରା ଦେଶରେ ଏଥିପାଇଁ ପଂଜିକରଣ କରୁଥିବା ବାପା-ମାଆଙ୍କୁ ଶିଶୁର ଜନ୍ମ ସମୟରେ ୧୧ ହଜାର ଟଙ୍କାର ଏଫଡି ପ୍ରଦାନ କରାଇବ ।

ଏହି ଏଫଡି ସମସ୍ତଙ୍କୁ ଦିଆଯିବ । ଏଥିରେ ବାପା-ମାଆଙ୍କ ଧର୍ମ, ସାମାଜିକ ସ୍ଥିତି କିମ୍ବା ଭୌଗୋଳିକ ସ୍ଥିତି ଇତ୍ୟାଦି ଭେଦଭାବ ରହିବ ନାହିଁ । ଏହି କାର୍ଯ୍ୟକ୍ରମଟିକୁ ଝିଅମାନଙ୍କୁ ଆର୍ଥିକ ରୂପରେ ସୃଦୁଢ ବନାଇବା ପାଇଁ ପ୍ରସ୍ତୁତ କରାଯାଇଛି । ତେବେ ଅକ୍ସି ତରଫରୁ ଆରମ୍ଭ କରାଯାଇଥିବା ଏହି ଯୋଜନାରେ ଶିଶୁକନ୍ୟାର ବୟସ ୧୮ ବର୍ଷ ହେବା ପରେ ଏହି ଅର୍ଥରାଶି ନିଜର ବୁଦ୍ଧିମତାରେ ବ୍ୟବହାର କରିପାରିବେ । ଏହି ଟଙ୍କା ତାର ଶିକ୍ଷା କିମ୍ବା ତାର ଲାଳନପାଳନ ଲକ୍ଷ୍ୟରେ ଖର୍ଚ୍ଚ କରାଯାଇପାରିବ । ଏହି ଟଙ୍କା ତାର ପାଇଁ ଏବଂ ସେ ଏହି ଟଙ୍କାରେ ନିଜର ଭବିଷ୍ୟତ ଗଢି ପାରିବ । ଏହି ଟଙ୍କା ଉପରେ ଅନ୍ୟ କାହାର ଅଧିକାର ନାହିଁ Oxxy ତରଫରୁ ଜାରି ହୋଇଥିବା ବୟାନରେ କୁହାଯାଇଛି ।

ଏହି ଯୋଜନା ଅନୁସାରେ, ୩ ମାସର ଗର୍ଭବତୀ ମା’କୁ ଏଥିପାଇଁ ରେଜିଷ୍ଟ୍ରେସନ କରିବାକୁ ହେବ । ଯଦି ଝିଅ ହୁଏ ତେବେ ଝିଅ ନାଁରେ ୧୧ ହଜାର ଟଙ୍କାର ଏଫଡି ଜାରି କରାଯିବ । ଏହାକୁ ଶିଶୁଟିର ଆଧାରକାର୍ଡ ଏବଂ ବ୍ୟାଙ୍କ ଖାତା ସହ ଯୋଡି ଦିଆଯିବ । ୧୮ ବର୍ଷ ହେବା ପରେ ଝିଅଟି ବିନା କୌଣସି ପ୍ରତିବନ୍ଧକରେ ଏହି ଟଙ୍କାକୁ ଖର୍ଚ୍ଚ କରିପାରିବ । ତେବେ ଏହାର ରେଜିଷ୍ଟ୍ରେସନ ଆପଣ oxxy health appରେ କରିପାରିବେ । ଏଠାରେ ଆମେ କହି ରଖୁଛୁ କି, Oxxy ହେଲଥ କେୟାର କଂପାନୀ । ଯାହାର ବର୍ତ୍ତମାନ ୧୫୦୦ଟି ସହରରେ ୨ ଲକ୍ଷରୁ ଅଧିକ ସେଂଟର ରହିଛି ।