ପେଟିଏମ ଆରମ୍ଭ କଲା Fastag । ଏଣିକି କୌଣସି ଟୋଲ ଗେଟରେ ରୋକିବେ ନାହିଁ ଗାଡିଚାଳକ

34

ଯଦି ଆପଣ ପ୍ରତିଦିନ ଅଫିସ ଯିବା ସମୟରେ କୌଣସି ଟୋଲ୍ ପ୍ଲାଜା ଦେଇ ଗତି କରୁଛନ୍ତି ଆଉ ଆପଣଙ୍କୁ ସେଠାରେ ବାରମ୍ବାର ରୋକିବାକୁ ପଡୁଛି ତେବେ ଆପଣଙ୍କ ପାଇଁ ଖୁସି ଖବର । କାରଣ, ଖୁବ୍ ଶୀଘ୍ର ଆପଣଙ୍କର ଏହି ସମସ୍ୟା ଦୂର ହେବାକୁ ଯାଉଛି । ଯେଉଁଥିରେ ଆପଣଙ୍କୁ ଆଉ ବାରମ୍ବାର କୌଣସି ବି ଟୋଲ ଗେଟରେ ଅଟଳିବାକୁ ପଡିବ ନାହିଁ । ସୂଚନା ମୁତାବକ, ଏହି ସମସ୍ୟାକୁ ଦୃଷ୍ଟିରେ ରଖି ପେଟିଏମ ଆରମ୍ଭ କରିଛି ଏକ ସ୍ୱତନ୍ତ୍ର ବ୍ୟବସ୍ଥା । ଯାହାକୁ ବ୍ୟବହାର କରି ଆପଣ ଏହି ସବୁ ଜଂଞାଳରୁ ରକ୍ଷା ପାଇପାରିବେ । ତେବେ ପେଟିଏମ Fastag ନାମକ ଡିଭାଇସ୍ ଜରିଆରେ ଆପଣଙ୍କର ଏହି ସମସ୍ୟା ଦୂରିଭୁତ ହେବ । ଏସିବିଆଇ ସମେତ ଅନେକ ବଡ ବଡ ବ୍ୟାଙ୍କମାନଙ୍କ ପରେ ପେଟିଏମ ପେମେଂଟ୍ ବ୍ୟାଙ୍କ ମଧ୍ୟ Fastag ଆଣିବାକୁ ଘୋଷଣା କରିଛି । ଯାହାର ଉଦ୍ଦେଶ୍ୟ ରହିଛି ସାରା ଦେଶର ରାଜମାର୍ଗରେ ଟୋଲ ଶୁଳ୍କ ଦେବାକୁ ସରଳିକରଣ କରିବା ।

ପେଟିଏମ Fastag ରେଡିଓ ଫ୍ରିକ୍ୱିଏନ୍ସି ଆଇଡେଂଟିଫିକେସନ ଟେକନିକ୍ (ଆରଏଫଆଇଡି) ଉପରେ ଆଧାରିତ ଏକ ଟ୍ୟାଗ । ଯାହାକୁ ଆପଣ ଅନେକ ଥର ବ୍ୟବହାର କରିପାରିବେ । ପ୍ରକୃତରେ Fastag ଏକ ଡିୱାଇସନୁମାନ ସେନସର ଅଟେ, ଯାହାକୁ ଆପଣ ଆପଣଙ୍କର କାରର ୱିଣ୍ଡୋସ୍କ୍ରିନରେ ବ୍ୟବହାର କରିପାରିବେ । ଯଦି ଆପଣଙ୍କର କାରରେ ଏହି ଟ୍ୟାଗ ରହିଥିବ ତେବେ ଆପଣ ଟୋଲ ପ୍ଲାଜାରେ ବିନା ରହି ଚାଲି ଯାଇପାରିବେ । କାରଣ, ଏହି ଟ୍ୟାଗ ଟୋଲ ପ୍ଲଜାରେ ଲଗାଇଯାଇଥିବା ସେନସର ସହ କନେକ୍ଟ ହୋଇଥାଏ ଏବଂ ଆପଣାଛାଏଁ ଆପଣଙ୍କର ଟୋଲ ଫି ଭରଣ କରିଦେଇଥାଏ ।

ବର୍ତ୍ତମାନ ସମୟରେ ପେଟିଏମ ପେମେଂଟ ବ୍ୟାଙ୍କ, ନୂଆ ଗାଡି କିଣୁଥିବା ଗ୍ରାହକମାନଙ୍କ ପାଇଁ ପେଟିଏମ Fastag ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ କାର କଂପାନୀମାନଙ୍କ ସହିତ ଆଲୋଚନା ଚଳାଇଛନ୍ତି । ଏଥିପାଇଁ କାର ଡିଲର୍ସଙ୍କ ସହିତ ମଧ୍ୟ କଥାବାର୍ତ୍ତା ଚାଲିଛି । ଯେଉଁଥିରେ ହୁଣ୍ଡାଇ, ଟାଟା ମାରୁତି, ହୁଣ୍ଡାଇ ଟାଟା, ମର୍ସିଡିଜ, ରେନାଲ୍ଟ୍ ସମେତ୍ ଅନ୍ୟାନ୍ୟ କାର କଂପାନୀମାନେ ସାମିଲ ଅଛନ୍ତି । ପେଟିଏମ ସୂଚନା ମୁତାବକ, ପୁରୁଣା ଗାଡିଗୁଡିକ ପାଇଁ ପେଟିଏମ ଆପ ଉପରେ Fastagକୁ ଅନଲାଇନରେ କିଣିପାରିବେ । Fastag ବ୍ୟବହାର କରୁଥିବା ଗ୍ରାହକଙ୍କୁ ପ୍ରତ୍ୟେକ ଟୋଲ ନେଣଦେଣ ଉପରେ ୭.୫ ପ୍ରତିଶତ କ୍ୟାସବ୍ୟାକ୍ ମିଳିବ । ତେବେ ବ୍ୟାଙ୍କ ପ୍ରଚଳିତ ଅର୍ଥ ବର୍ଷର ଶେଷ ସୁଦ୍ଧା ପେଟିଏମ Fastagର ବ୍ୟବହାର କରୁଥିବା ଗାଡିମାନଙ୍କରସଂଖ୍ୟା ୧୦ ଲକ୍ଷ ଉପରେ ପହଂଚାଇବାକୁ ଆଶା ରଖିଛନ୍ତି ।