ସାଧାରଣଙ୍କ ପରେ ମୋଦିଙ୍କ ଟାର୍ଗେଟରେ ଏବେ ପଛୁଆ ବର୍ଗ ! ସବର୍ଣ୍ଣ ସଂରକ୍ଷଣ ପରେ ଏହି ତାରିଖରେ ଓବିସି କମିଶନ ଘୋଷଣା କରିପାରନ୍ତି କେନ୍ଦ୍ର ସରକାର

137

ନିକଟରେ ଗରିବ ସବର୍ଣ୍ଣଙ୍କ ହୀତ ପାଇଁ ମୋଦି ସରକାର ୧୦ ପ୍ରତିଶତ ସଂରକ୍ଷଣ ମିଳିବା ନେଇ ଘୋଷଣା କରିଛନ୍ତି । ଯେଉଁଥିରେ ଗରିବ ସବର୍ଣ୍ଣଙ୍କୁ ସବୁୁକ୍ଷେତ୍ରରେ ଅନେକ ସୁବିଧା ମିଳିପାରିବ । ତେବେ ସାଧାରଣ ବର୍ଗର ଲୋକଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ମିଳିବା ପରେ ମୋଦି ସରକାର ଏବେ ଓବିସି ଶ୍ରେଣୀର୍ଭୁକ୍ତ ଲୋକମାନଙ୍କ ପାଇଁ ବି ଏଭଳି ଏକ ବଡ ଯୋଜନାର ଘୋଷଣା କରିପାରନ୍ତି । ଯାହାକୁ ନେଇ ବର୍ତ୍ତମାନ ମନ୍ତ୍ରାଳୟ ପକ୍ଷରୁ ବିଚାର ବିମର୍ଷ ଜାରି ରହିଛି । କେନ୍ଦ୍ର ସରକାର ଓବିସି କୋଟାରେ ନୂଆ କରି ଆରମ୍ଭ ହୋଇଥିବା ଜାତିମାନଙ୍କର ଅଂଶୀଦାର ସ୍ଥିର କରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି ।

ସୂଚନା ମୁତାବକ, ଲୋକସଭା ନିର୍ବାଚନ ପୂର୍ବରୁ ହିଁ କେନ୍ଦ୍ର ସରକାର ଓବିସି କମିଶନର ରିପୋର୍ଟ ପ୍ରସ୍ତୁତ କରିବା ସହିତ ଏହାକୁ ଦେଶରେ କାର୍ଯ୍ୟକାରୀ ନେଇ ଘୋଷଣା କରିବା ଯୋଜନାରେ ଅଛନ୍ତି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଏସଂକ୍ରାନ୍ତରେ ସବୁ ମନ୍ତ୍ରାଳୟଠାରୁ ତାଙ୍କ ଅଧିନରେ କାମ କରୁଥିବା ଓବିସି ବର୍ଗର କର୍ମଚାରୀମାନଙ୍କର ସଂଖ୍ୟା ସେମାନଙ୍କ ଜାତି ଅନୁସାରେ ପ୍ରୋଭାଇଡ କରିବାକୁ କୁହାଯାଇଛି ।

ଗଣମାଧ୍ୟମରେ ପ୍ରକାଶିତ ଖବର ମୁତାବକ, ସରକାର ନିଜ ଅନ୍ତିମ ଅଧିବେଶନରେ ଓବିସି କମିଶନର ରିପୋର୍ଟ ଉପସ୍ଥାପନା କରିପାରନ୍ତି । ଏଠାରେ ଆମେ କହି ରଖୁଛୁ, ୩୧ ଜାନୁଆରୀରୁ ସଂସଦରେ ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଯାହାକି ୧୩ ଫେବୃଆରୀ ଯାଏଁ ଚାଲିବ । ତେଣୁ ଏହି ଅବସରରେ ସରକାର କମିଶନର ସୁପାରିସ୍ ଆଧାରରେ ଓବିସି ବର୍ଗ ଅଧିନରେ ଆସୁଥିବା ବ୍ୟକ୍ତିଙ୍କର ଉଭୟ ସାମାଜିକ ଏବଂ ଆର୍ଥିକ ସ୍ଥିତିକୁ ଆଧାର କରି ଅଂଶୀଦାର ସ୍ଥିର କରିବେ ବୋଲି ମିଳିଥିବା ସୂଚନାରୁ ଯ ାହା ଜଣାପଡିଛି ।