ଏଭଳି ଏକ ସ୍ଥାନ ଯେଉଁଠାରେ ପ୍ରତ୍ୟେକ ମନ୍ଦିର ତଳେ ପୋତି ହୋଇ ରହିଛି ଅନେକ ରହସ୍ୟ

99

ସାଧାରଣତଃ ମନ୍ଦିରକୁ ଗଲେ ମନକୁ ଶାନ୍ତି ମିଳିଥାଏ । ଯାହାକୁ ପ୍ରକାଶ କରିବା ପାଇଁ ଆମ ନିକଟରେ ଶଦ୍ଦ ବି ନିଅଂଟ ପଡିଯାଏ । ହେଲେ ଭାରତରେ ଏକ ଏଭଳି ସ୍ଥାନ ରହିଛି ଯେଉଁଠାରେ ପ୍ରତ୍ୟେକ ମନ୍ଦିର ଚିତା ବା ମଣିଷର ଜୁଇଁରେ ନିର୍ମାଣ କରାଯାଇଛି । ଯଦିଓ କଥାଟା ଆପଣଙ୍କୁ ଟିକିଏ ଅଜବ ଲାଗୁଥିବ ମାତ୍ର ଏହା ସତ୍ୟ ଅଟେ ।

ବିହାରର ଦରଭଙ୍ଗାଠାରେ ଅବସ୍ଥାପିତ ମାଘେଶ୍ୱର ମନ୍ଦିର ପରିସରରେ ଏଭଳି ପ୍ରକାରର ମନ୍ଦିରମାନ ରହିଛି । ଏଠାରେ ନିର୍ମିତ ହୋଇଛି ସମୂହ ମନ୍ଦିର । ଯାହାର ସୌନ୍ଦର୍ଯ୍ୟ ତଥା କାରୁକାର୍ଯ୍ୟ ସଂପର୍କରେ ଯେତେବି ପ୍ରଶଂସା କରାଯିବ ତାହା କମ ପଡିବ । ତେବେ ଏହି ମନ୍ଦିରର ବିଶେଷତ୍ୱ ହେଲା କି, ଏଠାରେ ନିର୍ମିତ ହୋଇଥିବା ସମସ୍ତ ମନ୍ଦିର ଦରଭଙ୍ଗା ରାଜପରିବାରର କୌଣସି ନା କୌଣସି ସଦସ୍ୟଙ୍କର ଚିତା ବା ସମାଧି ଉପରେ ନିର୍ମିତ ହୋଇଛି । ଯାହାର ଆରମ୍ଭ ରାଜା ମାଘୋ ସିଂହଙ୍କ ସମୟରୁ ହୋଇଥିବା ବିଶ୍ୱାସ ରହିଛି ।

ଯେଉଁଥିପାଇଁ ଏହି ଖାସ ପରିସରର ନାଁ ମାଘେଶ୍ୱର ପରିସର ରଖାଯାଇଛି । ରାଜାଙ୍କ ମୃତ୍ୟୁ ବାରଣାସୀରେ ହୋଇଥିଲା ଓ ତାଙ୍କର ଅସ୍ଥିକୁ ମାଘେଶ୍ୱର ମନ୍ଦିରର ପରିସରରେ ହିଁ ରଖାଯାଇଥିଲା । ଯେଉଁ ସ୍ଥାନରେ ରାଜାଙ୍କର ଅସ୍ଥିକୁ ରଖାଯାଇଥିଲା ସେଠାରେ ଘାସରେ ନିର୍ମିତ ଏକ ସମାଧି ମଧ୍ୟ ନିର୍ମାଣ କରାଯାଇଛି ।

କୁହାଯାଏ, କୌଣସି ବି ବ୍ୟକ୍ତିର ମୃତ୍ୟୁ ହେବା ପରେ ତାର ମୃତ ଦେହକୁ ଘାସରେ ନିର୍ମିତ ଏକ ସମାଧି କରି ରଖାଯାଏ ଏବଂ ପରବର୍ତ୍ତି ସମୟରେ ତାର ଅନ୍ତିମ ସଂସ୍କାର କରାଯାଇଥାଏ । ଖାଲି ସେତିକି ନୁହେଁ ଏହି ପରିସରରେ ମା’ କାଳୀଙ୍କର ପ୍ରତୀମା ମଧ୍ୟ ବିରାଜମାନ । ବିଶ୍ୱାସ ରହିଛି କି, ଏହି ମନ୍ଦିର ତଳେ ମହାରାଜା ରାମେଶ୍ୱର ସିଂହଙ୍କର ଚିତା ରହିଥିବାବେଳେ ମନ୍ଦିରର ବାମ ପାଶ୍ୱର୍ରେ ମାତା ଅନ୍ନପୂର୍ଣ୍ଣାଙ୍କର ମନ୍ଦିର ରହିଛି । ଯାହାକୁ ରାମେଶ୍ୱର ସିଂହଙ୍କ ପତ୍ନୀଙ୍କ ଚିତା ଉପରେ ନିର୍ମାଣ କରାଯାଇଛି ।

ତେବେ ମନ୍ଦିରକୁ ନେଇ ଲୋକଙ୍କର ଆସ୍ଥା ଖୁବ୍ ଗଭୀର ରହିଛି । ଲୋକମାନଙ୍କର ବିଶ୍ୱାସ ରହିଛି କି, ଏଠାରେ ସବୁ ମନସ୍କାମନା ପୁରଣ ହୋଇଥାଏ ।

ସୌଜନ୍ୟ: ଅମର ଉଜାଲା