ବଦଳିଲା ଏଟିଏମ୍ ସହ ଜଡ଼ିତ ଏହି ନିୟମ ! ଏଣିକି ରାତି ୯ଟା ପରେ ଏଟିଏମରେ ଆଉ ଭର୍ତ୍ତିକରାଯିବନି ଟଙ୍କା
ସରକାର ଏଟିଏମ୍ ସହିତ ଜଡ଼ିତ ନୂଅା ନିୟମ ଜାରି କରିଛନ୍ତି। ଏହି ନିୟମରେ କୁହାଯାଇଛି କି ସହରାଞ୍ଚଳରେ ରାତି ୯ଟା ପରେ ଆଉ ଏଟିଏମ୍ରେ ଟଙ୍କା ଭରାଯିବ ନାହିଁ ଓ ଭ୍ୟାନ୍ରେ ସିଙ୍ଗଲ ଟ୍ରିପ୍ରେ ୫କୋଟି ଟଙ୍କାରୁ ଅଧିକ ରହିବ ନାହିଁ। ଏହା ବ୍ୟତୀତ କ୍ୟାସ୍ ଭ୍ୟାନ୍ରେ ଥିବା କର୍ମଚାରୀଙ୍କ ଉପରେ ହେଉଥିବା ଆକ୍ରମଣ, ଅପରାଧୀଙ୍କ ଗାଡ଼ିର ପିଛା କରିବା ଓ ଅନ୍ୟାନ୍ୟ ସମସ୍ୟାର ସାମ୍ନା କରିବାକୁ ଟ୍ରେନିଂ ଦିଆଯିବ। ଗୃହ ମନ୍ତ୍ରାଳୟ ତରଫରୁ ଜାରି କରାଯାଇଥିବା ନିର୍ଦେଶାବଳିରେ କୁହାଯାଇଛି କି କ୍ୟାସ୍ ଟ୍ରାନ୍ସପାର୍ଟେସନ୍ ସହିତ ଜଡ଼ିତ ଥିବା ସମସ୍ତ କର୍ମଚାରୀଙ୍କ ପୃଷ୍ଠଭୂମିର ଯାଞ୍ଚ ପାଇଁ ସେମାନଙ୍କ ଆଧାର ଭେରିଫିକେସନ୍ କରିବାକୁ ପଡ଼ିବ।
Kanak News is now on WhatsApp
Join and get latest news updates delivered to you via WhatsApp
ସେହିପରି ଗ୍ରାମୀଣ ଅଞ୍ଚଳରେ ସନ୍ଧ୍ୟା ୬ଟା ପରେ କୌଣସି ଏଟିଏମ୍ରେ ଟଙ୍କା ଭରାଯିବ ନାହିଁ ଓ ଗୋଟିଏ ଏଟିଏମ୍ରେ ଟଙ୍କା ଲୋଡ କରିବା ପାଇଁ ଟଙ୍କାକୁ ତା’ପୂର୍ବ ଦିନରୁ କିମ୍ବା ସେହିଦିନ ସକାଳେ ବ୍ୟାଙ୍କରୁ ଆଣିବାକୁ ପଡ଼ିବ। ଏପରି କରିବା ଦ୍ୱାରା ଟଙ୍କା ଭରିବାର ପାଇଁ ନିର୍ଦ୍ଧାରିତ ହୋଇଥିବା ସମୟସୀମା ପୂର୍ବରୁ କାମ ଶେଷ ହୋଇଯିବ।