ଅଜବ ଯାତ୍ରୀଙ୍କ ଅଜବ ଯୋଗାସନ : ଚଳନ୍ତା ଟ୍ରେନରେ ଯୋଗକୁ ନେଇ ସୋସିଆଲ ମିଡିଆରେ ଭାଇରାଲ

28

ଟ୍ରେନରେ ଯାତ୍ରା କରିବା ଅନେକ କଷ୍ଟ ଓ କ୍ଲାନ୍ତର କାମ । ଏଥିପାଇଁ ଲୋକେ ଖବରକାଗଜ ପଢିବା ବା ଗୀତ ଶୁଣି ସମୟ ବିତେଇଥାନ୍ତି । କିନ୍ତୁ ଲଣ୍ଡନର ମେଟ୍ରୋ ଟ୍ରେନରେ ଜଣେ ଯାତ୍ରୀ କ୍ଲାନ୍ତ ଦୂରକରିବାକୁ ଏକ ନୂଆ ତରିକା ଆପଣେଇଛନ୍ତି । ଟ୍ରେନରେ ଆସନ ବିଛାଇ ,କାନରେ ଇୟରଫୋନ ଲଗେଇ ଆରମ୍ଭ କରିଥିଲେ ଯୋଗାସନ । ଏହାକୁ ଦେଖି ସାଥୀ ଯାତ୍ରୀମାନେ ଅସୁବିଧାରେ ପଡିଥିଲେ ଟ୍ରେନ ଭିତରେ ।

ଲଣ୍ଡନରୁ ୟୁଷ୍ଟନ ,୨୦ ମିନିଟର ମେଟ୍ରୋ ଯାତ୍ରାରେ ଏହି ଯାତ୍ରୀ ଜଣକ ଅନେକ ଆସନ କରିଥିଲେ । ଗୋଟେ ବଗିରୁ ଆଉ ଏକ ବଗିକୁ ଯାତ୍ରୀ , ତାଙ୍କ ଉପରେ ଚଢି ଯାଉଥିଲେ । ହେଲେ ସେ ସେମିତି ଯୋଗ କରିବାରେ ଧ୍ୟାନ ମଗ୍ନ ଥିଲେ । ସେଠାରେ ଥିବା ଲୋକେ ଫଟୋ ଉଠାଇ ସୋସିଆଲ ମିଡିଆରେ ଛାଡିଛନ୍ତି । ଏହି ଯାତ୍ରୀ ଜଣକର ଯୋଗକୁ ନେଇ ଖୁବ୍ ଚର୍ଚ୍ଚା ।