ପ୍ରେମ ମାନିଲାନି ବାଧା ବନ୍ଧନ ! ସାତ ଜନମର ସାଥୀ ହେଲେ ଦୁଇ ଯୁବତୀ

59

ପଂଜାବ : କୁହାଯାଏ ପ୍ରେମ ଏକ ଅଲଗା ଶିହରଣଏହାକୁ ଲୁଚାଇ ହୁଏନି କି ଏହା ଲୁଚି ଯାଏନାପ୍ରେମ ବି ରଖେନା କୈାଣସି ସ୍ଥାନ , କାଳ ,ପାତ୍ରର ହିସାବ ସବୁ ବାଧା ବନ୍ଧନକୁ ଏଡେଇ ପ୍ରେମ ଜିତେ । ହାରେ ବୟସ , ବିଶ୍ୱାସ ଓ ବ୍ୟବସ୍ଥା । ଏମିତି ଏକ ଘଟଣା ଘଟିଛି ପଂଜାବ, ଜଳନ୍ଧରରେ । ଜଣେ ମହିଳା ସବଇନ୍ସିପେକର ବିବାହ କରିଛନ୍ତି ନିଜ ସାଥୀ ମହିଳାଙ୍କୁ । ଏହି ଘଟଣା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ସାଜିଛି ।

ନଇ ଦୁନିଆରେ ପ୍ରକାଶିତ ଖବର ଅନୁସାରେ, ପଂଜାବରେ ଏକ ହୋଟଲରେ ଧୂମଧାମରେ ଆୟୋଜିତ ହୋଇଥିଲା ଏକ ଆଡମ୍ବରପୂର୍ଣ୍ଣ ବିବାହ ଉତ୍ସବ । ଅନେକ ବନ୍ଧୁ ପରିଜନ ଓ ସଂପର୍କୀୟଙ୍କ ଭିଡ ଥିଲା । ହେଲେ ଥିଲା ଟିକେ ବ୍ୟତିକ୍ରମ । ଏଠାରେ ବର କନ୍ୟା ବେଶରେ ଥିଲେ ଦୁଇ ମହିଳା । ପଂଜାବ ପୁଲିସର ଜଣେ କର୍ମଚାରୀ କଂଜିତ୍ କୈାର ,ବିବାହ କରୁଥିଲେ ନିଜ ସାଥୀଙ୍କୁ । ଏହି ଅଭିନବ ସମଲିଙ୍ଗୀ ବିବାହରେ ଲୋକଙ୍କ ଖୁବ୍ ଉତ୍ସାହ ନଜର ଆସିଥିଲା । ସାଧାରଣ ବିବାହ ପରି ମଂଜିତ୍ ବରଯାତ୍ରୀ ନେଇ ଆସିଥିଲେ । ବେଦୀରେ ମଧ୍ୟ ନିଜ ସାଥୀ ସହ ଅଗ୍ନିକୁ ସାକ୍ଷି ରଖି ହାତ ଗଣ୍ଠି ପକାଇଥିଲେ ।

ଦେଖନ୍ତୁ ଏହି ଭିଡିଓ –