କୈାଣସି ବ୍ୟକ୍ତିଙ୍କୁ ନୁହେଁ ରେଳଷ୍ଟେସନକୁ ବିବାହ କଲେ ମହିଳା ! ଅଦ୍ଭୁତ ପ୍ରେମ

33

PAY-IN-LOVE-WITH-TRAIN-STATION ଅଜବ ପ୍ରେମ । କେତେବେଳେ ପ୍ରେମ କାହାକୁ କାହା ସହ ହୋଇଯାଏ ଜାଣିହୁଏନା । ପ୍ରେମ ହୋଇଗଲେ ମଣିଷ ଦେଖେନା ଉଚ୍ଚ ନୀଚ୍ଚ , ଧନୀ ଗରିବ କି ଜୀବ ଓ ନିର୍ଜୀବ । ଏମିତି ଏକ ଘଟଣା ଘଟିଛି କାର୍ଲିଫର୍ଣ୍ଣିଆରେ । ଏଠାରେ ଜଣେ ୪୬ ବର୍ଷୀୟା ମହିଳା ପିଲାଦିନରୁ ତାଙ୍କର ପ୍ରିୟର ରେଳଷ୍ଟେସନକୁ ବିବାହ କରିଛନ୍ତି । ଯାହା ଏବେ ସମସ୍ତଙ୍କୁ ଚକିତ କରିଛି । ମିରର୍ ନ୍ୟୁଜରେ ପ୍ରକାଶିତ ଏହି ଖବର ଏବେ ଚର୍ଚ୍ଚାରେ ।

ଆପଣ ଭାବୁଥିବେ ମହିଳା ଜଣକ କୈାଣସି ମାନିସକ ରୋଗୀ ହୋଇଥାଇପାରନ୍ତି । ନା, ଏହା ନୁହେଁ । ସେ ସୁସ୍ଥ ମନରେ ହିଁ ଏହା କରିଛନ୍ତି । ୯ ବର୍ଷର ଥିବା ସମୟରେ ଏହି ମହିଳାଜଣକ ପ୍ରତିଦିନ କାର୍ଲିିଫର୍ଣ୍ଣିଆର ‘ସାଣ୍ଟୋ ଫେ’ ଷ୍ଟେସନକୁ ଯାଇଥାନ୍ତି । ତାଙ୍କୁ ସେହି ଷ୍ଟେସନର ଗୋଟିଏ କାନ୍ଥ ଖୁବ୍ ଭଲ ଲାଗୁଥିଲା । ସେହି କାନ୍ଥକୁ ଘଣ୍ଟା ଘଣ୍ଟା ଧରି ଜାବୁଡି ଧରିବା ସହ ସେ ତାକୁ ସ୍ନେହ ମଧ୍ୟ କରୁଥିଲେ । କିନ୍ତୁ କିଛିଦିନ ପରେ ସେ ଅନ୍ୟ ସହରକୁ ଚାଲିଯାଇଥିଲେ । ପ୍ରାୟ ୩୬ ବର୍ଷ ଦୂରେଇ ରହିଥିଲେ ମଧ୍ୟ ତାଙ୍କ ମନରେ ଷ୍ଟେସନଟି ଅଭୁଲନୀୟ ହୋଇ ରହିଥିଲା ।
ପୂର୍ବ ସହରକୁ ଫେରିବା ପରେ ସେ ପୁଣି ଥରେ ଷ୍ଟେସନ ନିକଟକୁ ଚାଲିଯାଇଥିଲେ । ଏବେ ସେ ସେହି ଷ୍ଟେସନକୁ ନିଜର ସ୍ୱାମୀ ବୋଲି ମାନିନେଇଛନ୍ତି । ଏବଂ ପ୍ରତିଦିନ ସେହି ଷ୍ଟେସନକୁ ଯାଇ ନିର୍ଦ୍ଦିଷ୍ଟ କାନ୍ଥକୁ ଗେଲ କରୁଛନ୍ତି । ତାଙ୍କ କହିବାନୁସାରେ – ଷ୍ଟେସନର ଏହି କାନ୍ଥକୁ ଛୁଇଁବା ଦ୍ୱାରା ଏକ ଆଲର୍ଜି ହୋଇଥାଏ । ଯାହା ଦ୍ୱାରା ମୁଁ ରୋମାଣ୍ଟିକ୍ ମନେ କରିଥାଏ । ମହିଳାଜଣକର ଏହି କାର୍ଯ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।