ଏକାକୀ ୬୦ ଫୁଟର କୂଅ ଖୋଳିଲେ ମହିଳା ! ମହିଳା ଭାଗିରଥୀ ଭାବେ ଚର୍ଚ୍ଚାରେ କର୍ଣ୍ଣାଟକର ଗୈାରୀ

61

କର୍ଣ୍ଣାଟକ : ୫୧ ବର୍ଷୀୟା ଗୈାରୀଙ୍କୁ ଉତ୍ତର କାନ୍ନାଡା ଜିଲ୍ଲାରେ ‘ମହିଳା ଭାଗିରଥୀ’ ଭାବେ ଡାକୁଛନ୍ତି । ଜଣେ ମହିଳା ହୋଇ ନିଜର ଦୃଢ ଇଚ୍ଛାବଳରେ ସେ କରିଦେଖେଇଛନ୍ତି ଅଦ୍ଭୁତ କାର୍ଯ୍ୟ । ଯେଉଁ କଠିନ କାମ ପୁରୁଷମାନେ କରିଥାନ୍ତି, ତାହା ଏକାକୀ ଏହି ମହିଳା ଜଣକ କରିଛନ୍ତି । ୬୦ ଫୁଟର ଏକ କୂଅ ଖୋଳି ସମସ୍ତଙ୍କର ଆଖି ଖୋଲି ଦେଇଛନ୍ତି।

gouri--ପ୍ରକାଶିତ ସୂଚନା ଅନୁସାରେ , କେବଳ ଖରାଦିନେ ନୁହେଁ ବର୍ଷାଦିନେ ମଧ୍ୟ ପିଇବା ପାଣି ମୁନ୍ଦାଏ ପାଇବା ପାଇଁ ଗୈାରୀଙ୍କ ଅଂଚଳର ଲୋକଙ୍କୁ ଅନେକ ବାଟ ଯିବାକୁ ପଡୁଥିଲା । ପାଣି ସମସ୍ୟାକୁ ନେଇ ସେମାନଙ୍କର ଚାଷକାର୍ଯ୍ୟ ହେଉଥିଲା ବାଧାପ୍ରାପ୍ତ । ଲୋକମାନଙ୍କର ଏହି ସମସ୍ୟାକୁ ସୁଧାରିବା ପାଇଁ ଏକାକୀ ଅଣ୍ଟା ଭିଡି ଥିଲେ ସେ । ଆଉ ଖୋଳିଥିଲେ ୬୦ ଫୁଟର ଏକ କୁଅ । ସମସ୍ତଙ୍କର ହିତ ଉଦ୍ଦେଶ୍ୟରେ ତାଙ୍କର ଏହି ପ୍ରୟାସ ତାଙ୍କୁ ମହିଳା ଭାଗିରଥୀ ଭାବେ ପରିଚିତ କରାଇଛି । ଦୃଢନିଷ୍ଠା ଓ ପରିଶ୍ରମରେ ଆଜି ଏହି ମହିଳ ଜିତି ପାରିଛନ୍ତି ସବୁ ଅସୁବିଧାକୁ ।

waterକର୍ଣ୍ଣାଟକର ସିରସୀର ବାସିନ୍ଦା ହେଉଛନ୍ତି ଗୈାରୀ । ପେସାରେ ସେ ଜଣେ ଦିନ ମଜୁରିଆ । ପରିବାରର ଏକାକୀ ରୋଜଗାରକ୍ଷମ ଗୈାରୀ ଝିଅର ପାଠପଢାରେ ମଧ୍ୟ ବିଶେଷ ଧ୍ୟାନ ଦେଇଥାନ୍ତି । ତା’ ସହିତ ନିଜ ଅଂଚଳର ଲୋକମାନଙ୍କ ସୁବିଧା ପାଇଂ ନଜର ଦେଇଥାନ୍ତି । ତାଙ୍କ ଅଂଚଳରେ ବର୍ଷର ଅଧିକାଂଶ ସମୟ ପାଣି ସମସ୍ୟା ଦେଖାଦେଇଥାଏ । ପ୍ରତିବର୍ଷ ସ୍ଥାନୀୟ ପ୍ରଶାସନଙ୍କ ନିକଟରେ ଅଭି ଯୋଗ କରାଯାଉଥିଲେ ମଧ୍ୟ ଏଥିରେ କୈାଣସି ସୁଧାର ଆସୁନଥିଲା । କେବଳ ପିଇବା ପାଇଁ ନୁହେଁ ଚାଷ କାମରେ ମଧ୍ୟ ବାଧା ଆସୁଥିଲା । ନିଜେ ଗୈାରୀ ତାଙ୍କ ବାଡିରେ ଲଗାଇଥିବା ନଡିଆ,କଦଳୀ ଆଦି ଗଛ ପାଣି ଅଭାବରୁ ନଷ୍ଟ ହେବାରେ ଲାଗିଥିଲା । ଏଥିରୁ ହେଉତିବା ଆୟ ମଧ୍ୟ ପ୍ରଭାବିତ ହେବାରେ ଲାଗିଥିଲା ସେଥିପାଇଁ ସେ ଏହାର ସ୍ଥାୟୀ ସମାଧାନ କରିବାକୁ ଚିନ୍ତା କରିଥିଲେ ।

608082_thumpକାହାର କୈାଣସି ସାହାଯ୍ୟ ଓ ସହ ଯୋଗକୁ ଅପେକ୍ଷା ନକରି ସେ ନିଜେ ହିଁ ବାହାର କଲେ ଏହାର ସମାଧାନ । ନିଜ ଜମିରେ କୂଅ ଖୋଳିଲା ଆରମ୍ଭ କରିଦେଇଥିଲେ । ଏକାକୀ ଦିନକୁ ୫ରୁ ୬ଘଣ୍ଟା କୂଅ ଖୋଳାଇବାରେ ବିତାଉଥିଲେ । ଏହିପରି ୩ମାସର କଠିନ ପରିଶ୍ରମ କରି ଶେଷରେ ସଫଳ ହୋଇଥିଲେ ଗୈାରୀ । ତାଙ୍କର ଏହି କୂଅ ଖୋଳିବାର ପ୍ରୟାସରେ ଅବଗତ ନଥିଲେ ତାଙ୍କ ଅଂଚଳର ଲୋକେ ଗୈାରୀ ଧର୍ମସ୍ଥଳୀ ରୁରାଲ ଡେଭଲପମେଂଟ ସ୍କିମ୍ ଅଧିନରେ କାମ କରୁଥିଲେ । ତାଙ୍କ ସହକର୍ମୀମାନେ ଓ ଉପରିସ୍ଥ ଅଧିକାରୀମାନେ ମଧ୍ୟ ଏହି କାର୍ଯ୍ୟ ସଂପର୍କରେ କୈାଣସି ସୂଚନା ପାଇନଥିଲେ । ଯେତେବେଳେ ଗୈାରୀଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଥିଲା , ସେତେବେଳେ ତାଙ୍କ ଘରକୁ ଯିବା ପରେ ସେମାନେ ତାଙ୍କର ଏହି ପ୍ରୟାର ସୁରାକ ପାଇଥିଲେ । ଆଉ ଜାଣି ଖୁବ୍ ପ୍ରଶଂସା କରିଥିଲେ ଗୈାରୀଙ୍କୁ ।

ଗୈାରୀଙ୍କ ଏହି କାର୍ଯ୍ୟ ଯୋଗୁଁ ତାଙ୍କ ଅଂଚଳର ଲୋକଙ୍କର ଜଳ କଷ୍ଟ କିଛି ମାତ୍ରାରେ ଦୂର ହୋଇପାରିଛି । ଲୋକମାନଙ୍କୁ ଆଉ ପାଣି ସଂଗ୍ରହ ପାଇଁ କିଲୋମିଟର ଦୂର ଯିବାକୁ ପଡୁନାହିଁ । ଗୈାରୀଙ୍କ ଏପରି ମହତ ଉଦ୍ଦେଶ୍ୟକୁ ମିଳିଛି ତାରିଫ । ଆଉ ସେ ପାଲଟି ଯାଇଛନ୍ତି ଜଣେ ମହିଳା ଭାଗିରଥୀ ।

(ସୌଜନ୍ୟ- ଇଣ୍ଡିଆଟାଇମ୍ସ)