ଉରି ଆତଙ୍କବାଦୀ ଆକ୍ରମଣ ଘଟଣା : ସୀମାରେ ସମରସଜ୍ଜା ଦେଖି ଘାଇଲା ପାକିସ୍ତାନ

19

vlcsnap-2016-09-23-21h13m41s662ଉରି ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ମୁହାଁମୁହିଁ ସ୍ଥିତିରେ ଭାରତ-ପାକିସ୍ତାନ । ସୀମାରେ ପଇଁତରା ମାରୁଛନ୍ତି ଭାରତୀୟ ଯବାନ । ପାକିସ୍ତାନ ସହ ସିଧା ମୁକାବିଲା ନେଇ ଲାଇନ ଅଫ କଂଟ୍ରୋଲର ୭୭୮ କିଲୋମିଟର ଅଂଚଳରେ ସେନାବାହିନୀକୁ ଆଗକୁ ବଢା ଯାଇଥିବା ସୂଚନା ମିଳିଛି । କୁହାଯାଉଛି, ପାକ୍ ଅଧିକୃତ କଶ୍ମୀରରେ ସର୍ଜିକାଲ ଆଟାକ୍ ପାଇଁ ଭାରତୀୟ ସେନା ଉପଯୁକ୍ତ ସ୍ଥାନରେ ବିଭିନ୍ନ ଟ୍ରୁପକୁ ମୁତୟନ କରିଛି ।

55ସର୍ଜିକାଲ ଆଟାକ୍ ପାଇଁ ସୁପରସୋନିକ୍ ବ୍ରହ୍ମୋସ ମିଜାଇଲ୍, ସ୍ମର୍ଚ୍ଚ ରକେଟ୍ ଓ ୧୫୫ ଏମଏମ ଆର୍ଟିଲେରୀ ବନ୍ଧୁକ ସେନାବାହିନୀର ବ୍ୟବହାର ପାଇଁ ପ୍ରସ୍ତୁତ ରଖାଯାଇଛି । ଭାରତୀୟ ରଣନୀତି ନେଇ ବାରମ୍ବାର ଉଚ୍ଚସ୍ତରୀୟ ବୈଠକ ବସୁଥିବା ବେଳେ ସୀମାର ସ୍ଥିତି ନେଇ ପ୍ରଧାମନ୍ତ୍ରୀଙ୍କୁ ଅବଗତ କରାଯାଇଛି । କୂଟନୈତିକ କୌଶଳ ବିଫଳ ହେଲେ ସେନା ପକ୍ଷରୁ ଅନ୍ୟ ବିକଳ୍ପ ପଦକ୍ଷେପ ଗ୍ରହଣ କରାଯିବା ନେଇ ଚର୍ଚ୍ଚା ହେଉଛି ।

33ଏପଟେ ଭାରତକୁ ମୁକାବିଲା କରିବା ପାଇଁ ପାକିସ୍ତାନ ବି ତାର ସେନାଙ୍କୁ ସଜାଗ କରୁଛି । ଯୁଦ୍ଧ ସ୍ଥିତିର ମୁକାବିଲା ନେଇ ଏୟାର ଫୋର୍ସକୁ ତୟାର ରଖିଥିବା ସୂଚନା ମିଳିଛି । ଗୁରବାର ରାତିରେ ଇସଲାମାବାଦ ଆକାଶରେ ଏଫ୍ ୧୬ ଯୁଦ୍ଧ ବିମାନ ପଇଁତରା ମାରୁଥିବା ଦେଖିବାକୁ ମିଳିଛି । ପାକିସ୍ତାନ ଆକାଶରେ ଯୁଦ୍ଧ ବିମାନ ଏୟାର ଡ୍ରିଲ କରିବା ଘଟଣାରୁ ସ୍ପଷ୍ଟ ହେଉଛି ଯେ, ପାକିସ୍ତାନ ଯୁଦ୍ଧ ପାଇଁ ଏୟାର ଫୋର୍ସକୁ ପୂର୍ଣ୍ଣପ୍ରସ୍ତୁତ କରୁଛି ।

ସୀମାରେ ଭାରତୀୟ ଯବାନ ଆଗକୁ ବଢ଼ିବା ଏବଂ ପାକିସ୍ତାନରେ ଯୁଦ୍ଧ ବିମାନର ଡିଲ୍ କରିବା ଉଭୟ ଦେଶ ମଧ୍ୟରେ ଏକ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିଛି ।

ଏହା ସହ – ଭାରତ ପାକିସ୍ତାନ ସୀମାରେ ସମରସଜ୍ଜା ! କୌଣସି ମୁହୂର୍ତ୍ତରେ ହୋଇପାରେ ଯୁଦ୍ଧ