୧୪ ବର୍ଷିୟ ପିଲା ଚଳାଇଲେ ବିମାନ ! ବିଶ୍ୱର ସବୁଠୁ କମ୍ ବୟସର ପାଇଲଟ ଭାବେ ରଖିଲେ ନାଁ

64

2ଏଇ ଏକ ବିଂଶ ଶତାଦ୍ଦୀରେ ଲୋକେ ଭାବିଥାନ୍ତି ଯେ, ୨୪ରୁ ୪୦ ବର୍ଷ ହେଉଛି ସଫଳତା ପାଇବାର ପ୍ରକୃତ ସମୟ । କିନ୍ତୁ ଅନେକ ଉଦାହରଣ ଏହି ଦୁନିଆରେ ଦେଖିବାକୁ ମିଳେ ଯାହାକି ସଫଳତା ପାଇବାକୁ ବୟସ ମାପକାଠି ହୋଇନାହିଁ । ଯାହା କି ଅନେକ ସମୟରେ ପ୍ରମାଣିତ ହୋଇଛି । ଅନେକ ଆଶ୍ଚର୍ଯ୍ୟକର କାର୍ଯ୍ୟ କରିଦେଖେଇଛନ୍ତି କମ୍ ବୟସର ପିଲାମାନେ । ଏବେ ଏମିତି ଏକ ପିଲାକୁ ନେଇ ଚର୍ଚ୍ଚା । ସଂଯୁକ୍ତ ଆରବ ଏମିରେଟରେ ରହୁଥିବା ୧୪ ବର୍ଷିୟ ଭାରତୀୟ ବଂଶୋଜ ମନସୁର ଅନିସ୍ ସବୁଠୁ କମ୍ ବୟସର ପାଇଲଟ ଭାବେ ପୁରା ଦୁନିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।ତାଙ୍କର ଏଭଳି ସ୍ୱତନ୍ତ୍ର ସଫଳତା ନେଇ ବିଶ୍ୱରେ ନାଁ କରିଛନ୍ତି ।

_1e918ed8-93d0-11e7-8e40-f0ddfb773b93ନିକଟରେ ମନସୁର ୧୫୨ ଏୟାରକ୍ରାଫ୍ଟ ନାମକ ବିମାନକୁ ପାଖାପାଖି ୧୦ ମିନିଟ୍ ଯାଏ ଉଡାଇଛନ୍ତି । ତାଙ୍କର ଏପରି ସାହସିକତାର କାର୍ଯ୍ୟକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଥିଲେ । କାରଣ ୧୪ ବର୍ଷ ବୟସରେ ଜଣେ ୧୫୨ ଏୟାରକ୍ରାଫ୍ଟ ଏକୁଟିଆ ଉଡାଇବା କୈାଣସି ସହଜ କଥା ନୁହେଁ । କିନ୍ତୁ ମନସୁର ଅନିସ୍ ଏପରି କରିଦେଖେଇଛନ୍ତି । ମନସୁରଙ୍କୁ ଷ୍ଟୁଡେଣ୍ଟ ପାଇଲଟ ପରମିଟ୍ ମିଳିଛି । ମନସୁରଙ୍କୁ କାନାଡାର ଏଏଏ ଆଭିଏସନ ଫ୍ଲାଇଟ୍ ଅକାଦେମୀ ତରଫରୁ ସାର୍ଟିଫିକେଟ୍ ଦିଆଯାଇଛି । ପାଇଲଟ୍ ସାର୍ଟିଫିକେଟ୍ ଦିଆଯିବା ପୂର୍ବରୁ ତାଙ୍କୁ ଅନେକ ପ୍ରକାରର ଫ୍ଲାଇଙ୍ଗ୍ ଟେଷ୍ଟ ଦେବାକୁ ପଡିଥିଲା । ଯେଉଁଥିରେ ସେ ଉର୍ତ୍ତିର୍ଣ୍ଣ ହୋଇଥିଲେ । ମନସୁରଙ୍କ ପିତା ଅଲୀ ଅନିସ୍ ନାଗପୁରର ଓ ମା ମୁନେରା ଫୈଜି ଉଜୈନର ଅଟନ୍ତି । ମନସୁର ଅନିସ୍ ୧୫ ବର୍ଷ ବୟସର ଜଣେ ଜର୍ମାନ ପାଇଲଟର ରେକର୍ଡକୁ ଭାଂଗିଛନ୍ତି । ମନସୁର ୨୫ ଘଣ୍ଟାର ଟ୍ରେନିଂ ନେବା ପରେ ସୋଲୋ ଫ୍ଲାଇଟ୍ ଚାଳନା କରିଥିଲେ ବୋଲି ତାଙ୍କ ବାପା କୁହନ୍ତି ।

1ମନସୁର ଅନିସ୍ ବର୍ତ୍ତମାନ ସାରଜାର ଦିଲ୍ଲୀ ପ୍ରାଇଭେଟ୍ ସ୍କୁଲରେ ପଢୁଛନ୍ତି । ନ୍ୟୁଜ ରିପୋର୍ଟ ଅନୁସାରେ , ମନସୁର କାନାଡାର ଆଭିଏସନ ଅକାଦେମୀରୁ ପ୍ରଥମ ସୋଲୋ ଫ୍ଲାଇଟ ସାର୍ଟିଫିକେସଟ ଗ୍ରହଣ କରିଛନ୍ତି । ସେ ପିଲା ଦିନରୁ ପାଇଲଟ ହେବା ପାଇଁ ପାଇଁ ସ୍ୱପ୍ନ ଦେଖିଥିଲେ । ଆଉ ଏହାର ପ୍ରେରଣା ତାଙ୍କ ମା’ଙ୍କ ଠାରୁ ପାଇଥିଲେ । କାରଣ ମନସୁରଙ୍କ ମାମୁଁ ଥିଲେ ଜଣେ ଭାରତୀୟ ଜେଟ୍ ଏୟାର ୱେଜର ପାଇଲଟ ଅଟନ୍ତି ।

ଆଜି ସଫଳତା ପାଇବା ପରେ ମନସୁର ଗଲ୍ଫ ନ୍ୟୁଜକୁ କହିଛନ୍ତି ଯେ, ‘ ମୁଁ ମୋ ମାମୁଁଙ୍କ ଯୋଗୁଁ ବିମାନ ଚଳାଇବାକୁ ଇଚ୍ଛା କରିଥିଲି । ସେ ହିଁ ହେଉଛନ୍ତି ମୋର ପ୍ରେରଣାର ଉତ୍ସ । ମୋତେ ୧୮ ବର୍ଷ ହେବା ପରେ ସେ ହିଁ ମୋତେ ପ୍ରବର୍ତ୍ତେଇଥିଲେ ଜଣେ କମର୍ସିଆଲ୍ ପାଇଲଟ ହେବାକୁ ।’ ମନସୁରଙ୍କ ବାପା , ଅଲୀ ଅସଗର ଜଣେ ସିଭିଲ୍ ଇଂଜିନିୟର । ସେ ସର୍ବଦା ନିଜ ପୁଅ ମନସୁରକୁ ଉତ୍ସାହିତ କରୁଥିଲେ ପୁଅ କେମିତି ତାର ସ୍ୱପ୍ନକୁ ସାକାର କରିବ । ମନସୁର କୁହନ୍ତି , ‘ମୁଁ ପ୍ଲାନିଂ କରିଛି ଆସନ୍ତା ବର୍ଷ ଆଉ ଥରେ କାନାଡା ଯାଇ ମୋର ଫ୍ଲାଇଙ୍ଗକୁ ଚାଲୁକରିବି । ଯଦି ମୁଁ ଏହା ନକରିବି, ମୁଁ ସବୁ ଭୁଲିଯିବି । ’

( ସୌଜନ୍ୟ-ଏନଡି ଟିଭି)