ଓଡିଆ ଝିଅ ସୁସ୍ମିତା : ପ୍ରଥମ ସ୍ପେସ୍ ଷ୍ଟାର୍ଟଅପ୍ ପ୍ରତିଷ୍ଠା କରି ଚର୍ଚ୍ଚାରେ!

134

susmita -କୁହାଯାଏ ଦୃଢ ଇଚ୍ଛା ଶକ୍ତି ଥିଲେ , ମଣିଷ ସବୁକିଛି କରିପାରେ । କେବଳ ଧୈର୍ଯ୍ୟ ଓ ସାହାସ ଦରକାର । ଆଉ ଏହାକୁ ପ୍ରତିପାଦିତ କରିପାରିଛନ୍ତି ଜଣେ ଓଡିଆ ଝିଅ । ନିଜର ପିଲାଦିନର ସ୍ୱପ୍ନକୁ କରିଛନ୍ତି ସାକାର । ମହାକାଶ ବିଜ୍ଞାନରେ ଉଲ୍ଲେଖନୀୟ ଯୋଗଦାନ ଦେଇ ଓଡିଶା ପାଇଁ ଗୈାରବ ସାଉଁଟିଛନ୍ତି ଓଡିଆ ବୈଜ୍ଞାନିକ ଡକ୍ତର ସୁସ୍ମିତା ମହାନ୍ତି । କଟକରେ ଜନ୍ମିତ ଓ ଅହମ୍ମଦାବାଦରେ ବଢିଥିବା ସୁସ୍ମିତା ପିଲାଦିନରୁ ମହାକାଶ ବିଜ୍ଞାନ ପ୍ରତି ହୋଇଥିଲେ ଆକର୍ଷିତ । ପିଲାବେଳେ ହିଁ ସେ ପ୍ରଥମଥର ପାଇଁ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା (ନାସା)କୁ ନିଜର ଏକ ପ୍ରୋଜେକ୍ଟ ବିଷୟରେ ଅବଗତ କରାଇଥିଲେ । କିନ୍ତୁ ସେତେବେଳେ ସେ ଭାବି ନଥିଲେ ଯେ ଦିନେ ଏହି ସଂସ୍ଥାରେ କାର୍ଯ୍ୟ କରିବେ । ଅବଶ୍ୟ ଛୋଟବେଳୁ ମହାକାଶ ବିଜ୍ଞାନ ପ୍ରତି ସେ ଆକର୍ଷିତ ହେବାର ମୁଖ୍ୟ କାରଣ ତାଙ୍କ ବାପା , ଯିଏକି ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ରେ କାର୍ଯ୍ୟରତ ଥିଲେ । ତେଣୁ ତାଙ୍କ ଉପରେ ଏହାର ପ୍ରଭାବ ପଡିଥିଲା ।

bd9ed229-8116-4b82-81bb-f5bced3ebb3c୪୫ ବର୍ଷୀୟ ସୁସ୍ମିତା ଭାରତ, ସ୍ୱିଡେନ୍ ଓ ପ୍ରାନ୍ସରେ ବିଭିନ୍ନ ପାଠ୍ୟକ୍ରମରେ ଅଧ୍ୟୟନ କରିଛନ୍ତି । ସେ ଗୁଜୁରାଟ ବିଶ୍ୱବିଦ୍ୟାଳୟରୁ ଇଲେକ୍ଟ୍ରିକାଲ୍ ଇଂଜିନିୟରିଂ ପାଠୟକ୍ରମରେ ସ୍ନାତକ ଡିଗ୍ରୀ ଓ ପରେ ଅହମ୍ମଦାବାଦ ସ୍ଥିତ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଡିଜାଇନରୁ ଇଣ୍ଡଷ୍ଟ୍ରିଆଲ୍ ଡିଜାଇନ୍ ପାଠ୍ୟକ୍ରମରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ସେହିପରି ସେ ଫ୍ରାନ୍ସର ଷ୍ଟ୍ରସବର୍ଗ ସ୍ଥିତ ଇଂଟରନ୍ୟାସନାଲ ସ୍ପେସ୍ ୟୁନିଭର୍ସିଟିରୁ ମହାକାଶ ବିଜ୍ଞାନ ପାଠ୍ୟକ୍ରମରେ ସ୍ନାତକୋତ୍ତର ଡିଗ୍ରୀ ଏବଂ ସ୍ୱିନ୍ରେ ଚାଲମରସ୍ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜିରୁ ଏରୋସ୍ପେସ୍ ଆର୍କିଟେକଚରରେ ପିଏଚଡି ଡିଗ୍ରୀ ହାସଲ କରିଥିଲେ ।

Sushmita-Mohantyସେ ମହାକାଶ ବିଜ୍ଞାନ କ୍ଷେତ୍ରରେ ତିନୋଟି କଂପାନୀର ପ୍ରତିଷ୍ଠା କରିଛନ୍ତି । ୨୦୦୧ ମସିହାରେ ସେ ଆମେରିକାର ସାନଫ୍ରାନସିସ୍କୋ ସହରରେ ଏରୋସ୍ପେସ୍ କନସଲଟିଂ ଫାର୍ମ ‘ମୁନଫ୍ରଣ୍ଡ’ସ୍ଥାପନ କରିଥିଲେ । ୨୦୦୪ରେ ସେ ଅଷ୍ଟ୍ରିଆର ଭିଏନାର କିଛି ବ୍ୟକ୍ତିଙ୍କ ସହ ମିଶି ଏରୋସ୍ପେସ୍ ଡିଜାଇନର ଏଣ୍ଡ ଆର୍କିଟେକଚର ଫାର୍ମ ‘ଲିକ୍ୱିଫାୟର’ ପ୍ରତିଷ୍ଠା କରିଥିଲେ । ସେହିପରି ୨୦୦୮ରେ ଭାରତକୁ ପ୍ରତ୍ୟାବର୍ତ୍ତନ କରିବା ପରେ ସେ ଏଠାରେ ମହାକାଶ ବିଜ୍ଞାନ କ୍ଷେତ୍ରରେ ପ୍ରଥମ ଷ୍ଟାର୍ଟ-ଅପ୍ ‘ଆର୍ଟ –ଟୁ-ଅରବିଟ୍ ’ ସ୍ଥାପନ କରିଥିଲେ । ଏସବୁ କଂପାନୀ ସ୍ଥାପନ କରିବା ପୂର୍ବରୁ ସେ ହଷ୍ଟନ ସ୍ଥିତ ନାସାର ଜନସନ୍ ସ୍ପେସ୍ ସେଣ୍ଟରରେ କାର୍ଯ୍ୟ କରିଥିଲେ । ସେ ମଧ୍ୟ କାର୍ଲିିଫର୍ଣ୍ଣିଆ ସ୍ଥିତ ଆମେରିକୀୟ କଂପାନୀ ବୋଇଂରେ ଇଂଟରନ୍ୟାସନାଲ୍ ସ୍ପେସ୍ ଷ୍ଟେସନ ପାଇଁ କିଛି ବର୍ଷ କାର୍ଯୟ କରିଛନ୍ତି । ୧୯୯୮ ମସିହା ଠାରୁ ସେ ଭାରତ , ରୁଷ୍ ଜାପାନ, ଆମେରିକା ଓ ୟୁରୋପର ବିଭିନ୍ନ ସଂସ୍ଥାକୁ ନିଜର ସେବା ଯୋଗାଇ ଆସୁଛନ୍ତି ।

531258୨୦୦୭ମସିହାରେ ତାଙ୍କୁ ପ୍ୟାରିସ ସ୍ଥିତ ଇଂଟରନ୍ୟାସନାଲ୍ ଏକାଡେମୀ ଅଫ୍ ଆଷ୍ଟ୍ରୋନଟିକ୍ସକୁ ସଦସ୍ୟ ଭାବେ ନିର୍ବାଚିତ କରାଯାଇଥିଲା । ସେ ମଧ୍ୟ ଆମେରିକାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଏରୋନଟିକ୍ସ ଏଣ୍ଡ ଆଷ୍ଟ୍ରୋନଟିକ୍ସର ସଦସ୍ୟ ଅଛନ୍ତି । ଡକ୍ଟର ମହାନ୍ତି ଏବେ ଭାରତରେ ମହାକାଶ ବିଜ୍ଞାନକୁ ପ୍ରୋତ୍ସାହନ ଦେବା ପାଇଁ କାର୍ଯ୍ୟ କରୁଛନ୍ତି ।

ଭାରତ ମହାକାଶ ଜ୍ଞାନକୈାଶଳ କ୍ଷେତ୍ରରେ ଯଥେଷ୍ଟ ପ୍ରଗତି ହାସଲ କରିଥିଲେ ମଧ୍ୟ ତାହାକୁ ବ୍ୟବହାର କରି ଅନ୍ୟ ଦେଶଙ୍କ ପରି ବିପୁଳ ଅର୍ଥ ଉପାର୍ଜନ କରିପାରୁନାହିଁ । ଭାରତରେ ଏହି କ୍ଷେତ୍ରରେ କିଭଳି ଅଦିକ ନିଯୁକ୍ତ ସୁଯୋଗ ସୃଷ୍ଟି ହୋଇପାରିବ ଏବଂ ଏହି ବଜାରରେ ଏକ ବଡ ସେୟାର ହାସଲ କରିପାରିବ, ତାହା ଉପରେ ସେ ଗୁରୁତ୍ୱ ଦେଉଛନ୍ତି । ଇସ୍ରୋର ଅନେକ ବରିଷ୍ଠ ତଥା ଖ୍ୟାତନାମା ବୈଜ୍ଞାନିକଙ୍କ ସହଯୋଗରେ ସେ ଭାରତକୁ ଅଗ୍ରଣୀ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ତାଙ୍କର ଏଭଳି ଉଦ୍ୟମ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିବ ନିଶ୍ଚୟ । ବିଶେଷକରି ଓଡିଆମାନଙ୍କୁ ମହାକାଶ ବିଜ୍ଞାନ କ୍ଷେତ୍ରରେ କ୍ୟାରିୟର ଗଢିବା ପାଇଁ ଉତ୍ସାହିତ କରିବ । ( ଇନକ୍ରେଡିବଲଓରିିଶା)