ମାତ୍ର ୫ଶହ ଟଙ୍କାରେ ଶେଷ ହେଲା ବାହାଘର : ନିଆରା ବାହାଘରକୁ ନେଇ ଚର୍ଚା

76

rrଗୁଜୁରାଟ : ଗୁଜୁରାଟର ସୁରଟ ଅଂଚଳରେ ଏକ ନିଆରା ବିବାହକୁ ନେଇ ଚର୍ଚା । ଏକ ଭିନ୍ନ ଶୈଳୀର ବାହାଘର ଭୋଜି ଦେଖିବାକୁ ମିଳିଛି । ନୋଟ୍ ଅଚଳ ହେବାର ପ୍ରଭାବ ବାହାଘର ଉପରେ ପଡିଛି । ତାହାରି ଭିତରେ ନିଆରା ଢଙ୍ଗରେ ମଧ୍ୟ ହୋଇଛି ବାହାଘର । ବିବାହ ପାଇଁ ଭୋଜିଭାତରେ ନୁହେଁ ଚା’ ପାଣିରେ ଆପ୍ୟାୟିତ କଲେ କର୍ତା ।

marriage-460x380ନଭେମ୍ବର ୮ ତାରିଖରେ ମୋଦି ସରକାରଙ୍କ ବଡ ନୋଟ୍ ଅଚଳ ନିଷ୍ପତି ପୂର୍ବରୁ ଦକ୍ଷା ଓ ଭାରତ ପର୍ମାଙ୍କ ବିବାହ ତାରିଖ  ଠିକ୍ ହୋଇଥିଲା । କିନ୍ତୁ ନୋଟ୍ ବନ୍ଦ ପରେ ଟଙ୍କା ଉଠାଣ ଉପରେ କଟକଣା ଯୋଗୁଁ ଆର୍ଥିକ ସମସ୍ୟା ଦେଖାଦେଇଥିଲା । ତେଣୁ ଉଭୟ ପରିବାର ଚା’ ଭୋଜିରେ ବିବାହ ସଂପନ୍ନ କରିବାକୁ ନିଷ୍ପତି ନେଇଥିଲେ । ମାତ୍ର ୫ ଶହ ଟଙ୍କାରେ ଏହି ବାହାଘର ଭୋଜି ଶେଷ ହୋଇଛି ।

ଏହି ନିଆରା ବାହାଘରକୁ ଦେଖନ୍ତୁ ଏହି ଭିଡିଓରୁ –