ଝିଅ ହେବତ ଏମିତି : ଯିଏ ବାପାଙ୍କ ପାଇଁ ଛାଡିପାରନ୍ତି ଶାଶୁଘର

125

vlcsnap-2016-09-25-19h29m09s704ଚାରି ଝିଅକୁ ନେଇ ସେ ଦିନେ ଜୀବନ ସହ ସଂଗ୍ରାମ କରୁଥିଲେ । ହେଲେ ଆଜି କିନ୍ତୁ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ପାଖରେ ଅଛନ୍ତି ସ୍ତ୍ରୀ , ସାନ ଓ ମଝିଆ ଝିଅ । ଧନୀ ରାଜଧାନୀର ଏ ଏକ ଗରିବ ପରିବାରର ଚିତ୍ର । ଦୁଇ ଦୁଇଟି କିଡନୀ ଦୁର୍ବଳ ହୋଇଯିବା ପରେ ଘରର ମୁରବୀ ଭାଗିରଥୀ ଦାସ ଏକ ପ୍ରକାର ଅସହାୟ । ତେବେ ଏ ସମୟରେ କିନ୍ତୁ ଦେବଦୂତ୍ତ ଭଳି ବାପାଙ୍କ ପାଖରେ ଛିଡା ହୋଇଛନ୍ତି ମଝିଆ ଝିଅ ଶୁଭ୍ରା । ଶାଶୁଘରକୁ ସବୁଦିନ ପାଇଁ ଛାଡି ଚାଲି ଆସିଛନ୍ତି ବାପାଙ୍କୁ ବଂଚାଇବାକୁ ।

vlcsnap-2016-09-25-19h20m16s531ସ୍ୱାମୀ ଓ ଶ୍ୱଶୁରଙ୍କ ପାଖରେ ଅନେକ ନେହୁରା ହୋଇଥିଲେ ଏହି ଦୁଇକୁଳର ହିତା । ହେଲେ କେହି ବୁଝିନଥିଲେ ଏ ନିଷ୍କପଟ ଝିଅର କଥା । ଆଖି ଆଗରେ ଦ୍ୱନ୍ଦର ଦୁଇଟି ଚିତ୍ର ବିଚଳିତ କରୁଥିଲା ଶୁଭ୍ରାଙ୍କୁ । ଗୋଟିଏ ପଟେ ରୋଗୀଣା ବାପାର କାନ୍ଦ ଚେହେରା । ଅନ୍ୟପଟେ ନୂଆ କରି ତୋଳି ଥିବା ଶଙ୍ଖା ସିନ୍ଦୁରର ସଂସାର । ଶେଷରେ ନିଷ୍ପତି ନେଲେ ନିଜ ଜୀବନ ଅପେକ୍ଷା ବାପାର ଜୀବନ ବଡ । ଆଉ ଶାଶୁଘର ଛାଡି ଶୁଭ୍ରା ଚାଲି ଆସିଲେ ବାପଘରକୁ ।

vlcsnap-2016-09-25-19h24m33s027ଦିନେ କଳିଙ୍ଗ ଷ୍ଟାଡିୟମର ଇଏ ଥିଲେ ଜିମ୍ ଇନଷ୍ଟ୍ରକଟର । ହେଲେ ବିବାହପାଇଁ ଛାଡି ଥିଲେ ସରକାରୀ ଚାକିରୀକୁ । ଏବେ ପୁଣି ଥରେ ଏକ ଘରୋଇ ଜିମରେ ଇନଷ୍ଟ୍ରକଟର ଚାକିରୀ କରି ବାପାଙ୍କୁ ମୃତ୍ୟୁ ମୁହଁରୁ ଛଡାଇ ଆଣିବାକୁ ଅଂଟା ଭିଡିଛନ୍ତି ଶୁଭ୍ରା ।

vlcsnap-2016-09-25-19h26m28s566ଗୋଟିଏପଟେ ଜୀବନ ଅନ୍ୟପଟେ ଝିଅର ଜୀବନ । ଅସହାୟ ବାପା ଏଭଳି ଏକ ଘଡିସନ୍ଧି ମୁହୁର୍ତ୍ତରେ ଆହୁରି ଅସହାୟ ହୋଇ ପଡିଛନ୍ତି । କୁହାଯାଏ , ଝିଅ ଦୁଇଥର ଜନ୍ମ ନିଏ । ଜୀବନ ବି ଦେଖେ ଦୁଇଥର । ହେଲେ ଶୁଭ୍ରାଙ୍କ କଥା କିନ୍ତୁ ପୁରା ଭିନ୍ନ। ଯିଏ ପରିଚୟ ଦେଇଥିବା ବାପାଙ୍କ ପାଇଁ ଭୁଲି ଯାଇ ପାରନ୍ତି ନିଜ ସ୍ତ୍ରୀ ହେବାର ପରିଚୟକୁ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –