ସାବଧାନ ! ଅସ୍ତ୍ରଶସ୍ତ୍ର ସହ ସେଲଫି ସୋସିଆଲ ମିଡିଆରେ ଛାଡିଲେ ହୋଇପାରେ ଜେଲ୍

29

ଏବେ ସେଲ୍ଫି ଜମାନା । ଯୁଆଡେ ଦେଖନ୍ତୁ, ସମସ୍ତେ ସେଲଫି ଉଠାଇ ଏହାକୁ ସୋସିଆଲ ମିଡିଆରେ ସେୟାର କରୁଛନ୍ତି । ହେଲେ ଏବେ ଏହି ସେଲଫି ଆପଣଙ୍କ ପାଇଁ କାଳ ହୋଇପାରେ । ନବଭାରତ ଟାଇମ୍ସରେ ପ୍ରକାଶିତ ଏମିତି ଏକ ଖବର ଏବେ ଚର୍ଚ୍ଚାରେ । କୈାଣସି ଅସ୍ତ୍ରଶସ୍ତ୍ର ଧରି ସେଲ୍ଫି ନେଲେ ଓ ଏହାକୁ ସୋସିଆଲ ମିଡିଆରେ ଛାଡିଲେ ମହଙ୍ଗା ପଡିବ । ଏପରିକି ଆପଣ ଜେଲ୍ ମଧ୍ୟ ଯାଇପାରନ୍ତି ।

ନୋଏଡାରେ ଏବେ ଏଭଳି ବ୍ୟକ୍ତିଙ୍କ ଉପରେ ନଜର ରଖିବାକୁ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି । ସାଇବର ସେଲକୁ ତାଲିକା ପ୍ରସ୍ତୁତ କରିବାକୁ ଦିଆଯାଇଛି ନିର୍ଦ୍ଦେଶ । ଯେଉଁମାନେ ଅସ୍ତ୍ରଶସ୍ତ୍ର ସହ ସେଲଫି ଉଠାଇ ସୋସିଆଲ ମିଡିଆରେ ଅପଲୋଡ୍ କରିବେ ସେମାନଙ୍କ ବିରୋଧରେ ନିକଟବର୍ତ୍ତୀ ଥାନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଖାଲି ଏତିକି ନୁହେଁ, ବିବାହ ଓ ଅନ୍ୟ କୈାଣସି ସାଂସ୍କୃତିକ କାର୍ଯ୍ୟ ଅବସରରେ ଗୁଳି କିମ୍ବା ବାଣ ଫୁଟାଇବାର ଭିଡିଓକୁ ମଧ୍ୟ ଯାଂଚ କରାଯିବ ।