ବଜାରକୁ ଆସିଲା ସଚିନ୍ ଫୋନ୍ ! ଜାଣନ୍ତୁ ଏହାର ଦାମ ଆଉ ଫିଚର୍

31

ଭାରତୀୟ ଷ୍ଟାର୍ଟଅପ୍ କଂପାନୀ ସ୍ମାର୍ଟନ, ସଚିନ ତେନ୍ଦୁଲକର ସିରିଜର ପ୍ରଥମ ଫୋନକୁ ବଜାର ପ୍ରବେଶ କରାଇଛି । ଏହି କାର୍ଯ୍ୟକ୍ରମରେ ନିଜେ ସଚିନ ଉପସ୍ଥିତ ଥିଲେ ।

– ଫୋନରେ ୪ ଜିବି ରାମ୍ ସହିତ ୩୨ ଜିବିର ଇଂଟରନାଲ ମେମୋରୀ ରହିଛି । ଏହାର ଅନ୍ୟ ଏକ ମଡେଲରେ  ୪ ଜିବି ରାମ୍ ସହ ୬୪ ଜିବିର ଇଂଟରନାଲ ମେମୋରୀ ରହିଛି ।

– ୩୨ ଜିବି ଇଂଟରନାଲ ଫୋନର ଦାମ ୧୨, ୯୯୯ ଟଙ୍କା ଥିବା ବେଳେ, ୬୪ ଜିବି ଇଂଟରନାଲ ଫୋନର ଦାମ୍ ୧୩, ୯୯୯ ଟଙ୍କା ରହିଛି । ଆଣ୍ଡ୍ରଏଡର ନୂଆ ଅପରେଟିଙ୍ଗ ସିଷ୍ଟମ ଏହି ଫୋନରେ ଅଛି ।

– ଏକ୍ସଚେଂ କଲେ ଆପଣଙ୍କୁ ୧୫୦୦ ଟଙ୍କାର ରିହାତି ମିଳିବ । ଫୋନ୍ ସହ ୫୯୯ ଟଙ୍କାର ସଚିନ ତେନ୍ଦୁଲକର ବ୍ୟାକ୍ କଭର ମାଗଣାରେ ମିଳିବ । କଂପାନୀ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ୧୪୯୯ ଟଙ୍କା ଅଧିକ ଦେଇ ଫୋନର ଗ୍ୟାରେଂଟି ଅବଧିକୁ ଗ୍ରାହକ ବଢାଇପାରିବେ ।

– ଫୋନରେ ଥିବା ଡିସପ୍ଲେ ୫.୫ ଇଂଚର ଯାହାର ରିଜୋଲ୍ୟୁସନ ଫୁଲ୍ ଏଚଡି ରହିଛି ।

– ଫଟୋଗ୍ରାଫି ପାଇଁ ଅଟୋ ଫୋକସ୍ ବ୍ୟବସ୍ଥା ଥିବା ବେଳେ ୧୩ ମେଗା ପିକ୍ସେଲର ପଛ କ୍ୟାମେରା ରହିଛି । ୱାଇଡ ଆଙ୍ଗଲ ସହ ମୋବାଇଲରେ ରହିଛି ୫ ମେଗା ପିକ୍ସେଲର ଫ୍ରଂଟ କ୍ୟାମେରା ।

– ମୋବାଇଲରେ ଦୁଇଟି ସିମ୍ ବ୍ୟବହାର କରାଯାଇପାରିବ । ବ୍ୟାଟେରୀ ଜଲଦି ଚାର୍ଜ ହବା ପାଇଁ ଏଥିରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।