ପ୍ରତିଯୋଗୀତାରେ ଯନ୍ତ୍ର ମାନବ ! ଦଉଡି ଡିଆଁରେ ରୋବୋଟ ରଚିଲା ବିଶ୍ୱ ରେକର୍ଡ

54

ଟୋକିଓ – ଦିନକୁ ଦିନ ଦୁନିଆ ଉନ୍ନତ ଜ୍ଞାନ କୌଶଳରେ ଆଗକୁ ଆଗେଇବାରେ ଲାଗିଛି । ଯନ୍ତ୍ରମାନବ ରୋବୋଟ ହେଉଛି ଏହାର ସଦ୍ୟ ନମୂନା । ମଣିଷର ବହୁବିଧି କାର୍ଯ୍ୟ ସଂପାଦନ କରିବାରେ ରୋବୋଟ ପ୍ରମୂଖ ଭୂମିକା ଗ୍ରହଣ କରୁଛି । ଆଜି ସବୁ କ୍ଷେତ୍ରରେ ରୋବୋଟର ପ୍ରବେଶ ରହିଛି । ଏବେ ଦୈନିକ ଜାଗରଣରେ ପ୍ରକାଶିତ ଏକ ଖବର ଚର୍ଚ୍ଚାରେ ରହିଛି । ଦଉଡି ଡିଆଁରେ ସଫଳତା ଅର୍ଜନ କରିଛି ରୋବୋଟ ।

ଜାପାନ ଧାରାବାହିକ ଭାବେ ଟେକନିକ୍ ଓ ଆର୍ଟିଫିସିଆଲ ଇଂଟେଲିଜେନ୍ସ କ୍ଷେତ୍ରରେ ରେକର୍ଡ କରିବାରେ ଲାଗିଛି । ସଦ୍ୟ ରିପୋର୍ଟ ଅନୁସାରେ , ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ ଯନ୍ତ୍ରକୁ ନାଗରିକତା ପ୍ରଦାନ କରାଯାଇଥିଲା । ଏବଂ ଏବେ ଏକ ରୋବୋଟ ନୂଆ ରେକର୍ଡ ତିଆରି କରିଛି ।

ସୂଚନା ଅନୁସାରେ ଜାପାନରେ ଜମ୍ପମ୍ୟାନ ନାମକ ଏକ ରୋବୋଟ ରଚିଛି ଅଦ୍ଭୁତ ସଫଳତା । ୧ ମିନିଟରେ ସର୍ବାଧିକ ୧୦୬ ଥର ଦଉଡି ଡେଇଁ ନିଜ ନାମରେ ରେକର୍ଡ ହାସଲ କରିଛି । ଏଠାର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ତିଆରି ଏହି ରୋବୋଟକୁ ପେଙ୍ଗୁଇନ୍ ଆକାର ଦିଆଯାଇଛି । ଟୋକିଓରେ ଆୟୋଜିତ ରୋବୋକାନ୍ ଇଭେଂଟରେ ଏହି ସଂସ୍ଥାର ଦୁଇ କର୍ମଚାରୀ ଦଉଡି ଝୁଲାଇଥିଲେ । ଏହାକୁ ଜମ୍ପମ୍ୟାନ୍ ଅତିକ୍ରମ କରିଥିଲା । ଏହା ପୂର୍ବରୁ ୨୦୧୦ରେ ଜାପାନରେ ଦୁଇଟି ରୋବୋଟର ବିବାହ ଅନୁଷ୍ଠିତ କରାଯାଇଥିଲା ।

ଏଥିରୁ ଜଣାପଡୁଛି ରୋବୋଟ ଧିରେ ଧିରେ ମଣିଷର ସବୁ କାମ କରିବାରେ ନିଜର ସଫଳତା ଜାହିର କଲାଣି । ଆଉ ଏହା ମଧ୍ୟ ଅନେକ ଅସାଧ୍ୟ କାର୍ଯ୍ୟକୁ କରିବାରେ ସକ୍ଷମ ହେଲାଣି । ଆଜିର ଆଧୁନିକ ସମାଜ ମଧ୍ୟ ଧିରେ ଧିରେ ଏହି ରୋବୋକୁ ପ୍ରତି କ୍ଷେତ୍ରରେ ଉପଯୋଗ କରିବାକୁ ଚେଷ୍ଟା କରୁଛି ।
(ସୌଜନ୍ୟ- ଦୈନିକ ଜାଗରଣ)