ଆପଣ ଚାକିରିଟିଏ ପାଇଁ ବ୍ୟସ୍ତ ହେଉଛନ୍ତି କି ? ରିୟଲ ଇଷ୍ଟେଟ୍ ୱେବସାଇଟରେ ବାହାରିଛି ନିଯୁକ୍ତି ସୁଯୋଗ ! ଆଶାୟୀ ପ୍ରାର୍ଥୀ କରିପାରିବେ ଆବେଦନ

40

ଆଜିକାଲି ଦିନକୁ ଦିନ ଚାକିରି ସମସ୍ୟା ଦେଖାଦେଉଛି । ସରକାରୀ ହେଉ ବା ବେସରକାରୀ ସବୁଠି ନିଯୁକ୍ତି ପାଇଁ ଚାଲିଛି ପ୍ରତିଯୋଗିତା । ଅନେକ ଯୁବକ-ଯୁବତୀ ମଧ୍ୟ ଚାକିରି ଟିଏ ପାଇଁ ନିରାଶ ହେଉଛନ୍ତି । ଉଚ୍ଚ ଯୋଗ୍ୟତା ସଂପନ୍ନ ଯୁବକ-ଯୁବତୀ ପ୍ରତିବର୍ଷ ବାହାରୁଛନ୍ତି । ଏଣୁ ସେମାନଙ୍କର ନିଯୁକ୍ତି ପାଇଁ ଚାକିରିର ଆବଶ୍ୟକତା ହେଉଛି । ଆଉ ଏ ଦିଗରେ ଅନେକ ପ୍ରାଇଭେଟ ସଂସ୍ଥା ମଧ୍ୟ ଭଲ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛନ୍ତି । ଫଳରେ ଅନେକ ଚାକିରି ଆଶାୟୀ ପ୍ରାର୍ଥୀ ନିଜକୁ ଏ ଦିଗରେ ସ୍ୱାବଲମ୍ବୀ କରିପାରୁଛନ୍ତି ।

ଏବେ ଦେଖାଯାଉଛି ରିୟଲ ଇଷ୍ଟେଟ୍ କାରବାର ଭଲ ଚାଲିଛି । ଏହି ବ୍ୟବସାୟ ଭଲ ରୋଜଗାର ଦେବା ସହ ନିଯୁକ୍ତି ମଧ୍ୟ ଦେଉଛି । ଯଦି ଆପଣ ରିୟଲ ଇଷ୍ଟେଟ୍ କାରବାର ସହ ଯୋଡି ହେବାକୁ ଚାହୁଁଛନ୍ତି ଓ ନିଜର କ୍ୟାରିୟରକୁ ଏ ଚ୍ୟାଲେଂଜିଂ ପଥରେ ନେବାକୁ ଚାହୁଁଥାନ୍ତି ତ ଏହି ଜବରେ ଆବେଦନ କରିପାରିବେ । ରିୟଲ ଇଷ୍ଟେଟ୍ ୱେବସାଇଟ ମ୍ୟାଜିକବ୍ରିକ୍ସରେ ଅନେକ ପଦରେ ନିଯୁକ୍ତି ପାଇଁ ଆବେଦନ କରିବାକୁ ଘୋଷଣା କରାଯାଇଛି । ଆଉ ଏହି ନିଯୁକ୍ତି ଦିଲ୍ଲୀ-ଏନସିଆର୍, ମୁମ୍ବାଇ, ଚେନ୍ନାଇ,ପୁଣେ ,ହାଇଦରାବାଦ ଓ ବେଙ୍ଗାଲୁରୁ ପାଇଁ ହୋଇଛି । ସଂପୂର୍ଣ୍ଣ ତଥ୍ୟ ଜାଣନ୍ତୁ –

ଆବେଦନ ପାଇଁ ସଂପୂର୍ଣ୍ଣ ବିବାରଣୀ –
ପଦର ନାମ – ଆକାଉଂଟ ମ୍ୟାନେଜର ସେଲ୍ସ
ପଦ ସଂଖ୍ୟା – ୧୦୦
ଯୋଗ୍ୟତା – ମାନ୍ୟତା ପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ଗ୍ରାଜୁଏସନ ବା ଏମବିଏ । ଏହା ଛଡା ବି୨ବି ସେଲ୍ସରେ ୧-୪ ବର୍ଷର ଅଭିଜ୍ଞତା ଥିବ । ରିୟଲ ଏଷ୍ଟେଟ୍ ଓ ଇ-କମର୍ସ ଇଣ୍ଡଷ୍ଟ୍ରିର ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ ।

ପଦ ସଖ୍ୟା – ସେଲ୍ସ ଟ୍ରେନି
ପଦ ସଂଖ୍ୟା -୫୦
ଯୋଗ୍ୟତା – ମାନ୍ୟତା ପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ଗ୍ରାଜୁଏଟ୍ ବା ଏମବିଏ କରିଥିବେ । ଏହା ସହ ୦-୬ ମାସର ଅଭିଜ୍ଞତା ଥିବା ଜରୁରୀ
କେମିତି ଆବେଦନ କରିବେ – ଇଚ୍ଛୁକ ପ୍ରାର୍ଥୀ ନିଜର ସିଭି ଦିଆଯାଇଥିବା ୱେବସାଇଟ୍ ଠିକଣାରେ ମେଲ୍ କରନ୍ତୁ – କ୍ୟାରିୟରଆଟ ଦରେଟ୍ ମ୍ୟାଜିକବ୍ରିକ୍ସ.ଡଟ୍ କମ୍
(ସୌଜନ୍ୟ- ଆଜତକ୍ )