ଶିଶୁ ଶ୍ରମିକ ଭାବେ କାଟୁଥିଲେ ଦିନ ! ଏବେ ସଂସଦରେ ଉପସ୍ଥାପନ କରିବେ ଶିଶୁ ଅଧିକାରର କାହାଣୀ 

242

ଶିଶୁ ଶ୍ରମିକ ମାମଲା ଦେଶର ଏକ ପ୍ରମୁଖ ସମସ୍ୟା ପାଲଟିଛି ।  ସରକାରଙ୍କ ତରଫରୁ ଯେତେ ଆଇନ ଓ ନିୟମ ପ୍ରଣୟନ ହେଲେ ବି ଶିଶୁମାନଙ୍କୁ ଅନେକ କାମରେ ନିୟୋଜିତ କରାଯାଉଛି ।  ନିୟମ ଯେମିତି କାଗଜ କଲମରେ ରହିଯାଇଛି । ଆଜି ଅନେକ ଘର , ମଲ୍ ,ଦୋକାନ ଓ ହୋଟେଲ ଆଦିରେ କାମ କରୁଛନ୍ତି ଶିଶୁ । ଇଂଟରନ୍ୟାସନାଲ୍ ଲେବର ଅର୍ଗାନାଇଜେସନ ଅନୁସାରେ , ପାଖାପାଖି ୧୦.୩ ମିଲିୟନ ଶିଶୁ ଏହାର ଶିକାର । ଯେଉଁଥିରେ କେବଳ ୭୦ ପ୍ରତିଶତ ଶିଶୁ କନ୍ୟା ଅଟନ୍ତି ।  ଦ ବେଟର ଇଣ୍ଡଆରେ ପ୍ରକାଶିତ ହୋଇଛି ଏକ ଖବର । ଯାହା ଏବେ ଚର୍ଚ୍ଚାରେ । ଜଣେ ଶିଶୁ ଶ୍ରମିକ ସଂସଦରେ ଦେବେ ଭାଷଣ । ଶିଶୁଙ୍କ ସମସ୍ୟା ବିଷୟରେ ଜଣାଇଲେ ସମାଜର ବୁଦ୍ଧିଜୀବୀମାନଙ୍କୁ ।

ଏମିତି ଜଣେ ଶିଶୁ ଶ୍ରମିକ ଥିଲେ କନକ । ବୟସ ୧୨ ବର୍ଷ । ଏହି ବୟସରେ ଶିଶୁ ଶ୍ରମିକ ଭାବରେ ସେ କାମ କରୁଥିଲେ ।  ବେଙ୍ଗାଲୁରୁର ବସ୍ତି ଅଂଚଳରେ ଜନ୍ମ ହୋଇଥିବା କନକର ଭାଗ୍ୟ ଟାଣିନେଇଥିଲା ଶିଶୁ ଶ୍ରମିକ ହେବାକୁ । ଦୁର୍ଭାଗ୍ୟ ବଶତଃ ତାଙ୍କର ମା କ୍ୟାନସରରେ ହେଲେ ପୀଡିତ ।  ଆଉ କିଛି ଉପାୟ ନପାଇଁ କନକ ଘର ଚଳାଇବାର ଦାୟିତ୍ୱ ନେଲେ । ତିନୋଟି ଘରେ ଯାଇ କାମ କଲେ । ତାଙ୍କର ମା’ ଘାତକ ରୋଗର ଶିକାର ହୋଇ ଆରପାରିକୁ ଚାଲିଗଲେ । ଏହାପରେ ମା’କୁ ହରେଇ ଏକା ହୋଇଗଲେ କନକ । ନିଜର ସଂପର୍କୀୟଙ୍କ ଘରେ ଯାଇ ରହିଲେ । ସେମାନେ ତାଙ୍କୁ ମାନସିକ ଓ ଶାରୀରିକ ରୂପରେ ଯନ୍ତ୍ରଣା ଦେଉଥିଲେ ଏବଂ ଅନେକ ବିବାହ କାର୍ଯ୍ୟରେ କରାଉ ଥିଲେ। ଏମିତି ଭାବେ ମା ଛେଉଣ୍ଡ କନକ ନିଜର ଦୁଃଖକୁ ଛାତିରେ ଚାପି , ଆଖିର ଲୁହକୁ ଓଠରେ ପିଇ ଚାଲିଲେ ଜୀବନର ବାଟ । ଯେଉଁ ବୟସରେ ସେ ହସି ଖେଳି ଅନ୍ୟ ପିଲାମାନେ ବୁଲୁଥିଲେ , ସେ ବୟସରେ କନକ ସାଜିଥିଲେ ଶିଶୁ ଶ୍ରମିକ ।

କନକ ସ୍ପର୍ଶ ନାମକ ଏକ ସଂଗଠନର ନଜରରେ ଆସିଲେ । ଏହି ସଂସ୍ଥା  ଶିଶୁ ଶ୍ରମିକଙ୍କ ପାଇଁ ଲଢେଇ କରୁଥିଲେ । ୨୦୧୧ରେ ଏହି ସଂଗଠନ ଦ୍ୱାରା ଉଦ୍ଧାର ହେଲେ କନକ ।  ଏହାପରେ ବଦଳିଗଲା କନକଙ୍କ ଜୀବନର ଗତି । ଆଜି ୧୭ ବର୍ଷରେ କନକ । ପଢୁଛନ୍ତି ସହରର ଏକ ବେସରକାରୀ କଲେଜରେ । ପିୟୁ ପ୍ରଥମ ବର୍ଷର ଛାତ୍ର । ୨୦ ନଭେମ୍ବରରେ ଭାରତର ସଂସଦ ପୁରା ବିଶ୍ୱର ୩୦ ଜଣ ଶିଶୁଙ୍କୁ  ନେଇ ଆୟୋଜିତ କରୁଛି ୟୁନିଭର୍ସଲ ଚିଲଡ୍ରେନ ଡେ ସ୍ମୃତିରେ ଏକ ସମାରୋହ । ଆଉ କନକ ସେହି ସମାରୋହକୁ ଚୟନ ହୋଇଥିବା ପିଲାମାନଙ୍କ ମଧ୍ୟରୁ ଜଣେ । ଚୟନ ହୋଇଥିବା ପିଲାମାନେ ଆଠ ମିନିଟ୍ ଧରି ଦେବେ ନିଜର ପ୍ରତିକ୍ରିୟା ଦେବେ । ଏହାକୁ  ଆୟୋଜିତ କରୁଛନ୍ତି  ସଂଯୁକ୍ତ ରାଷ୍ଟ୍ର ଅନ୍ତରାଷ୍ଟ୍ରୀୟ ଶିଶୁଙ୍କ ଆପାତ୍ତକାଳୀନ ପାଣ୍ଠି ( ୟୁନିସେଫ୍)  । ଦ ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ୍ କୁ କନକ କହିଛନ୍ତି , ‘ ମୋ ଭଳି ହଜାର ହଜାର ଶିଶୁ ଯେଉଁମାନେ ଅନେକ ଯନ୍ତ୍ରଣାର ଶିକାର ହେଉଛନ୍ତି ।  ସହରର ବସ୍ତି ଅଂଚଳରେ ମୋଭଳି ଶିଶୁ  ବହୁତ କଠୋର ସମସ୍ୟାର ଶିକାର ।

କନକ ହେଉଛନ୍ତି କେବଳ ଏକମାତ୍ର ଚେହେରା , ଯିଏ  କର୍ଣ୍ଣାଟକ ତରଫରୁ ପ୍ରତିନିଧିତ୍ୱ କରିବେ ।  ଏଠାକୁ ଚୟନ ହେବା ପୂର୍ବରୁ ସେ ତିନି ରାଉଣ୍ଡର  ଅଡିସନର ସାମ୍ନା କରିଛନ୍ତି ।  ‘ଦ ନ୍ୟୁ ଇଣ୍ଡିଆ ଏକ୍ସପ୍ରେସ’କୁ କନକ କହିଛନ୍ତି ଯଦିଓ ଆମ ଦେଶରେ ଶିଶୁ ଶ୍ରମିକଙ୍କୁ ସୁରକ୍ଷା ଦେବାରେ ଅନେକ ଆଇନ ହୋଇଛି , ତାହା କିନ୍ତୁ ପ୍ରଭାବିତ କରିପାରିନି । ମୁଁ ସେହି ସମସ୍ୟା ବିଷୟରେ ସଂସଦରେ ଜଣାଇବାକୁ ଯାଉଛି । ଯାହାକୁ ସମସ୍ତେ ହୃଦୟଙ୍ଗମ କରିବେ ।