ଇଣ୍ଡିଆ-ୟୁଏସଏ-୨୦୧୭ରେ ବିଜୟୀ ମୁକୁଟ ପିନ୍ଧିଲେ ଭାରତୀୟ ମହିଳା ସରିିତା ପଟ୍ଟନାୟକ

30

କନକ ବ୍ୟୁରୋ : ବିଶ୍ୱର ଶକ୍ତିଶାଳୀ ଗଣତନ୍ତ୍ରରେ ଭାରତୀୟ ମହିଳା ହେଲେ ସବୁଠାରୁ ସୁନ୍ଦରୀ । ଆମେରିକା ନ୍ୟୁଜର୍ସିରେ ଆୟୋଜିତ ମିସେର୍ସ ଇଣ୍ଡିଆ-ୟୁଏସଏ-୨୦୧୭ରେ ଭାରତର ସରିିତା ପଟ୍ଟନାୟକ ବିଜୟୀ ମୁକୁଟ ପିନ୍ଧିଛନ୍ତି ।

ଓଡିଶାର ସରିତା ପଟ୍ଟନାୟକ । ୧୫ ବର୍ଷ ତଳେ ବିବାହ କରି ସ୍ୱାମୀଙ୍କ ସହ ଆମେରିକାରେ ରହୁଛନ୍ତି । ଏବେ ସେ ଦୁଇଟି କନ୍ୟା ସନ୍ତାନଙ୍କ ମାଆ । ହେଲେ ଏବେ ବି ତାଙ୍କ ଗ୍ଲାମରସ୍ ଲୁକ୍ ଆମେରିକାରେ ରହୁଥିବା ଭାରତୀୟଙ୍କୁ ଆକୃଷ୍ଟ କରିଛି । ବିବାହ ପରେ ନିଜ ସୌନ୍ଦର୍ଯ୍ୟ ଯୋଗୁ ୱାଲର୍ଡ ୱାଇଡ୍ ପ୍ୟାଗିଆଂଟ୍ ଦ୍ୱାରା ଆୟୋଜିତ ମିସେର୍ସ ଇଣ୍ଡିଆ-ୟୁଏସଏ-୨୦୧୭ ରେ ଚମ୍ପିୟାନ୍ ବିବେଚିତ ହୋଇଛନ୍ତି ସରିତା । ଆମେରିକାରେ ଯେଉଁଠି ଅନେକ ଭାରତୀୟ ରୁହନ୍ତି ସେଠାରେ ତାଙ୍କ ଓଡିଆଣୀ ଢାଂଚାକୁ ବେଶ୍ ପ୍ରଶଂସା କରାଯାଇଛି । ସାତ ସମୁଦ୍ର ପାରିରେ ତାଙ୍କ ସୌନ୍ଦର୍ଯ୍ୟକୁ ମିଳିଛି ସମ୍ମାନ ।

ପ୍ରତି ଦିନ ପରିବାର ଚିନ୍ତା । ପିଲାମାନଙ୍କ ଦେଖାଶୁଣାର ଦାୟିତ୍ୱ । ହେଲେ ନିଜ ଗ୍ଲାମର ଲୁକକୁ ନେଇ ଥରେ ବି କମ୍ପ୍ରମାଇଜ୍ କରି ନାହାନ୍ତି ସରିତା । ନିଜକୁ ଫିଟ୍ ରଖିବାକୁ ଆବଶ୍ୟକୀୟ ସମସ୍ତ କାର୍ଯ୍ୟକୁ ବେଶ୍ ଭଲ ଭାବେ କରିଥାନ୍ତି ସରିତା । ଏହା ପ୍ରଥମ ଥର ନୁହେଁ ଯେ ସରିତାଙ୍କ ସୌନ୍ଦର୍ଯ୍ୟକୁ ଆମେରିକାରେ ସ୍ୱୀକୃତି ମିଳିଛି । ପୂର୍ବରୁ ମିସେର୍ସ ଜର୍ଜ୍ଜିଆ ମୁକୁଟ ବି ପିନ୍ଧି ସାରିଛନ୍ତି ସରିତା ।

ମିସେର୍ସ ଇଣ୍ଡିଆ ସରିତା- ନିଜକୁ ଓଡିୟାଣୀ ବୋଲି ୟୁଏସରେ ଗର୍ବିତ ଅନୁଭବ କରନ୍ତି । ୟୁଏସଏରେ ସରିତା ନିଜ ଗ୍ଲାମର ଜର୍ଣ୍ଣିକୁ ଆଗକୁ ନେବା ପାଇଁ ଆଗ୍ରହୀ । ବିଶେଷ କରି ଓଲିଉଡରେ ନିଜ ଛାପ ଛାଡିବାକୁ ବି ଏହି ବିଶ୍ୱ ସୁନ୍ଦରୀ ଚେଷ୍ଟା କରୁଛନ୍ତି । ନିଜ ଝିଅକୁ ମଧ୍ୟ ଗ୍ଲାମର ଦୁନିଆ ପଠାଇବାର ଯୋଜନା ରଖିଛନ୍ତି ସରିତା ।

ଏହାସହ ଦେଖନ୍ତୁ ଏହି ଭିଡିଓ –