ସୁରତରେ ବିସ୍ମିତ କଲା ଭଳି ଦୃଶ୍ୟ : ବିବାହ ଉତ୍ସବରେ ଗାୟକ ଉପରେ ଲୋକଙ୍କ ଟଙ୍କା ବର୍ଷା

28

vlcsnap-2016-12-24-11h19m58s294ବିମୁଦ୍ରାକରଣ ପରେ ନୋଟ ଅଭାବ ଲାଗି ରହିଛି । ୪୫ ଦିନ ବିତିଲାଣି । ଟଙ୍କା ପାଇଁ ଏବେ ବି ଦେଶର କୋଣ ଅନୁକୋଣରେ ଲମ୍ବା ଲାଇନ ଲାଗୁଛି । ତେବେ ଏଭଳି ସଂକଟ ସମୟରେ ଏପରି ଏକ ଦୃଶ୍ୟ ଦେଖି, ଆପଣ ବିସ୍ମିତ ହୋଇଯିବେ ।

ଆପଣଙ୍କ ଆଶ୍ଚର୍ଯ୍ୟ ଲାଗିବ ଏହି ଦୃଶ୍ୟ ଦେଖି । ଜଣେ ଗାୟକଙ୍କ ଉପରେ ଟଙ୍କା ବର୍ଷା କରୁଛନ୍ତି ଲୋକେ । ଏ ହେଉଛି ସୁରଟ ଅଂଚଳରେ ହେଉଥିବା ଏକ ବିବାହ ଉତ୍ସବର ଦୃଶ୍ୟ । ବିବାହ ପାର୍ଟିରେ ଗାୟକ ଗୀତ ଗାଉଛନ୍ତି । ଆଉ ତାଙ୍କ ଉପରେ ବର୍ଷା ହେଉଛି ଟଙ୍କା ।

ବରକନ୍ୟା ଠାରୁ ଆରମ୍ଭ କରି ଉପସ୍ଥିତ ଲୋକ ବର୍ଷା କରୁଛନ୍ତି ଟଙ୍କା । ଗାୟକଙ୍କ ଚାରି ପାଖରେ ଟଙ୍କା ଗଦା ହୋଇଛି । ଏହି ଦୃଶ୍ୟରୁ ଜଣାପଡୁଛି, ବିମୁଦ୍ରାକରଣ ଜନିତ ଟଙ୍କାର ଅଭାବ ଏମାନଙ୍କ ନିକଟରେ ନାହିଁ । ଗାୟକଙ୍କ ଉପରେ ନୂଆ କିମ୍ବା ପୁରୁଣା ନୋଟ ଢଳାଯାଉଛି, ଏ ନେଇ ସ୍ପଷ୍ଟ ହେଉନାହିଁ ।