ପୁଣି ମାର୍କେଟକୁ ଫେରିଲା ନୋକିଆ ୩୩୧୦ (୨୦୧୭) ଫିଚର ଫୋନ୍ ! ବିକ୍ରି ଆଜିଠୁ ଆରମ୍ଭ

117

ନୂଆ ରୂପରେ ଫେରିଛି ନୋକିଆର ଲୋକପ୍ରିୟ ମୋବାଇଲ ଫୋନ ନୋକିଆ ୩୩୧୦ । ଆଜି ଠାରୁ ଏହାର ବିକ୍ରି ଆରମ୍ଭ ହୋଇଛି । କଂପାନୀ ଏହାକୁ ନାମ ଦେଇଛି ‘ମଡର୍ଣ୍ଣ ଟ୍ୱିଷ୍ଟ’ । ନୋକିଆ ୩୩୧୦ ,ବ୍ରାଣ୍ଡର ଏହି ଫୋନ ଏବେ ଯାଏ ସବୁଠୁ ଅଧିକ ବିକ୍ରି ହୋଇଥିବା ଫିଚର ଫୋନ୍ ।

ଏହି ଫୋନରେ କ’ଣ ଫିଚର ରହିଛି ?

ନୋକିଆ ୩୩୧୦ରେ ଏଲଇଡି ଫ୍ଲାସ୍ ସହ ୨ ମେଗାପିକ୍ସଲର ରିୟର କ୍ୟାମେରା ରହିଛି । ଏଥିରେ ୨.୪ ଇଂଚର କ୍ୟୁବିଜିଏ ଡିସପ୍ଲେ ଅଛି । ହ୍ୟାଣ୍ଡସେଟ୍ ୨ଜି କନେକ୍ଟିଭିଟି ସହ ଆସିଛି । ଏବଂ ନୋକିଆ ୩୦+ ଓଏଏସ୍ ରେ ଏହା ଚାଲିବ । ଇଣ୍ଟରନାଲ ଷ୍ଟୋରେଜ ୧୬ ଏମବି ଅଛି ଓ ୩୨ ଜିବି ଯାଏ ମାଇକ୍ରୋ ଏସଡି କାର୍ଡ ବ୍ୟବହାର କରିପାରିବେ । ବ୍ୟାଟେରୀ ୧୨୦୦ ଏମଏଏଚ୍ ର ରହିଛି । ଡୁଆଲ ସିମ୍ ର ଏହି ଫୋନରେ ଏଲଇଡି ଟର୍ଚ୍ଚ ଲାଇଟ୍ ମଧ୍ୟ ଅଛି ।