ପ୍ରଥମେ ଶୌଚାଳୟ ,ପରେ ବିବାହ ! ନିଜ ଭାବି ସ୍ୱାମୀଙ୍କୁ ଏହି ସର୍ତ୍ତ ରଖିଲେ ଯୁବତୀ

39

କନକ ବ୍ୟୁରୋ : ନିକଟରେ ରିଲିଜ ହୋଇଛି ହିନ୍ଦୀ ଫିଲ୍ମ ‘ଟଏଲେଟ୍ : ଏକ୍ ପ୍ରେମକଥା’ । ସ୍ୱଚ୍ଛଭାରତ ଅଭିଯାନର ଏକ ନିଆରା ବାର୍ତା ଦେବା ସହ ଏହି ଫିଲ୍ମଟି ଜନମାନସରେ ଖୁବ୍ ଆଲୋଡନ ସୃଷ୍ଟି କରିଛି । ଆଉ ଖବର ଅନୁସାରେ ପ୍ରଧାନମନ୍ତ୍ରୀଙ୍କ ଏହି ସ୍ୱଚ୍ଛ ଭାରତ ଅଭିଯାନର ପ୍ରଭାବ ମଧ୍ୟ ପଶ୍ଚିମ ୟୁପିରେ ଧିରେ ଧିରେ ବଢିବାରେ ଲାଗିଛି ।

ବିଜନୈାର ସ୍ଥିତ ଅନେକ ଗାଁରେ ମୁସଲମାନ ଶ୍ରେଣୀୟ ଲୋକେ ସରକାରୀ ସାହାଯ୍ୟ ନେବାକୁ ମନା କରି ନିଜସ୍ୱ ଉଦ୍ୟମରେ ଗାଁରେ ଶୈାଚାଳୟ କରି ଉଦାହରଣ ତିଆରି କରିଥିବା ବେଳେ , ସେଠାରେ ମିରଟର ଫଲାବଦା ଅଂଚଳର ଏକ ଗାଁରେ ଜଣେ ଯୁବତୀ ନିଜ ଭାବି ସ୍ୱାମୀଙ୍କୁ ଦେଇଥିବା କିଛି ସର୍ତ୍ତକୁ ନେଇ ଚର୍ଚ୍ଚା । ଏହି ଯୁବତୀ ଜଣକ ନିଜ ଭାବୀ ସ୍ୱାମୀଙ୍କୁ କହିଛନ୍ତି , ପଥମେ ଘରେ ଶୈାଚାଳୟ ତିଆରି କର, ଏହା ପରେ ବାହା ହେବି । ଆଉ ଯୁବତୀଙ୍କର ଏହି ସର୍ତ୍ତକୁ ନେଇ ତାଙ୍କର ସ୍ୱାମୀ ମଧ୍ୟ ଘରେ ଶୈାଚାଳୟ ତିଆରି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।

ଖୁବ୍ ଶୀଘ୍ର ବର ସାଜିବାକୁ ଯାଉଥିବା ଏହି ଯୁବକ ବିବାହର ପାଇଁ ପ୍ରସ୍ତୁତ କରୁଛନ୍ତି । ସେ ଏକ ପ୍ରାଇଭେଟ୍ କଂପାନୀରେ ଚାକିରି କରୁଛନ୍ତି । ଯୁବକ ଜଣକ ଗ୍ରାଜୁଏଟ୍ ଓ ଯୁବତୀ ଜଣକ ଦ୍ୱାଦଶ ଶ୍ରେଣୀ ପାସ୍ କରିଛନ୍ତି । ଦୁହିଁଙ୍କ ବିବାହ ଘର ଲୋକଙ୍କ ଇଚ୍ଛାରେ ହେଉଛି । ବିବାହ ସ୍ଥିର ହେବା ପରେ ଦୁହେଁ ଦୁହିଁଙ୍କୁ ସାକ୍ଷାତ କରିଥିଲେ । ଯୁବକ ଜଣକ ନିଜ ଘରର ସଦସ୍ୟଙ୍କ ବିଷୟରେ କହିଥିଲେ । ଆଉ ଘରେ ଶୈାଚାଳୟ ଅଛି ନା ନାହିଁ ବୋଲି ଯୁବତୀ ପଚାରିଥିଲେ । ଘରେ ଶୈାଚାଳୟ ନାହିଁ ବୋଲି ଯୁବକ ଜଣକ କହିଥିଲେ ଏବଂ ବର୍ଷ ବର୍ଷ ଧରି ସେମାନେ ସବୁ ପାଖ ଜଙ୍ଗଲରେ ଶୌଚକ୍ରିିୟା କରୁଛନ୍ତି ବୋଲି କହିଥିଲେ । ଏହା ଶୁଣି ଯୁବତୀ ଜଣକ କହିଥିଲେ ଦେଶରେ ସ୍ୱଚ୍ଛ ଭାରତ ଅଭିଯାନ ଅନୁସାରେ ଘରେ ଘରେ ଶୈାଚାଳୟ ତିଆରି ଚାଲିଛି । ଏଣୁ ପ୍ରଥମେ ଘରେ ଶୈାଚାଳୟ ତିଆରି କରନ୍ତୁ , ପରେ ବିବାହ ହେବ । ଯୁବତୀ ଜଣକ ଏହି ସର୍ତ ରଖିଥିଲେ ।

ବିିବାହ କରିବାକୁ ଯାଉଥିବା ଯୁବକ ଜଣକ କହିଛନ୍ତି , ଯୁବତୀଙ୍କର ଏହି କଥାରେ ତାଙ୍କ ଘରେ ସମସ୍ତେ ଖୁସିରେ ସ୍ୱୀକାର କରିଛନ୍ତି । ଆଉ ଶୈାଚାଳୟ ନିର୍ମାଣ ପାଇଁ ଆଗଭର ହୋଇଛନ୍ତି ।

(ସୌଜନ୍ୟ- ନବଭାରତ ଟାଇମ୍ସ )