୨ଟା ରାତିରେ ବି ଭାରତୀୟଙ୍କ ଟ୍ୱିଟରର ଜବାବ ଦିଅନ୍ତି ସୁଷମା ସ୍ୱରାଜ : ଆମେରିକାରେ ଭାରତୀୟଙ୍କ ସାମ୍ନାରେ ସୁଷମାଙ୍କୁ ତାରିଫ୍ କଲେ ମୋଦି

29

ଦୁଇ ଦିନିଆ ଆମେରିକା ଯାତ୍ରାରେ ଯାଇ ରବିବାର ଦିନ ମୋଦି ଆମେରିକାରେ ରହୁଥିବା ଭାରତୀୟ ମାନଙ୍କୁ ସମ୍ବୋଧିତ କରିଥିଲେ । ଆଉ ଏହି ପ୍ରଥମ ଦିନରେ ସେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କର ଖୁବ୍ ତାରିଫ୍ କରିଥିଲେ । ସୋସିଆଲ୍ ମିଡିଆରେ ସୁଷମାଙ୍କ ସକ୍ରିୟତା ଓ ଲୋକଙ୍କୁ ସାହାଯ୍ୟ କରିବାରେ ତତ୍ପରତାକୁ ଅନେକ ପ୍ରଶଂସା କରିଥିଲେ ।

ଯଦି ରାତି ୨ଟାରେ କେହି ବି ଭାରତୀୟ ପୃଥିବୀର ଯେଉଁ କୋଣରୁ ତାଙ୍କୁ ଟ୍ୱିଟ୍ କଲେ ବି ସେ ତାର ଜବାବ୍ ଦେଇଥାନ୍ତି । ସୁଷମା ଓ ତାଙ୍କ ମନ୍ତ୍ରଣାଳୟ ସୋସିଆଲ୍ ମିଡିଆର ଶକ୍ତିକୁ ଅସଲ ଉପଯୋଗ କରିଦେଖେଇଛନ୍ତି ମୋଦି କହିଛନ୍ତି । ଆଉ ମଧ୍ୟ କହିଛନ୍ତି , ସୁଷମାଙ୍କ ନେତୃତ୍ୱରେ ବୈଦେଶିକ ମନ୍ତ୍ରାଳୟ ଦୁନିଆର ଯେକୈାଣସି କୋଣରେ ଅସୁବିଧାରେ ଫସି ଥିବା ଭାରତୀୟଙ୍କ ସାହାଯ୍ୟ କରିଛନ୍ତି । ସୁଷମା ସ୍ୱରାଜ ସମୟ ସମୟରେ ନିଜର ଟ୍ୱିଟରରେ ସକ୍ରିୟାତା ନେଇ ମଧ୍ୟ ଖୁବ୍ ଚର୍ଚ୍ଚାରେ ଥା’ନ୍ତି । (ସୈାଜନ୍ୟ – ନବ ଭାରତ ଟାଇମ୍ସ)