ନିଖୋଜ ଶିଶୁଙ୍କୁୁ ଖୋଜିବା ପାଇଁ ଚୀନର ନୂଆ ଉପାୟ : ପାଣି ବୋତଲରେ ଶିଶୁଙ୍କ ଫଟୋ

26

66ପ୍ରତିଦିନ ଦେଶର ବିଭିନ ସ୍ଥାନରେ ଶିଶୁ ନିଖୋଜ ଖବର ପ୍ରକାଶିତ ହେଉଛି । ଏନେଇ ସାର୍ବଜନୀନ ସ୍ଥାନରେ ବଡ ବଡ ପୋଷ୍ଟର ମଧ୍ୟ ଲଗା ଯାଇଥିବାର ଦେଖିବାକୁ ମିଳିଥାଏ । ଏହି ସମସ୍ୟା କେବଳ ଭାରତରେ ନୁହେଁ ବରଂ ବିଭିନ୍ନ ଦେଶମାନଙ୍କରେ ଏହି ସମସ୍ୟା ଦେଖାଦେଇଛି ବିଶେଷ କରି ଚୀନରେ ଏହି ସମସ୍ୟା ଅଧିକ ପରିମାଣରେ ଦେଖାଯାଇଛି । ଏଥିପାଇଁ ଚୀନର ଏକ କଂପାନୀ ନିଖୋଜ ଶିଶୁଙ୍କୁ ଉଦ୍ଧାର କରିବା ପାଇଁ ଏକ ଅଭିନବ ପନ୍ଥା ଆପଣେଇଛି ।

ସୂଚନାମୁତାବକ, ଚୀନର ଏକ ଘରୋଇ କଂପାନୀ ଦେଶର କିଂଗଝାଓସ୍ଥିତ ଫୁଡ କଂପାନୀ ବାଓବେଇହୁଇଜା ୱେବ ସାଇଟ୍ ସହ ମିଳିତ ଭାବେ ଏକ ଅଭିଯାନ ଆରମ୍ଭ କରିଛି ଯେଉଁଥିରେ କଂପାନୀଟି ପାଖାପାଖି ୫ ଲକ୍ଷରୁ ଅଧିକ ପାଣି ବୋତଲ ବଜାରକୁ ଛାଡିଛି ଯାହା ଉପରେ ନିଖୋଜ ଶିଶୁଙ୍କ ଫଟୋ ସହ ସେମାନଙ୍କ ସଂପୂର୍ଣ୍ଣ ପରିଚୟ ଉଲ୍ଲେଖ କରାଯାଇଛି । ଖାଲି ସେତିକି ନୁହେଁ ଏହି ବୋଲତଗୁଡିକୁ ଚୀନର ସୁପରମାର୍କେଟ,ରେଳ ଷ୍ଟେସନ,ଏୟାରପୋର୍ଟ ଏବଂ ସାର୍ବଜନୀନ ସ୍ଥାନରେ ବିକ୍ରି କରାଯାଉଛି ।

ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏପରି କରିବାଦ୍ୱାରା ଚୀନରେ ଏଯାବତ୍ ୧୭୦୦ରୁ ଅଧିକ ଶିଶୁଙ୍କୁ ଉଦ୍ଧାର କରାଯାଇ ପାରିଛି ।