ପତି ସାମ୍ନାରେ ପତ୍ନୀଙ୍କୁ ଗଣଦୁଷ୍କର୍ମ ! ସ୍ୱାମୀଙ୍କୁ ଗଛରେ ବାନ୍ଧିଦେଲେ ଦୁବୃର୍ତ୍ତ

22

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶରେ ଘଟିଛି ଅଭାବନୀୟ ଘଟଣା । ଜଣେ ମହିଳାଙ୍କୁ ନିଜ ସ୍ୱାମୀ ସାମ୍ନାରେ ଗଣ ଦୁଷ୍କର୍ମ କରିବା ଘଟଣା ଏବେ ଚର୍ଚ୍ଚାରେ । ନବଭାରତ ଟାଇମ୍ସରେ ପ୍ରକାଶିତ ତଥ୍ୟ ଅନୁସାରେ , ଉତ୍ତର ପ୍ରଦେଶର ବଦାୟୁ ଜିଲ୍ଲାର ଏ ଘଟଣା । ଦଂପତ୍ତି ଔଷଧ ନେଇ ବାଇକରେ ଘରକୁ ଫେରୁଥିଲେ । ସମୟ ହୋଇଥିଲା ରାତି ୧୦ ଟା । ଦୁବୃର୍ତ୍ତ ମାନେ ତାଙ୍କ ପିଛା କରି ଠିକ୍ ଗାଁ ପାଖ ରାସ୍ତାରେ ଅଟକାଇଥିଲେ । ଆଉ ସ୍ୱାମୀକୁ ଏକ ଗଛରେ ବାନ୍ଧି ପାଟିରେ କପଡା ଭର୍ତ୍ତି କରିଦେଇଥିଲେ । ମହିଳାଙ୍କୁ ଟାଣିନେଇ ପାଖରେ ଥିବା ଜମିରେ କରିଥିଲେ ଗଣ ଦୁଷ୍କର୍ମ ।

ପୁଲିସ୍ ସୂତ୍ରରୁ ପ୍ରକାଶ , ସହସବାନ କୋତବାଲି ଅଂଚଳର ଏହି ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ନେଇ ଔଷଧ ପାଇଁ ସହସବାନ ନଗର ଆସିଥିଲେ । ଔଷଧ ନେଇ ଫେରୁଥିବା ବେଳେ ଏହି ଦୁବୃତ୍ତ ମାନେ କରିଥିଲେ ଏଭଳି କାଣ୍ଡ । ପୁଲିସରେ ସେମାନଙ୍କ ନାଁରେ ଦିଆଯାଇଛି । ଏବେ ସୁଦ୍ଧା କାହାକୁ ଗିରଫ କରାଯାଇନାହିଁ ।