ମଦୁଆ ସ୍ୱାମୀଙ୍କୁ ସାବାଡ କରିବେ ସ୍ତ୍ରୀ ! ନବବିବାହିତାମାନଙ୍କୁ ମିଳିଲା କାଠର ବ୍ୟାଟ ଉପହାର

40

ଏଥର ମଦୁଆ ସ୍ୱାମୀଙ୍କୁ ସାବାଡ କରିବେ ସ୍ତ୍ରୀ । ଆଉ ଏଥିପାଇଁ ମଧ୍ୟପ୍ରଦେଶର ପଂଚାୟତିରାଜ ମନ୍ତ୍ରୀ ନବବିବାହିତାମାନଙ୍କୁ ସ୍ୱତନ୍ତ୍ର ଉପହାର ଦେଇଛନ୍ତି । କାଠରେ ତିଆରି ହୋଇଥିବା ଛୋଟ ବ୍ୟାଟକୁ ନବବଧୁମାନଙ୍କୁ ମନ୍ତ୍ରୀ ଉପହାର ଦେଇଛନ୍ତି ।

ସ୍ୱାମୀ ମଦ ପିଇ ଘରକୁ ଫେରିଲେ ଏଥିରେ ସାବାଡ କରିବାକୁ କହିଛନ୍ତି । ମଧ୍ୟପ୍ରଦେଶର ସାଗରରେ ଏକ ସମୁହ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା । ଏଥିରେ ମନ୍ତ୍ରୀ ଯୋଗ ଦେଇ ୭୦୦ ନବବଧୁଙ୍କୁ ଏହି ବ୍ୟାଟ ଉପହାର ଦେଇଛନ୍ତି । ଲୁଗା ସଫା କରିବାରେ ଏହି ବ୍ୟାଟ ବା ମୋଗ୍ରୀ ବ୍ୟବହାର ହୋଇଥାଏ । କିନ୍ତୁ ମଦୁଆ ସ୍ୱାମୀଙ୍କ ନିଶା ଖସାଇବାରେ ଏହାକୁ ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଛନ୍ତି ।

( ସୈାଜନ୍ୟ : ଇଣ୍ଡିଆନ ଏକ୍ସପ୍ରେସ୍ )

ଏହା ସହ ଦେଖନ୍ତୁ ଏହି ଭିଡିଓ –