ପ୍ରଥମ ବିବାହକୁ ଲୁଚାଇବା ପଡିଲା ମହଙ୍ଗା ! ଗଳା ଚିପି ହତ୍ୟା କଲେ ସ୍ୱାମୀ
ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ଘଟିଛି ଅଭାବନୀୟ ଘଟଣା । ଜଣେ ମହିଳା ନିଜର ପ୍ରଥମ ବିବାହକୁ ଲୁଚାଇବା ପଡିଛି ମହଙ୍ଗା । ଏହା ଜାଣିବା ପରେ ମହିଳାଙ୍କ ପତି ତଣ୍ଟି ଚିପି କରିଛନ୍ତି ହତ୍ୟା । ଆଉ ଜଙ୍ଗଲରେ ଫିଙ୍ଗିଦେଇଛନ୍ତି । ଘଟଣାର କିଛି ଦିନ ପରେ ବେଙ୍ଗାଲୁରୁ ପୁଲିସ ଆରୋପି ଅଜୟ ଦାସଙ୍କୁ ନିଜ ଗାଁ ଆସାମରୁ ଗିରଫ କରିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ ଜୁନାଲି ଗୋଲା ନାମ୍ନୀ ଏହି ମହିଳା ଜଣକ ନିଜର ପ୍ରେଗେନ୍ସି ପରୀକ୍ଷା ପାଇଁ ସ୍ୱାମୀଙ୍କ ସହ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ପାଖକୁ ଯାଇଥିଲେ । ଡାକ୍ତର ଗୁଲାଙ୍କୁ ପୂର୍ବରୁ ମା’ ହୋଇଥିବାର ପଚାରିଥିଲେ । ଗୁଲା କହିଥିଲେ ତାଙ୍କର ପୂର୍ବରୁ ୨ଟି ପିଲା ଅଛନ୍ତି । ଏକଥା ଶୁଣି ସ୍ୱାମୀ ଅଜୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଘରକୁ ଆସିବା ପରେ ସେହି ରାତିରେ ଏକ ଦନ୍ଥରା ପଦାର୍ଥରେ ସ୍ତ୍ରୀ ଗୁଲାଙ୍କୁ ଆକ୍ରମଣ କରିଥିଲେ ଏବଂ ତଉଲିଆ ମୁହଁରେ ଦାବି ମାରିଦେଇଥିଲେ ।
ଅଜୟ (୨୫) ଓ ଗୁଲା (୨୩) ,୬ ମାସ ହେଲା ବିବାହ କରିଥିଲେ । ଦୁହେଁ ପରସ୍ପରକୁ ବେଙ୍ଗାଲୁରୁର ଏକ ଗାରମେଣ୍ଟ ଫ୍ୟାକ୍ଟ୍ରିରେ ଜାଣିଥିଲେ । ପରେ ବିବାହ କରିଥିଲେ ।