ଅଜବ ଖିଆଲର ବ୍ୟକ୍ତି ! ନିଜର ପ୍ରିୟ ଚା’ର ନାମରେ ବଦଳାଇଲେ ନିଜ ନାଁ

36

 ଆପଣ କେବେ ଏମିତି ବ୍ୟକ୍ତିଙ୍କ ବିଷୟରେ ଜାଣିଛନ୍ତି । ଯିଏକି ନିଜର ପ୍ରିୟ ଜିନିଷ ନାଁରେ ନିଜ ନାଁକୁ ବଦଳାଇଦେଇଛନ୍ତି । ହଁ ଏମିତି ଏକ ଖବର ପ୍ରକାଶ ପାଇଛି ଏନଡି ଟିଭିରେ । ଯାହାକୁ ନେଇ ଚର୍ଚ୍ଚା । ଜଣେ ବ୍ୟକ୍ତି ଯିଏକି ନିତି ପିଉଥିବା ଚା’ର ନାମକୁ ନିଜ ନାମ ସହ ଯୋଡିଛନ୍ତି । ଆଉ ଜଣେ ନିଆରା ବ୍ୟକ୍ତି ପାଲଟି ଯାଇଛନ୍ତି ।

ପ୍ରକାଶିତ ତଥ୍ୟ ଅନୁସାରେ , ବ୍ରିଟେନର ନାଥନ ଡେରେକ୍ ଗାର୍ନର ଜଣେ ଟି (ଚା) ପ୍ରିୟ । ସେ ନିଜ ନାଁର ମଝି ରେ ଯୋଡି ଛନ୍ତି ନିଜ ପ୍ରିୟ ପ୍ରିୟ ଚା’ ୟୋର୍କସାୟର ନାମ । ଅର୍ଥାତ୍ ନିଜ ନାଁ ରଖିଛନ୍ତି ନାଥନ ୟୋର୍କସାୟର ଟି ଗାର୍ନର । ଏହି ଚା’ ପ୍ରିୟ ବ୍ୟକ୍ତି ଏହି ନାଁର ଚା କୁ ଖୁବ ପିଉଥିଲେ । ଆଉ ଏହି ବ୍ରାଣ୍ଡର ଚା’ର ନାମ ଅନୁସାରେ ବଦଳାଇଥିଲେ ନିଜ ନାଁ ।

ଗାର୍ନର କୁହନ୍ତି ତାଙ୍କର ଜଣେ ସହକର୍ମୀ ଏ ଧାରଣ ଦେଇଥିଲେ , ନିଜେ ପିଉଥିବା ଚା’ର ନାଁକୁ ତାଙ୍କ ନାଁ ସହ ଯୋଡି ‘ୟୋର୍କସାୟର ଟି ’ ରଖିବାକୁ କହିଥିଲେ । ଗାର୍ନର ଆଶ୍ଚର୍ଯ୍ୟ ହୋଇଯାଇଥିଲେ , ଯେତେବେଳେ ତାଙ୍କର ଜଣେ କର୍ମଚାରୀ ତାଙ୍କର ଫଟୋ ଟ୍ୱିଟ୍ କରିବା ସହ , ଲିଗାଲ୍ ନେମ ଚେଂଜର ତଥ୍ୟ ଦର୍ଶାଇଥିଲେ । ଗାର୍ନର କୁହନ୍ତି , କିଛି ବନ୍ଧୁ ଓ ପରିବାର ଲୋକଙ୍କୁ ଏହା ଏକ ବୋକାମୀ ବୋଲି କହିଥିଲେ । ଆଉ ହସିଥିଲେ । କିନ୍ତୁ ମୋ ମା’ ଚେରିଲ ଭାବନ୍ତି ଏହା ଏକକୁ ଭଲ ବୋଲି କୁହନ୍ତି । ମୋର ନୂତନ ନାଁ ଶୁଣି ସେ ଜୋରରେ ହସିଥିଲେ ।

ଏହି ଅଜବ ଖିଆଲର ଚା’ ପ୍ରିୟ ବ୍ୟକ୍ତି ଏକ କଂକ୍ରିଟ୍ ଫ୍ୟାକ୍ଟଟ୍ରିରେ କାମ କରନ୍ତି । ସେ ୧୨ ବର୍ଷ ବୟସରୁ ଏହି ଚା’ ପିଉଛନ୍ତି ବୋଲି କୁହନ୍ତି । ତାଙ୍କ ଜେଜେ ବାପା ଏହି ୟୋର୍କସାୟର ଟି ବ୍ରାଣ୍ଡକୁ ତାଙ୍କୁ ଚିହ୍ନେଇଥିଲେ । ଆଉ ତାପରେ ସେ ଏହି ଚା ପିଇଥିଲେ । ଗାର୍ନର କୁହନ୍ତି ଦିନରେ ସେ ପାଖାପାଖି ୨୦ କପ୍ ଚା ପିଅନ୍ତି ।