ପିପିଲିରେ ବାଣ ଭିଡିବାବେଳେ ଅଘଟଣ ! ଭୋଇସାହିରେ ବିସ୍ଫୋରଣରେ ୪ଗୁରୁତର, ୨ଅସୁସ୍ଥ

26

କନକ ବ୍ୟୁରୋ : ବାଣ ଭିଡିବା ବେଳେ ଅଘଟଣ । ପିପିଲି ବିଲିପଡା ଭୋଇ ସାହିରେ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ହୋଇଛି । ଏଥିରେ ୪ ଜଣ ଗୁରୁତର ହୋଇଥିବା ବେଳେ ୨ଅସୁସ୍ଥ ହୋଇପଡିଛନ୍ତି । ୪ ଗୁରୁତରଙ୍କୁ କ୍ୟାପିଟାଲ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଆସନ୍ତା କାଲି ଆଲୋକର ପର୍ବ ଦୀପାବଳି । କିନ୍ତୁ ଆଗରୁ ଏପରି ଦୁର୍ଘଟଣା ଦେଖି ଆଗରୁ ଆମକୁ ସଚେତନ ହେବା ଉଚିତତ ।

ଏହା ବ୍ୟତୀତ ଆଜି ରାଉରକେଲା ବାଣ ବଜାରରେ ନିଆଁ ଲାଗି ଯାଇଛି । ସହରର ପାୱାର ହାଉସ ରୋଡରେ ଥିବା ବାଣ ବଜାରରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ରାତି ପ୍ରାୟ ୩ଟାରେ ହୋଇଥିବା ଏହି ଅଗ୍ନିକାଣ୍ଡରେ ଭସ୍ମିଭୂତ ହୋଇଛି ୪୮ଟି ବାଣ ଦୋକାନ । ବାଣ ଦୋକାନରେ ଶୋଇଥିବା ଜଣେ ବ୍ୟକ୍ତି ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ମିଳିଛି । ମୃତ ଯୁବକର ନାଁ ବିଶ୍ୱଜିତ ଜେନା ବୋଲି ଜଣାପଡିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । କୋଟିଏରୁ ଅଧିକ ମୂଲ୍ୟର ବାଣ ପୋଡି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡର ଖବର ପାଇ ଘଟଣାସ୍ଥଳରେ ଦମକଳବାହିନୀ ପହଂଚି ନିଆଁକୁ ଆୟତ କରିଛନ୍ତି । ଅଗ୍ନିକାଣ୍ଡରେ ୧୮ରୁ ବାଇକ ବି ପୋଡି ନଷ୍ଟ ହୋଇଯାଇଛି ।