ମୋଦିଙ୍କୁ ଚିଠି ଲେଖିଲେ ଇଂଜିନିୟର ! ପ୍ରେମିକାକୁ ବିବାହ ପାଇଁ ସାହାଯ୍ୟ କର

35

ଚଣ୍ଡିଗଡ : ବିଭିନ୍ନ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଖକୁ ଲୋକମାନେ ଚିଠି ଦେଇଥାନ୍ତି । ଏବେ ଏମିତି ଏକ ଚିଠି ଆସିଛି ମୋଦିଙ୍କ ପାଖକୁ । ଯେଉଁ ଚିଠିକୁ ନେଇ ଖୁବ୍ ଚର୍ଚ୍ଚା । ଜଣେ ପ୍ରେମିକ ଲେଖିଛନ୍ତି ଚିଠି । ନିଜ ପ୍ରେମିକାକୁ ବିବାହ କରିବାରେ ସାହାଯ୍ୟ କରିବା ପାଇଁ ମୋଦିଙ୍କୁ ଚିଠିରେ କରିଛନ୍ତି ଅନୁରୋଧ ।

ସୂଚନା ଅନୁସାରେ , ଚଣ୍ଡିଗଡର ଜଣେ ମେକାନିକାଲ ଇଂଜିନିୟର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଲେଖିଛନ୍ତି ଚିଠି । ପ୍ରଧାନମନ୍ତ୍ରୀ ବୁଝିବେ ତାଙ୍କ ପ୍ରେମର ସମସ୍ୟା । ନିଜ ପ୍ରେମିକାଙ୍କୁ ବିବାହ କରିବାକୁ ଜଣାଇଛନ୍ତି ଚିଠିରେ । ଏହି ଇଂଜିନିୟର ଜଣକ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି ମଧ୍ୟସ୍ତି ସାଜିବାକୁ । ଏବଂ ଦୁଇ ପକ୍ଷର ପରିବାରକୁ ବିବାହ ପାଇଁ ରାଜି କରାଇବାରେ ସହଯୋଗ କରିବା ପାଇଁ ।

ଏହା କୈାଣସି ଥଟ୍ଟା ପରିହାସର କଥା ନୁହେଁ । ଚଣ୍ଡିଗଡରେ ପ୍ରଧାନମନ୍ତ୍ରୀ ଅଫିସକୁ ପ୍ରତିଦିନ ପଠାଯାଉଥିବା ଅନେକ ଚିଠି ମଧ୍ୟରୁ ଏହା ଗୋଟିଏ ।             ସୈାଜନ୍ୟ – ( ନବ ଭାରତ ଟାଇମ୍ସ )