ଚର୍ଚ୍ଚାରେ ୪୦ ବର୍ଷ ଧରି ପ୍ରେସିଡେଂଟ ଇଷ୍ଟେଟରେ ନିଭୃତ ସ୍ଥାନରେ ରହୁଥିବା ବ୍ୟକ୍ତି

54

2ନୂଆ ଦିଲ୍ଲୀ : ଗତ ଶନିବାର ରାତିରେ ପୁଲିସ ପହରା ଦେଉଥିବା ବେଳେ ଏକ ଆଶ୍ଚର୍ଯ୍ୟକର ସୂଚନା ପାଇଥିଲେ । ପ୍ରେସିଡେଂଟ ଇଷ୍ଟେଟର ବଡିଗାର୍ଡ ଲାଇନ୍ସରେ ଏକ ପଥରର କାନ୍ଥକୁ ଡେଇଁବାର ପ୍ରୟାସ କରୁଥିଲେ ଜଣେ ବ୍ୟକ୍ତି । କୈାଣସି ଆତଙ୍କୀ ଗତିବିଧିର ଆଶଙ୍କାରେ ଖବର ପାଇ ପୁଲିସର ଏକ ଟିମ୍ ତୁରନ୍ତ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି କରିଦେଇଥିଲେ । ଜଣେ ଧଳା ଦାଢି ବାଲା ଗାଜି ନୁରଲ୍ ହସନ ନାମକ ବ୍ୟକ୍ତିଙ୍କୁ ଧରିଥିଲେ ଏବଂ ଚାଣକ୍ୟପୁରୀ ପୁଲିସଷ୍ଟେସନ ନେଇ ପଚରାପଚରି ଆରମ୍ଭ କରିଦେଇଥିଲେ ।

3ପୁଲିସର ଯାଂଚରୁ ଆଶ୍ଚର୍ଯ୍ୟକର ତଥ୍ୟ ଜଣାପଡିଥିଲା ଯେ, ୬୮ ବର୍ଷୀୟ ଏହି ବ୍ୟକ୍ତି ଜଣକ ନିଜ ୨୨ ବର୍ଷୀୟ ପୁଅ ମହମ୍ମଦ ନୂର ସହ ୪୦ ବର୍ଷ ହେଲା ଏକ ଧୂଳିଧୁଷରୀତ ନିଭୃତ ସ୍ଥାନରେ ରହୁଛନ୍ତି ଏବଂ ପ୍ରେସିଡେଂଟ ଇଷ୍ଟେଟର ତୁଗଲକ ସମୟର ଏକ ସ୍ମାରକ ତଳେ କିଛି ମିଟରର ଗର୍ତ୍ତ ଖୋଳି ରହିଆସୁଛନ୍ତି । ଗତ ୨୦ ବର୍ଷରୁ ତାଙ୍କ ପାଖରେ ଭୋଟର ଆଇଡି ପାସପୋର୍ଟ ଓ ବୈଧ ଇଲେକ୍ଟ୍ରିସିଟି କନେକ୍ସନ ବି ଅଛି ।

4ଏହି ବ୍ୟକ୍ତି ଜଣକ ଉତ୍ତର ପ୍ରଦେଶର ମୂଳ ବାସିନ୍ଦା । ସେ ଜଣେ ଧାର୍ମିକ ଗୁରୁ ଓ ଉର୍ଦ୍ଦୁ ଲେଖକ । ପୂର୍ବତନ ରାଷ୍ଟ୍ରପତି ଫାକରୁଦ୍ଦିନ ଅଲି ଅହମଦଙ୍କ ଦ୍ୱାରା ସେ ଏଠାକୁ କିଛି ପରିବାରକୁ ଉର୍ଦ୍ଦୁ ଶିଖାଉଥିଲେ । ଦିନେ କିଛି ଜଡିବୁଟିକୁ ଖୋଜି ଖୋଜି ଏହି ସ୍ଥାନରେ ପହଁଚିଥିଲେ ଏବଂ ସ୍ଥିର କରିଥିଲେ ଏହି କାନ୍ଥର କିଛି ଅଂଶ ଖୋଳି ରହିବାକୁ । ଆଉ ସେହି ଦିନଠୁ ରହିଆସୁଛନ୍ତି ଏହି ବ୍ୟକ୍ତ ଜଣକ ଏହି କାନ୍ଥ ଖୋଦେଇ ନିଭୃତ ଘରେ । ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ଏହି ଖବର ଏବେ ଚର୍ଚ୍ଚାରେ ।