ମାଛର ଦାମ୍ ୪କୋଟି ! ଦେଖନ୍ତୁ ଏହି ମହଙ୍ଗା ମାଛକୁ

71

Kiyomura Co's employee holds the head of a 222 kg bluefin tuna after cutting its meat at the company's sushi restaurant outside Tsukiji fish market in Tokyoଜାପାନ : ମାଛ ଖାଇବା ସମସ୍ତଙ୍କର ପସନ୍ଦ । ଏହା ଶରୀର ପାଇଁ ବହୁତ ଭଲ । ହେଲେ ମାଛର ଦାମ୍ କୋଟିଏରୁ ଅଧିକ ଟଙ୍କା ଥିବାର କେବେ ଶୁଣିନଥିବେ । ହଁ ଏମିତି ଏକ ମାଛ ଅଛି ଯାହାକୁ କୋଟି କୋଟି ଟଙ୍କାରେ ନିଲାମୀ ଡକାଯାଉଛି । ଯିଏ ଅଧିକ ଦର ଦେଉଛି ସେ ଏହି ମାଛକୁ ନେଉଛି ।

ଏ ଅଦ୍ଭୁତ ମାଛର ନାଁ ବ୍ଲୁଫିନ୍ ଟୁନା ଫିସ୍ । ଟୁନା ଫିସ୍ ନାଁରେ ଏହା ଜାପାନରେ ଖୁବ୍ ଜଣାଶୁଣା । ଜାପାନରେ ପ୍ରତିବର୍ଷ ନିଲାମୀ ହେଇଛି ଏହି ଟୁନା ମାଛ । ଏବେ ଜାପାନରେ ଏହି ମାଛକୁ ୪କୋଟି ଟଙ୍କ ନିଲାମ ହୋଇଛି । ବ୍ଲୁଫିନ୍ ଟୁନା ଫିସ୍ ନାମକ ଏହି ମାଛଟିକୁ କ୍ୟୁଶି କିମୁରା ନାମକ ଜଣେ ବ୍ୟକ୍ତି କିଣିଛନ୍ତି । ଜାପାନାରେ ପ୍ରତିବର୍ଷ ଏହି ଧରଣର ମାଛର ନିଲାମୀ କାର୍ଯ୍ୟକ୍ରମ ସର୍ବସାଧାରଣରେ ଆୟୋଜିତ ହୋଇଥାଏ । ଏହି ମାଛର ଓଜନ ପାଖାପାଖି ୨୧୦ କିଲୋଗ୍ରାମ୍ ।

Japanମାଛଟିକୁ କିଣିଥିବା କ୍ୟୁଶି କିମୁରା ଜଣେ ରେଷ୍ଟୁରାଂଟର ମାଲିକ । ଏବଂ ସେ ପ୍ରତି ବର୍ଷ ଏହି ଟୁନା ମାଛର ନିଲାମୀରେ ଭାଗ ନେଇଥାନ୍ତି । କ୍ୟୁସିଙ୍କ ନାମରେ ଆଗରୁ ଅନେକ ରେକର୍ଡ ରହିଛି । ଏଥର ସେ ଏହି ଅଜବ ଟୁନା ମାଛ ପାଇଁ ୪କୋଟି ୭ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ୨୦୧୩ ମସିହାରେ କ୍ୟୁଶି ୯କୋଟି ୨୦ଲକ୍ଷ ପର୍ଯ୍ୟନ୍ତ ଟୁନା ମାଛ ନିଲାମୀ ଡାକିଥିଲେ । ଏଠାରେ ଯିଏ ଅଧିକ ନିଲାମୀ ଡାକେ ତାର ଖୁବ୍ ପବ୍ଲିସିଟି ମିଳିଥାଏ । ଜାପାନରେ ଏହି ଟୁନା ମାଛକୁ ଖୁବ୍ ପସନ୍ଦ କରିଥାନ୍ତି ସମସ୍ତେ ।