ଚର୍ଚ୍ଚାରେ ମାସ୍କ ପିନ୍ଧା ପ୍ରେମ ନିବେଦନ! ପରସ୍ପରକୁ ମନକଥା ଜଣେଇଥାନ୍ତି ଯୁବକ-ଯୁବତୀ

81

Participants wearing surgical masks talk to each other during a masked match-making event in Tokyoଜାପାନ: ସମୟ ବଦଳିବା ସହ ଲୋକମାନଙ୍କ ଭିତରେ ବି ଜୀବନଶୈଳୀରେ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ପ୍ରେମ ଓ ବିବାହକୁ ନେଇ ଲୋକଙ୍କ ମଧ୍ୟରେ ବଦଳିବାରେ ଲାଗିଛି ତରିକା। ଏବେ ଏମିତି ଏକ ଖବରକୁ ନେଇ ଚାରିଆଡେ ଚର୍ଚ୍ଚା । ମାସ୍କ ପିନ୍ଧି ପ୍ରେମ ନିବେଦନ କରିବା । ଧୂଳି ବା  ଇନଫେକ୍ସନରୁ ସୁରକ୍ଷା ପାଇଁ ଅନେକ ମାସ୍କ ବ୍ୟବହାର କରିଥାନ୍ତି । ହେଲେ ପ୍ରେମ ପ୍ରପୋଜ ପାଇଁ କେହି କେବେ ମାସ୍କ ପିନ୍ଧିବାର ଦେଖିଛନ୍ତି କି ? ହେଲେ ଏମିତି ଏକ କାର୍ଯ୍ୟକ୍ରମ କରାଯାଏ ଜାପାନରେ । ପ୍ରେମ ସଂପର୍କକୁ ନେଇ ଲଜ୍ଜାଶୀଳ ଯୁବକ-ଯୁବତୀଙ୍କ ମନରୁ ଦ୍ୱନ୍ଦ ଦୂର କରି ପରସ୍ପର ସହ ଭଲ ଭାବରେ ମିଶିବା ପାଇଁ ଏପରି ଏକ ବ୍ୟବସ୍ଥା କରାଯାଇଥାଏ । ସେମାନେ ସର୍ଜିକାଲ ମାସ୍କ ପିନ୍ଧି ଡେଟିଂରେ ସାମିଲ ହୁଅନ୍ତି ଯୁବକ-ଯୁବତୀ ।

ଟୋକିଓ ଠାରେ ଥିବା ଏକ ଡେଟିଂ ସର୍ଭିସ୍ ଅବିବାହିତ ଯୁବକ-ଯୁବତୀଙ୍କୁ ଦେଉଛି ଏମିତି ଏକ ଡେଟିଂ ସୁଯୋଗ । ପରସ୍ପରର ନିକଟତର ହେବାକୁ  ଯୁବକ-ଯୁବତୀଙ୍କୁ ମାସ୍କ ବ୍ୟବାହର କରିବାକୁ ଦିଏ । ଜାପାନର ଏହା ସବୁଠାରୁ ଲୋକପ୍ରିୟ ଡେଟିଂ ସର୍ଭିସ ଡେଫ୍ ଆନିଭର୍ସରୀ ପକ୍ଷରୁ ଏପରି ଡେଟିଂ କାର୍ଯ୍ୟକ୍ରମ କରାଯାଇଥାଏ । ଏଠାରେ ଯୁବକ-ଯୁବତୀ ପରସ୍ପରକୁ ମନଖୋଲି କଥା ହୋଇଥାନ୍ତି । ବାହାଘର ପାଇଁ ସାଥୀର ମତାମତ ଲୋଡିଥାନ୍ତି ।

ଜାପାନର ବିଭିନ୍ନ ସ୍ଥାନରେ ଏମିତି ଡେଟିଂ କାର୍ଯ୍ୟକ୍ରମ ଆୟୋଜନ ହେଉଛି । ବାହାଘର ହେଉ ବା ପ୍ରେମ ନିବେଦନ ,ପରସ୍ପରକୁ  ଜାଣିବାକୁ ଯୁବକ-ଯୁବତୀ ବହୁ ସଂଖ୍ୟାରେ ଯୋଗ ଦିଅନ୍ତି ଏଠାରେ ।

ଦେଖନ୍ତୁ ଏହି ଭିଡିଓ –

ଏହାସହ ମଧ୍ୟ ପଢନ୍ତୁ – ନରଭକ୍ଷିକା ମହିଳା ! ପ୍ରତିଦିନ ମଣିଷ ମାଂସରେ ତିଆରି କରନ୍ତି ଖାଦ୍ୟ