ଭାରତୀୟ ଶବ୍ଦକୁ ଜାଣିବ ବିଶ୍ୱ ! ଆନ୍ନା – ଆଚ୍ଛା , ଅକ୍ସଫୋର୍ଡ ଶବ୍ଦକୋଷରେ ପାଇଲା ସ୍ଥାନ

58

ଭାରତୀୟ ଭାଷାକୁ ସମଗ୍ର ବିଶ୍ୱ ଜାଣିବ । ବିଶ୍ୱବାସୀଙ୍କ ନିକଟରେ ପହଚାଂଇବା ଅକ୍ସଫୋର୍ଡ ଶଦ୍ଦକୋଷରେ ସ୍ଥାନ ପାଇଛି କିଛି ଭାରତୀୟ ଶବ୍ଦ । ତେଲୁଗୁ ଓ ତାମିଲ ଭାଷାରେ ‘ଆନ୍ନା’ର ଅର୍ଥ ‘ବଡ ଭାଇ’ । ଏହି ଶଦ୍ଦ ଆଉ ତାମିଲ କି ତେଲୁଗୁ ଭାଷାଭାଷୀ ଲୋକଙ୍କ ପାଖରେ ସୀମିତ ହୋଇରହିବ ନାହିଁ । ଏହାକୁ ଜାଣିବ ସାରା ବିଶ୍ୱ । ଏହି ଶବ୍ଦକୁ ଏଥର ଅକ୍ସଫୋର୍ଡ ଶବ୍ଦକୋଷ ସ୍ଥାନ ମିଳିଛି । ନିକଟରେ ଛପା ଯାଇଥିବା ଅକ୍ସଫୋର୍ଡ ଶବ୍ଦକୋଷରେ କେବଳ ଏହି ଗୋଟିଏ ଶବ୍ଦ ନୁହେଁ,ତେଲୁଗୁ,ତାମିଲ,ଗୁଜୁରାଟି ଓ ହିନ୍ଦୀର ଏହିଭଳି ୭୦ ଶବ୍ଦକୁ ସ୍ଥାନ ମିଳିଛି ।

ପୂର୍ବରୁ ଆନ୍ନା ଶବ୍ଦ ଅକ୍ସଫୋର୍ଡ ଶବ୍ଦକୋଷରେ ଥିଲା ଯାହାର ଅର୍ଥ ଭାରତ ଓ ପାକିସ୍ତାନରେ ଟଙ୍କାର ଏକକ ବା ଟଙ୍କାର ଏକ ଷୋଡଶାଂଶ । ଏବେ ଆନ୍ନା-୨ ଭାବେ ଦେଖିବେ ଯାହାର ଅର୍ଥ ବଡ ଭାଇ ବା ସମ୍ମାନଜନକ ଶବ୍ଦ । ଅକ୍ସଫୋର୍ଡ ଶବ୍ଦକୋଷର ଲାଟେଷ୍ଟ ଏଡିସନରେ ସ୍ଥାନ ପାଇଥିବା ଅନ୍ୟ ଶବ୍ଦଗୁଡିକ ହେଲା ଆଚ୍ଛା, ବାପୁ, ବଡା ଦିନ,ବଚ୍ଛା, ସୂର୍ଯ୍ୟ ନମସ୍କାର । ପୂର୍ବରୁ ‘ଆଚ୍ଛା’ ଅର୍ଥ ଠିକ୍ ବୋଲି ବ୍ୟବହାର କରାଯାଉଛି । ଅକ୍ସଫୋର୍ଡ ଶବ୍ଦକୋଷରେ ସ୍ଥାନ ପାଇଥିବା ଭାରତୀୟ ଆଚ୍ଛାର ଅର୍ଥ ଲେଖାଯାଇଛି : ଆଶ୍ଚର୍ଯ୍ୟଜନକ ଭାବେ, ଖୁସି, ଇମୋଶନକୁ ପରିପ୍ରକାଶ କରିବା । ଅଧିକାଂଶ ଶବ୍ଦ ଭାରତୀୟ ସଂସ୍କୃତି, ସମ୍ପର୍କ ଓ ଖାଦ୍ୟ ସହ ସମ୍ବନ୍ଧ ରହିଛି ।
ଅକ୍ସଫୋର୍ଡ ଶବ୍ଦକୋଷର ୱାର୍ଲଡ ଇଂଗଲିସ ସମ୍ପାଦକ ଡାନିକା ସାଲାଜରଙ୍କ ଜାରି କରିଥିବା ରିଲିଜ ନୋଟସରେ ଲେଖିଛନ୍ତି, ସତୁରୀଟି ଭାରତୀୟ ଶବ୍ଦକୁ ଶବ୍ଦକୋଷରେ ସ୍ଥାନିତ କରାଯାଇଛି । ବର୍ତମାନ ସମୁଦାୟ ୯ଶହ ଭାରତୀୟ ଶବ୍ଦ ଶବ୍ଦକୋଷରେ ରହିଛି । ଅକ୍ସଫୋର୍ଡ ୟୁନିଭରସିଟି ପ୍ରେସ ଦ୍ୱାରା ଛପାଯାଉଥିବା ଏହି ଶବ୍ଦକୋଷରେ ୨୦୧୭ ସେପ୍ଟେମ୍ବର ସଂସ୍କରଣରେ ଏକ ହଜାର ନୂଆ ଶବ୍ଦ ସ୍ଥାନ ପାଇଛି । ପ୍ରତିବର୍ଷ ମାର୍ଚ୍ଚ, ଜୁନ, ସେପ୍ଟେମ୍ବର ଓ ଡିସେମ୍ବରରେ ଚାରିଥର ଠିକ୍ କରି ଛପାଯାଇଥାଏ । ଅକ୍ସଫୋର୍ଡ ୟୁନିର୍ଭସିଟି ଏହି ଅଭିଧାନକୁ ସଂକଳିତ କରିବାକୁ କେମିତି ସେମାନେ ଏହି ଡାଟାକୁ ( ଯାହାକୁ କରପସ୍ କୁହାଯାଏ ) ସଂଗ୍ରହ କରିଛନ୍ତି । ତାହା ସାର୍ବଜନୀନ କରିଛନ୍ତି । ଏହି ନୂତନ ଶଦ୍ଦକୁ ଖୋଜିବାକୁ ସେ ସ୍ପୋର୍ଟସ ଠାରୁ ନେଇ ମାର୍କେଟିଂ , ମାର୍କେଟିଂରୁ ପଲଟିକ୍ସ , ପଲଟିକ୍ସରୁ ଏଜୁକେସନ , ଏହା ଠାରୁ ସୋସିଆଲ ମିଡିଆ ସବୁଠି ନଜର ଦେଇଛନ୍ତି ।

(ସୌଜନ୍ୟ-ଟାଇମ୍ସ ଅଫ୍ ଇଣ୍ଡିଆ )