ଜଗା-ବଳିଆଙ୍କ ଅପରେସନ ପରେ ଦିଲ୍ଲୀ ଏମ୍ସ କର୍ତ୍ତୃପକ୍ଷଙ୍କ ପ୍ରେସମିଟ୍ : ଦୁଇ ଶିଶୁଙ୍କ ସ୍ୱାସ୍ଥ୍ୟ ପ୍ରତି ସତର୍କ ଦୃଷ୍ଟି ରଖାଯାଇଛି

27

କନକ ବ୍ୟୁରୋ : ଯୋଡା ମୁଣ୍ଡ ଶିଶୁ ଜଗାବଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ପରେ ଏମ୍ସ କର୍ତ୍ତୃପକ୍ଷ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଆଗାମୀ ୨ ଦିନ ଜଗା ବଳିଆଙ୍କ ପାଇଁ ସଂକଟଜନକ । ଦୁଇ ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥା ପ୍ରତି ସତର୍କ ଦୃଷ୍ଟି ରଖାଯାଇଛି ।ଅପରେସନରେ ଉଭୟଙ୍କୁ ଆଇସିୟୁରେ ରଖାଯାଇଥିବା ନ୍ୟୁରୋ ସର୍ଜନ ଡାକ୍ତର ଅଶୋକ ମହାପାତ୍ର ସୂଚନା ଦେଇଛନ୍ତି । ଅପରେସନରେ ୨୦ ସର୍ଜନ ଓ ୧୦ ଆନାଥେସିଆ ସ୍ପେଶାଲିଷ୍ଟ ଥିଲେ ।  ମୁଣ୍ଡ ଅଲଗା ହେବା ପରେ ଖପୁରୀ କି ଚର୍ମ ନଥିଲା । ସେସବୁକୁ ଅଲଗା ପାଇଁ ପ୍ଲାଷ୍ଟିକ ସର୍ଜନକୁ ୪ରୁ ୫ଘଂଟା ଲାଗିଥିଲା ।

ସେପଟେ ଯୋଡା ମୁଣ୍ଡ ଶିଶୁ ଜଗା ବଳିଆଙ୍କ ଆଶୁ ଆରୋଗ୍ୟ କାମନା କରି ବାଲିଗୁଡାରେ ସର୍ବ ଧର୍ମପ୍ରାର୍ଥନା ସଭା ଆୟୋଜିତ ହୋଇଛି । ବିଭିନ୍ନ ଧର୍ମାନୁଷ୍ଠାନଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏଥିରେ ସାମିଲ ହୋଇଛନ୍ତି । ବନବାସୀ ସେବା ସମିତିର ଅନ୍ତେବାସୀ ମାନେ କ୍ୟାଣ୍ଡେଲ ଜାଳି ପ୍ରାର୍ଥନା କରିବା ସହ ଜଗା ବଳିଆଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ସ୍ଥାନୀୟ ଚର୍ଚ୍ଚରେ ମଧ୍ୟ କ୍ୟାଣ୍ଡେଲ ଜାଳି ପ୍ରାର୍ଥନା କରିଛନ୍ତି ।

ବିଭିନ୍ନ ମନ୍ଦିରରେ ଜଗା ବଳିଆଙ୍କ ପାଇଁ ପୂଜାକରାଯାଇଛି । ଯୋଡା ମୁଣ୍ଡ ଶିଶୁ ଜଗାବଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ଦିଲ୍ଲୀ ଏମ୍ସରେ ଶେଷ ହୋଇଛି । ଏକ ବିରଳ ଅପରେସନରେ ଉଭୟଙ୍କ ମୁଣ୍ଡ ଅଲଗା କରାଯାଇଛି । ବୁଧବାର ସକାଳ ପ୍ରାୟ ୯ଟାରେ ଆରମ୍ଭ ହୋଇଥିଲା ଜଗା ବଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ୍ । ଦୀର୍ଘ ୧୧ ଘଂଟା ପରେ ରାତି ପ୍ରାୟ ୮ ଟାରେ ଜଗା-ବଳିଆଙ୍କ ଯୋଡାମୁଣ୍ଡକୁ ଅଲଗା କରିଛନ୍ତି ଡାକ୍ତର । ଆଜି ସକାଳ ୧୦ଟା ବେଳେ ଦୁଇ ଶିଶୁଙ୍କର ପ୍ଲାଷ୍ଟିକ ସର୍ଜରୀ କାମ ବି ସରିଛି । ବର୍ତମାନ ସେମାନଙ୍କୁ ଆଇସିୟୁରେ ଅବଜେରଭେସନରେ ରଖାଯାଇଥିବା ସୂଚନା ମିଳିଛି । ଅପରେସନ ପରେ ଜଗାବଳିଆଙ୍କୁ ୭୨ ଘଂଟା ଅବଜରଭେସନରେ ରଖାଯିବ ।