୩୦ ମିନିଟ୍ ପାଇଁ ମଲରେ ଲାଗିଲା ଫ୍ରି ସେଲ୍ ! ମାଗଣାରେ ଜିନିଷ ନେବାକୁ ଲୋକଙ୍କ ମଧ୍ୟରେ ଟଣାଓଟଣା, ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ୍

23

ଆବୁଧାବି : ସାଧାରଣତଃ ବଡ଼ ବଡ଼ ମଲରେ ବିଭିନ୍ନ ସାମଗ୍ରି ଉପରେ ବିଶେଷ ରିହାତି ଦିଆଯାଇଥାଏ । ଅନେକ ପର୍ବପର୍ବାଣୀ ଅବସରରେ ମଲ୍ ପକ୍ଷରୁ ସ୍ୱତନ୍ତ୍ର ରିହାତିର ମଧ୍ୟ ଘୋଷଣା କରାଯାଇଥାଏ । ତେବେ ବର୍ତ୍ତମାନ ଏହି ରିହାତିକୁ ନେଇ ଆବୁଧାବିର ଏକ ମଲ୍ ଖୁବ୍ ଚର୍ଚ୍ଚାରେ । ଏହି ମଲ୍ ପକ୍ଷରୁ ଗୋଟିଏ ଦିନ ୩୦ ମିନିଟ୍ ପାଇଁ ମାଗଣା ସେଲ୍ ର ଘୋଷଣା କରାଯାଇଥିଲା । ଅର୍ଥାତ୍ ଏହି ୩୦ ମିନିଟ୍ ଭିତରେ ଯିଏ ଯାହା ଚାହୁୁଁଥିଲେ ତାହା ନେଇଯାଉଥିଲେ ।

ଆବୁଧାବିର ଏହି ସପିଂ ସେଣ୍ଟର ଲଲ୍ଲୁ କୁ ନେଇ ସୋସିଆଲ ମି ଡ଼ିଆରେ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇଛି । ସପିଂ ସେଣ୍ଟର ପକ୍ଷରୁ ଗତ ସପ୍ତାହରେ ଛୋଟରୁ ଆରମ୍ଭ କରି ସମସ୍ତ ସାମଗ୍ରି ଉପରେ ୩୦ ମିନିଟ୍ ପାଇଁ ମାଗଣା ଘୋଷଣା କରାଯାଇଥିଲା । ମାଗଣା ଘୋଷଣା ଶୁଣି ସପିଂ ମଲ୍ ଭିତରେ ଏକ ପ୍ରକାରର ଜନସମୁଦ୍ର ଦେଖିବାକୁ ମିଳିଥିଲା । ଅନେକ ଲୋକ ହାତରେ ଯାହା ପାଇଲେ ତାକୁ ଉଠାଉଥିଲେ । ତେବେ ୩୦ ମିନିଟ୍ ସମୟ ବେଶ୍ କମ୍ ହୋଇଥିବାରୁ ଅନେକ ଲୋକ ଏହି ଫାଇଦା ନପାଇ ନିରାଶ ହୋଇ ଫେରିଥିଲେ ।

ଦେଖନ୍ତୁ ଏହି ଭିଡ଼ିଓ –