କଂପାନୀରେ ଅଦ୍ଭୂତ ନିୟମ : ମହିଳା କର୍ମଚାରୀ ଚୁମ୍ବନ ଦେଇ ସ୍ୱାଗତ କରନ୍ତି ‘ବସ୍’ଙ୍କୁ

40

2କୈାଣସି ସରକାରୀ ଦପ୍ତର ହେଉ ବା ବେସରକାରୀ ସଂସ୍ଥା କର୍ମଚାରୀମାନେ କଂପାନୀ ବା ସଂପୃକ୍ତ ସଂସ୍ଥାର ନିତିନିୟମ ଅନୁସାରେ ନିଜର କାର୍ଯ୍ୟ ନିର୍ବାହ କରିଥାନ୍ତି । କାମ କରିବା ଭିତରେ କର୍ମଚାରୀମାନେ ନିଜ ନିଜ ଭିତରେ ପ୍ରତିଦିନ ଅଫିସରେ ଭେଟ ହେଲେ ପରସ୍ପରକୁ ହାଲୋ ,ହାଏ ବା ଗୁଡ ମର୍ଣ୍ଣିଂ ଆଦି କହି ସ୍ୱାଗତ କରିଥାନ୍ତି ।

କିନ୍ତୁ ଆପଣ ଆଶ୍ଚର୍ଯ୍ୟ ହେବେ ଏକ ଚାଇନିଜ୍ କଂପାନୀର ଅଦ୍ଭୂତ ନିୟମକୁ ଜାଣି । କଂପାନୀର ନିୟମାନୁସାରେ ସେଠାରେ ସମସ୍ତ ମହିଳା କର୍ମଚାରୀ ଅଫିସ କାମ ଆରମ୍ଭ କରିବା ପୂର୍ବରୁ ପ୍ରତିଦିନ ସକାଳ ୯ଟାରୁ ୯ଟା୩୦ ଭିତରେ ସେହି କଂପାନୀର ବସଙ୍କୁ ଚୁମ୍ବନ ଦେଇଥାନ୍ତି ।

5କାମ ଆରମ୍ଭ କରିବା ପୂର୍ବରୁ କଂପାନୀର ସମସ୍ତ ମହିଳା କର୍ମଚାରୀ ଧାଡିରେ ଠିଆ ହୋଇ ଜଣକ ପରେ ଜଣେ ‘ବସ୍’ଙ୍କୁ ଚୁମ୍ବନ ଦେଇ ସ୍ୱାଗତ କରିଥାନ୍ତି । ଏ ଖବର ଏକ ଚାଇନିଜ ନ୍ୟୁଜ୍ ସିନା ୱିବୋରେ ପ୍ରକାଶିତ ହେବା ପରେ ଭାଇରାଲ ସାଜିଛି । ଏହି ଦୃଶ୍ୟର ସିସିଟିଭି ଭିଡିଓ ଏବେ ୟୁଟ୍ୟୁବରେ ଚର୍ଚ୍ଚାରେ । ସଂପୃକ୍ତ କଂପାନୀର ‘ବସ୍’ଙ୍କ କହିବାନୁସାରେ ଏହା କଂପାନୀର କର୍ମଚାରୀ ଓ ବସଙ୍କ ମଧ୍ୟରେ ଏକ ଉତ୍ତମ ସଂପର୍କ ସ୍ଥାପନର ମାଧ୍ୟମ ଛଡା ଆଉ କିଛି ନୁହେଁ ।

ଚାଇନା ନ୍ୟୁଜ୍ ସିନା ୱିବୋର ସୂଚନାନୁସାରେ , ଏହି କଂପାନୀରେ ଦୁଇ ମହିଳା କର୍ମଚାରୀ ଏଭଳି କାମକୁ ନାସପନ୍ଦ କରି ଇସ୍ତଫା ଦେଇଛନ୍ତି ।
ଦେଖନ୍ତୁ ଅନଲାଇନରେ ଭାଇରାଲ ହୋଇଥିବା ସେହି ସିସିଟିଭି ଭିଡିଓ କ୍ଲିପ୍-

ଏହା ସହ ଦେଖନ୍ତୁ –ମହଙ୍ଗା ପଡିଲା ମଉଜ! ଯୌନଦାସୀଙ୍କ ସହ ରାତି ବିତାଇ ଗିରଫ ହେଲେ ଯୁବକ